ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି ପରିବାର ଲୋକ, ପୁଲିସ୍‌ ବାବୁ କଲେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଲୋକଙ୍କୁ ସହଯୋଗ କରୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ପୁଲିସ୍‌ ଏବେ କରୋନା ରୋଗୀ ଓ ସେମାନଙ୍କ ପରିବାର ପାଖରେ ଦେବଦୂତ ହୋଇ ଛିଡ଼ା ହୋଇଛି। କେତେବେଳେ କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ପୁଲିସ୍‌ ଅମ୍ଳଜାନ ଯୋଗାଇ ଦେଉଛି ତ ଆଉ କେତେବେଳେ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛି। ଏହିକ୍ରମରେ ଆଜି ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଜଣେ ‌ଅଧିକାରୀଙ୍କ ବଦାନ୍ୟତା ସମ୍ପର୍କରେ […]

Police

Hemant Lenka
  • Published: Thursday, 22 April 2021
  • , Updated: 22 April 2021, 06:54 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଲୋକଙ୍କୁ ସହଯୋଗ କରୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ପୁଲିସ୍‌ ଏବେ କରୋନା ରୋଗୀ ଓ ସେମାନଙ୍କ ପରିବାର ପାଖରେ ଦେବଦୂତ ହୋଇ ଛିଡ଼ା ହୋଇଛି। କେତେବେଳେ କରୋନା ରୋଗୀଙ୍କ ପାଇଁ ଦିଲ୍ଲୀ ପୁଲିସ୍‌ ଅମ୍ଳଜାନ ଯୋଗାଇ ଦେଉଛି ତ ଆଉ କେତେବେଳେ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛି। ଏହିକ୍ରମରେ ଆଜି ଦିଲ୍ଲୀ ପୁଲିସ୍‌ରେ କାର୍ଯ୍ୟରତ ଜଣେ ‌ଅଧିକାରୀଙ୍କ ବଦାନ୍ୟତା ସମ୍ପର୍କରେ ତଥ୍ୟ ମିଳିଛି।

କରୋନାରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ହେଁ ସଂକ୍ରମଣ ଭୟରେ ତାଙ୍କ ଶବକୁ ପରିବାର ଲୋକ ଛୁଇଁ ନଥିଲେ। ତେବେ ଦିଲ୍ଲୀ ପୁଲିସ୍‌ର ଏଏସ୍‌ଆଇ ସୁଶୀଲ ନିଜେ ଶବକୁ ଆମ୍ବୁଲାନ୍ସରେ ନେଇ ଶ୍ମଶାନରେ ଅନ୍ତିମ ସଂସ୍କାର କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଉତ୍ତର-ପୂର୍ବ ଦିଲ୍ଲୀର ଗୋକୁଳପୁରୀରେ ରହୁଥିବା ୩୫ ବର୍ଷୀୟ ସୋନୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ କରୋନାରେ ପ୍ରାଣ ହରାଇଥିବାରୁ ତାଙ୍କ ପରିବାର ଲୋକ ଶବକୁ ଛୁଇଁ ନଥିଲେ କିମ୍ବା ସତ୍କାର କରିବାକୁ ଆଗେଇ ଆସି ନଥିଲେ।

ଏ ସମ୍ପର୍କରେ ଏଏସ୍‌ଆଇ ସୁଶୀଲ ଜାଣିବା ପରେ ସହଯୋଗ କରିବାକୁ ଆଗେଇ ଆସିଥିଲେ। ସେ ପ୍ରଥମେ ପରିବାର ଲୋକଙ୍କୁ ଭେଟି ଶବ ସତ୍କାର କରିବାର ଅନୁମତି ମାଗିଥିଲେ। ଅନୁମତି ମିଳିବା ପରେ ସେ ଗୋଟିଏ ଆମ୍ବୁଲାନ୍ସ ଭଡ଼ା କରି ସୋନୁଙ୍କ ଶବକୁ ବ୍ୟବଚ୍ଛେଦ  ପାଇଁ ହସ୍ପିଟାଲକୁ ନେଇଥିଲେ। ବ୍ୟବଚ୍ଛେଦ ପରେ ସେ ଅଶୋକ ନଗର ଶ୍ମଶାନରେ ସୋନୁଙ୍କ ଶବସତ୍କାର କରିଥିଲେ।


ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏଏସ୍‌ଆଇ ସୁଶୀଲଙ୍କ ଫଟୋ ସହ ପୂରା ଘଟଣା ସମ୍ପର୍କରେ ଟ୍ୱିଟ କରାଯାଇଛି। ଏହି ପୋଷ୍ଟଟି ସୋଶାଲ ମିଡିଆରେ ଭାଇରାଲ ହେବା ସହ ସମସ୍ତେ ସୁଶୀଲଙ୍କ ସହଯୋଗ ମନୋବୃତ୍ତିକୁ ପ୍ରଶଂସା କରିଛନ୍ତି।

Related story