ବଢ଼ିଲା କରୋନା ସଂକ୍ରମଣ: ଓଡ଼ିଶା ସମେତ ୮ ରାଜ୍ୟକୁ କେନ୍ଦ୍ର କରାଇଲା ସତର୍କ

ନୂଆଦିଲ୍ଲୀ: କରୋନାର ଦୈନିକ ସଂକ୍ରମିତ ସଂଖ୍ୟା ଆରୋଗ୍ୟ ସଂଖ୍ୟା ତୁଳନାରେ ବଢ଼ିବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ କରାଇଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳ, ଆସାମ, ମେଘାଳୟ, ତ୍ରୁପୁରା, ସିକ୍କିମର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏହି ସବୁ ରାଜ୍ୟରେ କୋଭିଡ ସଂକ୍ରମିତ ହାର ସର୍ବାଧିକ ରହିଛି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ରାଜ୍ୟ ସରକାରକୁ କହିଛନ୍ତି କିଭଳି […]

Corona

Corona

Subhransu Sekhar
  • Published: Thursday, 08 July 2021
  • Updated: 08 July 2021, 10:04 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦୈନିକ ସଂକ୍ରମିତ ସଂଖ୍ୟା ଆରୋଗ୍ୟ ସଂଖ୍ୟା ତୁଳନାରେ ବଢ଼ିବା ପରେ କେନ୍ଦ୍ର ସରକାର ଓଡ଼ିଶା ସମେତ ୮ ରାଜ୍ୟକୁ ସତର୍କ କରାଇଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମଣିପୁର, କେରଳ, ଆସାମ, ମେଘାଳୟ, ତ୍ରୁପୁରା, ସିକ୍କିମର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ। ଏହି ସବୁ ରାଜ୍ୟରେ କୋଭିଡ ସଂକ୍ରମିତ ହାର ସର୍ବାଧିକ ରହିଛି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ରାଜ୍ୟ ସରକାରକୁ କହିଛନ୍ତି କିଭଳି କରୋନା ସଂକ୍ରମଣ ରୋକି ହେବ।

ରାଜେଶ ଭୂଷଣ ଜୁନ୍ ୨୮ରୁ ଜୁଲାଇ ୪ର କରୋନା ସଂକ୍ରମଣ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠିରେ କହିଛନ୍ତି, ଓଡ଼ିଶାର ତିନୋଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ରାଜ୍ୟରେ କିନ୍ତୁ ପଜିଟିଭିଟି ହାର କ୍ରମଶଃ କମି ୫.୩୬ ପ୍ରତିଶତ ହୋଇଛି। କିନ୍ତୁ ସପ୍ତାହକ ମଧ୍ୟରେ ନୂଆପଡା ଜିଲ୍ଲାରେ ପଜିଟିଭିଟି ହାର ବଢ଼ିଥିବାରୁ ସ୍ୱାସ୍ଥ୍ୟ ସଚିବ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଏବେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁଠି କଣ୍ଟେନମେଣ୍ଟ ଜୋନ୍ ରହିଛି ତା’ପାଖରେ ଟିକା କେନ୍ଦ୍ର ଖୋଲି ଟିକା ଦେବାକୁ ସେ କହିଛନ୍ତି। ୧୮ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଟିକା ଦେବାକୁ ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି। ଏହା ବ୍ୟତୀତ ଗତ ୫୫ ଦିନ ପରେ ପ୍ରଥମ ଥର ପାଇଁ ସଂକ୍ରମିତ ସଂଖ୍ୟା ବଢ଼ିଛି। ଯାହାକି ଆରୋଗ୍ୟ ସଂଖ୍ୟା ଅପେକ୍ଷା ଅଧିକ। ଜୁଲାଇ ୬ରେ, ସାରା ଦେଶରେ ୩୪,୭୦୩ ନୂତନ ମାମଲା ଦେଖିବାକୁ ମିଳିଥିଲା, ଯାହାକି ୧୧୧ ଦିନର ସର୍ବନିମ୍ନ ସଂଖ୍ୟା। କିନ୍ତୁ ଏହାପରେ କରୋନା ସଂକ୍ରମଣ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos