ବିବାଦୀୟ ସିଙ୍ଗରଙ୍କୁ ନିଜ ସହ ସାମିଲ କଲା କଂଗ୍ରେସ

ଅମୃତସର: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ କଂଗ୍ରେସରେ ବଡ଼ଧରଣର ଘଟଣା ଘଟିଛି। ବନ୍ଧୁକ ଦେଖାଇ ଏକାଧିକ ପୁଲିସ୍‌ କେସ୍‌ରେ ଫସିଥିବା ବିବାଦୀୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେୱାଲାଙ୍କୁ ଆଜି କଂଗ୍ରେସ ନିଜ ସହ ସାମିଲ କରିଛି। ଆଜି ସିଦ୍ଧୁଙ୍କୁ ଦଳରେ ମିଶାଇବାକୁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଯୋଗଦେଇ […]

congress

Hemant Lenka
  • Published: Friday, 03 December 2021
  • , Updated: 03 December 2021, 02:18 PM IST

ଅମୃତସର: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ କଂଗ୍ରେସରେ ବଡ଼ଧରଣର ଘଟଣା ଘଟିଛି। ବନ୍ଧୁକ ଦେଖାଇ ଏକାଧିକ ପୁଲିସ୍‌ କେସ୍‌ରେ ଫସିଥିବା ବିବାଦୀୟ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୋସେୱାଲାଙ୍କୁ ଆଜି କଂଗ୍ରେସ ନିଜ ସହ ସାମିଲ କରିଛି।

ଆଜି ସିଦ୍ଧୁଙ୍କୁ ଦଳରେ ମିଶାଇବାକୁ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଯୋଗଦେଇ ମୋସେୱାଲାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।

ଜଣେ ରାପର ଭାବେ ପରିଚିତ ମୋସେୱାଲାଙ୍କୁ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବେ।

ସେ ସମ୍ଭବତଃ ନିଜ ଜନ୍ମ ସ୍ଥାନ ମନସାରୁ ଲଢ଼ିପାରନ୍ତି। ୨୮ ବର୍ଷୀୟ ମୋସେୱାଲା ତାଙ୍କ ଗୀତ ଜରିଆରେ ବନ୍ଧୁକ ଓ ହିଂସାକୁ ସବୁବେଳେ ଯର୍ଥାଥ ବୋଲି କହିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ତାଙ୍କ ନାଁରେ ଅନେକ ମାମଲା ରହିଛି। ଆଜି ତାଙ୍କର ମିଶ୍ରଣ ପର୍ବ ବେଳେ ସାମ୍ବାଦିକମାନେ ନବଜୋତ ସିଂହ ସିଦ୍ଧୁଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ।

ତେବେ ସିଦ୍ଧୁ ଏହାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “ମାମଲା ବିଚରାଧୀନ ଥିବା ବେଳେ ଆପଣମାନେ କାହିଁକି ଏ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି? ପଞ୍ଜାବର ଲୋକମାନେ ତାଙ୍କର ବିଚାର କରିବେ। ମିଡିଆ ବିଚାର କରିବାର ଆବଶ୍ୟକ ନାହିଁ।”


ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, “ମୋସେୱାଲା ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି। ସେ ଜଣେ ଚାଷୀଙ୍କ ପୁଅ ଓ ତାଙ୍କ ବାପା ମଧ୍ୟ ଭାରତୀୟ ସେନାରେ କାମ କରିସାରିଛନ୍ତି। ସେ କଂଗ୍ରେସ ପାର୍ଟିକୁ ଗର୍ବିତ କରିବେ ବୋଲି ଆମର ଆଶା। କଂଗ୍ରେସ ପକ୍ଷରୁ ମୁଁ ତାଙ୍କୁ ଦଳକୁ ସ୍ୱାଗତ କରୁଛି।” ସିଦ୍ଧୁ ମଧ୍ୟ ନୂଆ କରି ସାମିଲ ହୋଇଥିବା ମୋସେୱାଲାଙ୍କ ସହ ଗୋଟିଏ ଫଟୋ ଟ୍ୱିଟ କରି ଚାମ୍ପ ବୋଲି ଲେଖିଛନ୍ତି।

Related story