କମୁଛି ସଂକ୍ରମଣ, ୫ ରାଜ୍ୟରେ ସବୁଠୁ ଅଧିକ ମାମଲା

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ହେଲେ ୩୦ ହଜାର ତଳକୁ ଖସୁନି ପଜିଟିଭ ମାମଲା। ୨୪ ଘଣ୍ଟା ମଧ୍ୟରେ ୩୬,୦୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୪୯୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୯୨,୫୭୬ ଓ ମୃତ୍ୟୁସଂଖ୍ୟା ୪,୩୧,୨୨୫ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ […]

Covid19

Madhupriya Mistry
  • Published: Sunday, 15 August 2021
  • , Updated: 15 August 2021, 11:31 AM IST

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ହେଲେ ୩୦ ହଜାର ତଳକୁ ଖସୁନି ପଜିଟିଭ ମାମଲା। ୨୪ ଘଣ୍ଟା ମଧ୍ୟରେ ୩୬,୦୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୪୯୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୯୨,୫୭୬ ଓ ମୃତ୍ୟୁସଂଖ୍ୟା ୪,୩୧,୨୨୫ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୫,୩୩୬ ରହିଛି।

ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୭୩,୫୦,୫୫୩ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ ୫୪,୩୮,୪୬,୨୯୦ ଜଣଙ୍କୁ ଟିକା ଦିଆଯାଇସାରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୫ ରାଜ୍ୟରେ କରୋନାର ସବୁଠାରୁ ଅଧିକ ମାମଲା ରହିଛି। ୮୪.୦୩ ପ୍ରତିଶତ ନୂଆ କେସ୍‌ ସାମ୍ନାକୁ ଆସିଛି। ଯେଉଁଥିରୁ ୫୩.୯୧% ମାମଲା କେବଳ କେରଳରୁ ରହିଛି। ତାଜା ରିପୋର୍ଟ ମୁତାବକ କେରଳରେ ୧୯, ୪୫୧ କେସ୍‌, ମହାରାଷ୍ଟ୍ରରେ ୫,୭୮୭, ତାମିଲନାଡୁରେ ୧୯୧୬, କର୍ଣ୍ଣାଟକରେ୧୬୩୨ ଏବଂ ଆନ୍ଧ୍ରପ୍ରଦେଶରେ ୧୫୩୫ଟି ନୂଆ ମାମଲା ଚିହ୍ନଟ ହୋଇଛି।

Related story