ମାସକରେ ଦୁଇ ଥର କୋଭିଡରେ ସଂକ୍ରମିତ, ଡାକ୍ତର ହତବାକ

ଅହମଦାବାଦ: ଜଣେ କୋଭିଡରେ ସଂକ୍ରମିତ ହୋଇ ଆରୋଗ୍ୟ ହେବା ପରେ ଆଗାମୀ ତିନି ରୁ ୬ ମାସ ଯାଏ ସେ ପୁଣିଥରେ ସଂକ୍ରମିତ ହେବେ ନାହିଁ ବୋଲି କୁହାଯାଏ। କାରଣ ଆରୋଗ୍ୟ ହେବା ପରେ ଶରୀରରେ ଆଣ୍ଟିବଡି ବଢ଼ିଥାଏ। ଏହା କୋଭିଡର ପ୍ରଥମ ଲହର ବେଳେ ବିଶେଷଜ୍ଞ ମାନେ କହିଥିଲେ। ଏବେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦ୍ୱିତୀୟ ଲହରକୁ ବଳ ଯୋଗାଇଥିବା ଡେଲଟା ଭେରିଆଣ୍ଟର ପ୍ରଭାବ ଯଦିଓ କମିଛି କିନ୍ତୁ ଏହା କେତେ ଘାତକ […]

COVID-VACCINE

Subhransu Sekhar
  • Published: Saturday, 19 June 2021
  • , Updated: 19 June 2021, 06:58 PM IST

ଅହମଦାବାଦ: ଜଣେ କୋଭିଡରେ ସଂକ୍ରମିତ ହୋଇ ଆରୋଗ୍ୟ ହେବା ପରେ ଆଗାମୀ ତିନି ରୁ ୬ ମାସ ଯାଏ ସେ ପୁଣିଥରେ ସଂକ୍ରମିତ ହେବେ ନାହିଁ ବୋଲି କୁହାଯାଏ। କାରଣ ଆରୋଗ୍ୟ ହେବା ପରେ ଶରୀରରେ ଆଣ୍ଟିବଡି ବଢ଼ିଥାଏ। ଏହା କୋଭିଡର ପ୍ରଥମ ଲହର ବେଳେ ବିଶେଷଜ୍ଞ ମାନେ କହିଥିଲେ। ଏବେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଦ୍ୱିତୀୟ ଲହରକୁ ବଳ ଯୋଗାଇଥିବା ଡେଲଟା ଭେରିଆଣ୍ଟର ପ୍ରଭାବ ଯଦିଓ କମିଛି କିନ୍ତୁ ଏହା କେତେ ଘାତକ ସେତେବେଳେ ଜଣାପଡ଼ିଛି ଯେତେବେଳେ ଜଣେ ବ୍ୟକ୍ତି କୋଭିଡରୁ ଆରୋଗ୍ୟ ହେବାର ୩୦ ଦିନ ପରେ ପୁଣିଥରେ ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଛି। ଯାହାକୁ ନେଇ ଡାକ୍ତର ମଧ୍ୟ ହତବାକ ହୋଇଛନ୍ତି। ତେବେ ଏହି ବ୍ୟକ୍ତି ମାସ୍କ ପନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରିଛନ୍ତି କି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଅହମଦାବାଦର ମୁଖ୍ୟ ଅଗ୍ନିନିର୍ବାପକ ଅଧିକାରୀ ରାଜେଶ ଭଟ୍ଟ କୋଭିଡରେ ଡବଲ ଆକ୍ରାନ୍ତ ହୋଇଛନ୍ତି। ଏବେ ଏହାର କାରଣ ଜାଣିବା ପାଇଁ ଗୁଜରାଟର ଗବେଷକ ମାନେ ଅନୁସନ୍ଧାନ କରିଛନ୍ତି। ଏହି ବ୍ୟକ୍ତି ଯଦିଓ ପ୍ରଥମେ ସଂକ୍ରମିତ ହୋଇଥିଲେ କିନ୍ତୁ ଘରେ ରହି ଆରୋଗ୍ୟ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଥର ସଂକ୍ରମିତ ହେବା ପରେ ରାଜେଶ ଭଟ୍ଟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପାଖାପାଖି ୧୩ ଦିନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ କିନ୍ତୁ ସେ ଆରୋଗ୍ୟ ହୋଇଛନ୍ତି। କିନ୍ତୁ ଡବଲ ସଂକ୍ରମିତ ହେବା ପଛର କାରଣ ଖୋଜିଛନ୍ତି ଗବେଷକ।

ଗୁଜରାଟର ବାୟୋଟେକ୍ନୋଲଜି ସେଣ୍ଟରରେ ରିସର୍ଚ୍ଚ ହୋଇଛି। ଏହାର ରିପୋର୍ଟ ଅନୁଯାୟୀ କୋଭିଡର ଦ୍ୱିତୀୟ ଲହର ଡେଲଟା ଭେରିଆଣ୍ଟ ଅତ୍ୟନ୍ତ ମାରାତ୍ମକ। ଏବେ ଏହି ଭେରିଆଣ୍ଟ ନିଜର ରୂପ ପରିବର୍ତ୍ତନ କରି ସାରିଛି। ଯେଉଁଥିରୁ ଦୁଇ ଆମିନୋ ଏସିଡ ଗାଏବ ରହିଛି। ଯାହାକି ଡେଲଟାର ପ୍ରଥମ ଭେରିଆଣ୍ଟରେ ଥିଲା। ଆମିନୋ ଏସିଡ ଗାଏବ ଥିବାରୁ ଏହା ଆଣ୍ଟିବଡିକୁ ମାତ ଦେବାରେ ସଫଳ ହେଉଛି। ତେଣୁ ଏବେ ଏହି ଭେରିଆଣ୍ଟକୁ ଅଧିକ ଚିହ୍ନିବା ପାଇଁ ଅଧିକରୁ ଅଧିକ ଜିନୋମକୁ ଏକାଠି କରି ଗବେଷଣା ହେବା ଦରକାର ବୋଲି ମତ ପ୍ରକାଶ ପାଇଛି।

Related story