ଅକ୍ଟୋବରରେ ତାଉ ଦେଖାଇବ କରୋନା ତୃତୀୟ ଲହର, ପିଏମଓକୁ ପଠାଗଲା ଫାଇଲ

ନୂଆଦିଲ୍ଲୀ: ମହମାରୀ କରୋନାର ତୃତୀୟ ଲହରର ଭୟ ଏବେ ଭାରତକୁ ଡରାଇବା ଆରମ୍ଭ କଲାଣି। କରୋନାର ସମ୍ଭାବ୍ୟ ତୃତୀୟ ଲହରର ସେପ୍ଟେମ୍ବରରୁ ଆରମ୍ଭ ହେବ। ସେହିପରି ଅକ୍ଟୋବରରେ ଏହା ସର୍ବୋଚ୍ଚ ସ୍ତର ବା ପିକ୍‌ରେ ପହଞ୍ଚିବ। ଏନଆଇଡିଏମ ଅଧୀନରେ ଗଠିତ କମିଟି ଏପରି ଆଶଙ୍କା କରି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଛି। କମିଟି କହିଛି ଯେ ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ପିକ୍‌ରେ ରହିବାର ଆଶଙ୍କା ଥିବାରୁ ମେଡିକାଲ […]

corona

Hemant Lenka
  • Published: Monday, 23 August 2021
  • , Updated: 23 August 2021, 04:30 PM IST

ନୂଆଦିଲ୍ଲୀ: ମହମାରୀ କରୋନାର ତୃତୀୟ ଲହରର ଭୟ ଏବେ ଭାରତକୁ ଡରାଇବା ଆରମ୍ଭ କଲାଣି। କରୋନାର ସମ୍ଭାବ୍ୟ ତୃତୀୟ ଲହରର ସେପ୍ଟେମ୍ବରରୁ ଆରମ୍ଭ ହେବ। ସେହିପରି ଅକ୍ଟୋବରରେ ଏହା ସର୍ବୋଚ୍ଚ ସ୍ତର ବା ପିକ୍‌ରେ ପହଞ୍ଚିବ। ଏନଆଇଡିଏମ ଅଧୀନରେ ଗଠିତ କମିଟି ଏପରି ଆଶଙ୍କା କରି ରିପୋର୍ଟ ପ୍ରକାଶ କରିଛି।

ଏହି ରିପୋର୍ଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଛି। କମିଟି କହିଛି ଯେ ଅକ୍ଟୋବର ମାସରେ କରୋନାର ତୃତୀୟ ଲହର ପିକ୍‌ରେ ରହିବାର ଆଶଙ୍କା ଥିବାରୁ ମେଡିକାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦେବାକୁ ପଡ଼ିବ। ବିଶେଷ କରି ତୃତୀୟ ଲହର ଛୋଟ ପିଲାଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଏଥିପ୍ରତି ସମସ୍ତଙ୍କୁ ସତର୍କ ରହିବାକୁ ହେବ।

କମିଟିଣ ସଦସ୍ୟମାନେ କହିଛନ୍ତି, ଏଯାଏ ଛୋଟ ପିଲା ଯେ କରୋନାର ତୃତୀୟ ଲହର ବେଳେ ଅଧିକ ସଂକ୍ରମିତ ହେବେ, ତା’ର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ। କିନ୍ତୁ ସେମାନଙ୍କର ଟିକାକରଣ ହୋଇ ନଥିବାରୁ ଏହା ଏକ ଚିନ୍ତାର ବିଷୟ। ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଡାକ୍ତର, କର୍ମଚାରୀ, ଭେଣ୍ଟିଲେଟର, ଆଇସିୟୁ, କୋଭିଡ କେୟାର ସେଣ୍ଟର ଓ ଆମ୍ବୁଲାନ୍ସ ଇତ୍ୟାଦିର ଆବଶ୍ୟକ ଅଧିକ ପଡ଼ିବ। ଛୋଟ ପିଲା ସଂକ୍ରମଣ ହେବାର ଅଧିକ ଆଶଙ୍କା ଥିବାରୁ ଏବେଠାରୁ ଏସବୁ ବିଷୟକୁ ଜରୁରିକାଳୀନ ଭିତ୍ତିରେ ଗୁରୁତ୍ୱ ଦିଆଯିବା ଉଚିତ।

କମିଟି ପକ୍ଷରୁ ସବୁ ରାଜ୍ୟଗୁଡ଼ିକୁ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ କେୟାର ସେଣ୍ଟର ତିଆରି କରିବାକୁ କୁହାଯାଇଛି। ଏହି କେୟାର ସେଣ୍ଟର ଗୁଡ଼ିକ ଏମିତି ଭାବେ ତିଆରି କରାଯିବ, ଯେଉଁଠାରେ ଆଟେଣ୍ଡାଣ୍ଟ ମଧ୍ୟ ରହିପାରିବେ। ଛୋଟ ପିଲା ଯେମିତି ମାନସିକ ଚାପର ବଶବର୍ତ୍ତୀ ନ ହେବେଳ ତା’କୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ।

ବହୁବିଧ ରୋଗରେ ପୀଡ଼ିତ ଥିବା ଛୋଟ ପିଲାଙ୍କ ଟିକାକରଣକୁ ଅଧିବ ଗୁରୁତ୍ୱ ଦିଆଯାଉ। ଦିବ୍ୟାଙ୍ଗଙ୍କ ଉପରେ ଅଧିକ ଫୋକସ କରିବାକୁ କୁହାଯାଇଛି। ବିଶେଷଜ୍ଞମାନେ କହିଛନ୍ତି, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୨% ମେଡିକାଲ ଭିତ୍ତିଭୂମିର ଅଭାବ ଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୩% ପଦବୀ ଖାଲି ପଡ଼ିଛି।

ଯଦି ଏଗୁଡ଼ିକୁ ପୂରଣ ନ କରାଯିବ, ତା’ହେଲେ ତୃତୀୟ ୱେଭ ବେଳେ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇଛି ଯେ ଆମେ ସମ୍ମୁଖୀନ ହୋଇଥିବା କରୋନାର ଦୁଇଟି ଯାକ ୱେଭରୁ ଶିକ୍ଷାଲାଭ କରି ନିଜକୁ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ। ଆର ଭାଲ୍ୟୁ ଏବେ ୧% ଉପରେ ରହୁଛି। ତେଣୁ କରୋନାର ତୃତୀୟ ଲହରର ଧୀରେଧୀରେ ଆସୁଥିବା ରିପୋର୍ଟରେ କୁହାଯାଇଛି।

Related story