ଏନଆଇଏ ରେଡ୍‌ ପରେ ପିଏଫଆଇର ଆନ୍ଦୋଳନ, ବ୍ୟାପକ ଭଙ୍ଗାରୁଜା

ଥିରୁଭନନ୍ତପୁରମ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ ବ୍ୟାପକ ଚଢ଼ଉ ପରେ ଉତକ୍ଷିପ୍ତ ହୋଇଛି ଇସଲାମିକ୍‌ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)। ଆତଙ୍ଗବାଦ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଉକ୍ତ ସଙ୍ଗଠନର  ଦେଶ ବ୍ୟାପି ଥିବା କାର୍ଯ୍ୟାଳୟ ଉପରେ ମାରାଥନ୍‌ ରେଡ୍‌ କରାଯାଇଛି। ଏହାର ପ୍ରତିବାଦାରେ କେରଳରେ ପିଏଫଆଇ ପକ୍ଷରୁ ବନ୍ଦ ଡାକରା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ଦ ବେଳେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପିଏଫଆଇ ସଦସ୍ୟ ମାନେ […]

iop

  • Published: Friday, 23 September 2022
  • , Updated: 23 September 2022, 12:20 PM IST

ଥିରୁଭନନ୍ତପୁରମ: ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ ବ୍ୟାପକ ଚଢ଼ଉ ପରେ ଉତକ୍ଷିପ୍ତ ହୋଇଛି ଇସଲାମିକ୍‌ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)। ଆତଙ୍ଗବାଦ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଉକ୍ତ ସଙ୍ଗଠନର  ଦେଶ ବ୍ୟାପି ଥିବା କାର୍ଯ୍ୟାଳୟ ଉପରେ ମାରାଥନ୍‌ ରେଡ୍‌ କରାଯାଇଛି। ଏହାର ପ୍ରତିବାଦାରେ କେରଳରେ ପିଏଫଆଇ ପକ୍ଷରୁ ବନ୍ଦ ଡାକରା ବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ଦ ବେଳେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପିଏଫଆଇ ସଦସ୍ୟ ମାନେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି।  ଶୁକ୍ରବାର ପିଏଫଆଇ ସଦସ୍ୟମାନେ ହିଂସା ଭିଆଇବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଥିରୁଅନ୍ତପୁରମ, କୋଝିକୋଡେ, ୱାୟନାଡ, ଆଲାପୁଝାରେରେ ବଡ଼ଧରଣଣ ହିଂସା ଦେଖିବାକୁ ମିଳିଛି। ପିଏଫଆଇ ସଦସ୍ୟମାନେ ପୁଲିସ ଉପରେ ପଥାରମାଡ଼ କରିଛନ୍ତି ।

ପିଏଫଆଇ ପକ୍ଷରୁ ଡକାଯାଇଥିବା ଆନ୍ଦୋଳନ ବିସ୍ଫୋରକ ରୂପ ନେବା ପରେ କେରଳ ହାଇକୋର୍ଟ ଏହାକୁ ନିଜ  ତରଫରୁ ଗୁରୁତ ଭାବେ ନେଇଛନ୍ତି।  ପିଏଫଆଇ ନେତାଙ୍କ ଉପରେ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି।  ଉପଦବ୍ରକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ହାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏହାକୁ ‘ଫ୍ଲାସ୍‌ ହରତାଳ’ ବୋଲି କହିଛନ୍ତି। ଏହାର ଅର୍ଥ ହେଉଛି ବିନା ନୋଟିସରେ ଆନ୍ଦୋଳନ କରିବା। ହାଇକୋର୍ଟ କହିଛନ୍ତି ଯେ, ଆନ୍ଦୋଳନ ପୂର୍ବରୁ ଅନ୍ତଃତପକ୍ଷେ ୭ ଦିନ ନୋଟିସ୍‌ ଦେବା କଥା। ପିଏଫଆଇ ସଦସ୍ୟ ହଙ୍ଗାମା କରି ଗୋଟିଏ ଅଟୋ ରିକ୍ସା ଏବଂ କାର ଭଙ୍ଗାରୁଜା କରିଛନ୍ତି।

ଏହି ଭଙ୍ଗାରୁଜାରେ ପିଏଫଆଇ ସଦସ୍ୟଙ୍କକୁ ପକ୍ଷରୁ ପେଟ୍ରୋଲ ବମ୍ବ ବ୍ୟବାହାର କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ରାଜ୍ୟରେ ଏକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥତି ସୃଷ୍ଟି ହୋଇଛି। ପରିସ୍ଥିତିକୁ  ମୁକାବିଲା ପାଇଁ ରାଜ୍ୟ ପୁଲିସକୁ ଆଲର୍ଟ କରାଯାଇଛି। ଗତ କିଛି ଦିନ ମଧ୍ୟରେ ଏନଆ‌ଇଏ  ୧୫ଟି ରାଜ୍ୟରେ ୧୫୦ଟି ସ୍ଥାନରେ ରେଡ୍ କରିଛି। ଏଥିରେ ୧୦୬ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରିଛି ଏନଆଇଏ।  ଇସଲାମିକ ସଙ୍ଗଠନ ପିଏଫଆଇ ସଦସ୍ୟଙ୍କ ବିରୋଧରେ ଗୁରୁବାର ଏନଆଇଏ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଏନ୍‌ଆଇ ସହ ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) ଏବଂ ଆତଙ୍କବାଦୀ ନିରୋଧୀ ଟିମ୍ ପକ୍ଷରୁ ମିଳିତ ଭାବେ ରେଡ୍‌ କରାଯାଇଛି।ଗତ କିଛି ବର୍ଷରେ ଦେଶର ହୋଇଥିବା ଅନେକ ହିଂସା ଘଟଣାରେ ପିଏଫଆଇର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି । ଦେଶରେ ସାଂପ୍ରଦାୟିକ ସଦ୍ଭାବକୁ ବିଗାଡ଼ିବାକୁ ପିଏଫଆଇ କାମ କରୁଥିବା ଜଣାପଡ଼ିଛି । ତେବେ ଗୃହ ମନ୍ତ୍ରାଳୟ ଓ ଗୁଇନ୍ଦା ଏଜେନ୍ସିମାନେ ଗତ କିଛି ବର୍ଷ ହେଲା ପିଏଫଆଇର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ । ଗୁରୁବାର ହୋଇଥିବା ଚଢଉରେ ପିଏଫଆଇର ଅନେକ ବରିଷ୍ଠ କର୍ମକର୍ତ୍ତା ଗିରଫ ହୋଇଛନ୍ତି ।

Related story