ସଂସଦ ଚାଲିଥିବା ବେଳେ ମତେ ଇଡି କେମିତି ସମନ କଲା: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: ସଂସଦରେ ନ୍ୟାସନାଲ ହେରାଲଡ୍‌ ମାମଲାର ତାତି। ଏହି  ମାମଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ନେଇ କଂଗ୍ରେସ ଛାନିଆ ହୋଇପଡ଼ିଥିବା ବେଳେ ପ୍ରସଙ୍ଗ ଏବେ ସଂସଦରେ ଉଠିଛି। ପ୍ରଥମେ ରାହୁଲ ଗାନ୍ଧି, ପରେ ସୋନିଆ ଗାନ୍ଧି ଏବଂ ଏବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଡି ସମନ କରିବା ପରେ ରାଜନୀତି ଜୋର ଧରିଛି। ଆଜି ସଂସରେ ଏହି ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ମାନେ ଉଠାଇ ପ୍ରବଳ ହୋହଲ୍ଲା କରିଥିଲେ । ଆଜି ରାଜ୍ୟସଭାରେ କଂଗ୍ରେସ ସାଂସଦ […]

mallikarjuna-kharge

mallikarjuna-kharge

Tapas Behera
  • Published: Thursday, 04 August 2022
  • Updated: 04 August 2022, 02:38 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ନ୍ୟାସନାଲ ହେରାଲଡ୍‌ ମାମଲାର ତାତି। ଏହି  ମାମଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ନେଇ କଂଗ୍ରେସ ଛାନିଆ ହୋଇପଡ଼ିଥିବା ବେଳେ ପ୍ରସଙ୍ଗ ଏବେ ସଂସଦରେ ଉଠିଛି। ପ୍ରଥମେ ରାହୁଲ ଗାନ୍ଧି, ପରେ ସୋନିଆ ଗାନ୍ଧି ଏବଂ ଏବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଡି ସମନ କରିବା ପରେ ରାଜନୀତି ଜୋର ଧରିଛି। ଆଜି ସଂସରେ ଏହି ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ମାନେ ଉଠାଇ ପ୍ରବଳ ହୋହଲ୍ଲା କରିଥିଲେ । ଆଜି ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଯେତେବେଳେ ସଂସଦରେ ଅଧିବେଶନ ଚାଲିଛି ସେମାନେ କେମିତି ସମନ କରୁଛନ୍ତି ।

ଗତକାଲି ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ପରିସରେରେ ଥିବା ୟଙ୍ଗ ଇଣ୍ଡିଆନ୍‌ କାର୍ଯ୍ୟାଳୟକୁ ସିଲ କରାଯାଇଛି।  ଉକ୍ତ କମ୍ପାନୀର ମଲ୍ଲିକାର୍ଜୁନ ଖାଡ଼ଗେ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ପ୍ରତିନିଧି। ଗତକାଲି ସେ ଅଫିସରେ ନଥିବା ବେଳେ ଉକ୍ତ ଅଫିସକୁ ସିଲ କରାଯାଇଥିଲା। ସେ ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।  କିନ୍ତୁ  ଇଡିର ଟାଇମିଂକୁ ନେଇ ଖାଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆଜି ମୋତେ(ଗୁରୁବାର) ଦିନ ୧୨ଟା ୩୦ରେ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଛି।

ମୁଁ ଆଇନକୁ ସମ୍ମାନ ଦେବାକୁ ଚାହେଁ।  କିନ୍ତୁ ବର୍ତ୍ତମାନ ସମନ କରିବା ଉପଯୁକ୍ତ ସମୟ କି ବୋଲି  ସେ ପ୍ରଶ୍ନ କରିଛନ୍ତି। ସଂସଦ ଅଧିବେଶନ ସମୟରେ ଜଣେ ସାଂସଦକୁ କେମିତି ସମନ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।  ଅନ୍ୟପଟେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱେଚ୍ଛାଚାରୀ ସରକାରକୁ ଡରେନାହିଁ ବୋଲି  ରାହୁଲ ଗାନ୍ଧି କହିଛନ୍ତି। ରାହୁଲ୍‌ ଗାନ୍ଧି କହିଛନ୍ତି, ଆମେ ଡରିବୁ ନାହିଁ। ତାଙ୍କର ଯାହା କରିବା କଥା କରନ୍ତୁ, କିଛି ଯାଏଆସେ ନାହିଁ। ଟିକେ ଚାପ ପ୍ରୟୋଗ କଲେ ଆମେ ଚୁପ୍‌ ହୋଇଯିବୁ ବୋଲି ସେମାନେ ଭାବୁଛନ୍ତି। ଆମେ ଚୁପ୍‌ ହେବୁନାହିଁ। ବିଜେପି ଯାହା କରୁଛି, ଆମେ ତା’ର ବିରୋଧ କରିବୁ। ଆମେ ଭୟଭୀତ ହେବୁନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos