ମୋଦିଙ୍କ ଭାଷଣ ବେଳେ ଗୃହ ପରିତ୍ୟାଗ କଲେ କଂଗ୍ରେସ ଓ ଟିଏମସି

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ପ୍ରସଙ୍ଗରେ କହି ସାରିବା ପରେ ଦୀର୍ଘ ସମୟ ଧରି କୃଷି ଆଇନ ସମ୍ପର୍କରେ ଭାଷଣ ଦେଇଥିଲେ। ତେବେ ସେ କରୋନାରୁ କୃଷି ଆଇନକୁ ଯିବା କ୍ଷଣି ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଆରମ୍ଭ କରିଥିଲେ। ମୋଦି କହିଥିଲେ ଯେ “ସରକାର ଓ ସଂସଦ ସର୍ବଦା ଚାଷୀଙ୍କୁ ସମ୍ମାନ ଦେଉଛି ଏବଂ ଆଗକୁ ମଧ୍ୟ ଦେବ।” ଏହା ଶୁଣି ବିରୋଧୀମାନେ ଆହୁରି ପାଟିତୁଣ୍ଡ କରିଥିଲେ। ମୋଦିଙ୍କ ଭାଷଣ ବେଳେ […]

Rahul

Hemant Lenka
  • Published: Wednesday, 10 February 2021
  • , Updated: 10 February 2021, 07:17 PM IST

ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମହାମାରୀ ପ୍ରସଙ୍ଗରେ କହି ସାରିବା ପରେ ଦୀର୍ଘ ସମୟ ଧରି କୃଷି ଆଇନ ସମ୍ପର୍କରେ ଭାଷଣ ଦେଇଥିଲେ। ତେବେ ସେ କରୋନାରୁ କୃଷି ଆଇନକୁ ଯିବା କ୍ଷଣି ବିରୋଧୀ ସଦସ୍ୟମାନେ ହୋହାଲ୍ଲା ଆରମ୍ଭ କରିଥିଲେ।

ମୋଦି କହିଥିଲେ ଯେ “ସରକାର ଓ ସଂସଦ ସର୍ବଦା ଚାଷୀଙ୍କୁ ସମ୍ମାନ ଦେଉଛି ଏବଂ ଆଗକୁ ମଧ୍ୟ ଦେବ।” ଏହା ଶୁଣି ବିରୋଧୀମାନେ ଆହୁରି ପାଟିତୁଣ୍ଡ କରିଥିଲେ। ମୋଦିଙ୍କ ଭାଷଣ ବେଳେ ବିରୋଧୀଙ୍କ ହୋ-ହାଲ୍ଲା ଦେଖି ବାଚସ୍ପତି ଓମ ବିର୍ଲା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏସବୁ ଭିତରେ ମୋଦି ତଥାପି କହିଥିଲେ, “କୃଷି ଆଇନ କୌଣସି ଚାଷୀଙ୍କୁ କ୍ଷତି ପହଞ୍ଚାଇବ ନାହିଁ। କୌଣସି ମଣ୍ଡି ବନ୍ଦ ହେବନି ଓ ଏମଏସପି ଜାରି ରହିବ। କୃଷି ଆଇନ ଲାଗୁ ହେବା ପରେ ଏମଏସପି ବୃଦ୍ଧି ଘଟିଛି। ଏଥିସହ ଚାଷୀମାନେ ନିଜ ଇଚ୍ଛାରେ ମଧ୍ୟ ନିଜର ଉତ୍ପାଦକୁ ବିକ୍ରି କରିପାରିବେ।”

ମୋଦି କୃଷି ଆଇନକୁ ନେଇ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଥିଲେ। କଂଗ୍ରେସ ଏବେ ଦ୍ୱନ୍ଦ୍ୱ ଓ ଭାଗଭାଗ ହୋଇଗଲାଣି। ଲୋକସଭା ଓ ରାଜ୍ୟସଭାରେ ଦଳର ଷ୍ଟାଣ୍ଡ ଭିନ୍ନଭିନ୍ନ ରହୁଛି। ଏମିତି ଦ୍ୱନ୍ଦ୍ୱ ଭିତରେ ରହୁଥିବା ଦଳ କେବେ ହେଲେ ଦେଶ କିମ୍ବା କୌଣସି ବ୍ୟକ୍ତିଙ୍କୁ ସହଯୋଗ କରିପାରିବ ନାହିଁ।

ଆପଣମାନେ ସଂସଦ ବାହାରେ ଯେମିତି ପାଟିତୁଣ୍ଡ କରୁଛନ୍ତି, ଏଠାରେ ମଧ୍ୟ ସେମିତି ଚିତ୍କାର କରିବାକୁ ଚେଷ୍ଟା କରୁଛନ୍ତି। ଆପଣ ପାଟିତୁଣ୍ଡ କରିପାରିବେ, ହେଲେ ମିଛର ମୁଖାପିନ୍ଧି ବେଶୀ ଦିନ ତିଷ୍ଟି ପାରିବେ ନାହିଁ ବୋଲି ମୋଦି କହିଥିଲେ।

ଏହାଶୁଣି କଂଗ୍ରେସ ସହ ତୃଣମୂଳ କଂଗ୍ରେସର ସଦସ୍ୟମାନେ ମଧ୍ୟ ପାଟିତୁଣ୍ଡ କରିଥିଲେ। ଶେଷରେ ମୋଦିଙ୍କୁ ବିରୋଧ କରି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଓ ଏହାପରେ ଟିଏମସି ସାଂସଦମାନେ ଗୃହରୁ ୱାକାଉଟ କରିଥିଲେ।

Related story