୨୪ ଘଣ୍ଟାରେ ୬୫୬୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୬୩ ଟି କରୋନା ସଂକ୍ରମଣ ମାମଲା ରେକର୍ଡ଼ ହୋଇଛି। ରବିବାର ତୁଳନାରେ ଏହି ସଂଖ୍ୟା ୭.୩ ପ୍ରତିଶତ କମ୍ ରହିଛି। ତେବେ ଏହି ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁ  ୧୩୨ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦୭୭ ଜଣ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩,୪୧,୮୭,୦୧୭କୁ ବୃଦ୍ଧି ପାଇଛି। କରୋନାର ରିକଭରି ହାର ଉତ୍ସାହଜନକ ରହିଛି। ଯାହା […]

kerala-covid-cases

Tapas Behera
  • Published: Monday, 20 December 2021
  • , Updated: 20 December 2021, 10:41 AM IST

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫୬୩ ଟି କରୋନା ସଂକ୍ରମଣ ମାମଲା ରେକର୍ଡ଼ ହୋଇଛି। ରବିବାର ତୁଳନାରେ ଏହି ସଂଖ୍ୟା ୭.୩ ପ୍ରତିଶତ କମ୍ ରହିଛି। ତେବେ ଏହି ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁ  ୧୩୨ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦୭୭ ଜଣ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୩,୪୧,୮୭,୦୧୭କୁ ବୃଦ୍ଧି ପାଇଛି। କରୋନାର ରିକଭରି ହାର ଉତ୍ସାହଜନକ ରହିଛି। ଯାହା ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି।

ଦେଶରେ ରେ ଏହି ରିଗଭରି ରେଟ୍  ବର୍ତ୍ତମାନ ୯୮.୩୯ ପ୍ରତିଶତ ରହିଛି।  ଯାହା ମାର୍ଚ୍ଚ ୨୦୨୦ରୁ ସର୍ବାଧିକ ବୋଲି କୁହାଯାଉଛି। କରୋନା  ଆକ୍ଟିଭ କେସ୍‌ ଦେଖିବାକୁ ଗଲେ ସମଗ୍ର ଦେଶରେ ୮୨,୨୬୭ଟି ମାମଲା ରହିଛି।

ଗତ ୫୭୨ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୨,୦୭୯ ଜଣଙ୍କୁ  ଟିକା ଦିଆଯାଉଛି। ଏପର୍ଯ୍ୟନ୍ତ ମୋଟ ଟିକାକରଣ ସଂଖ୍ୟା ୧୩୭୬୭୨୦୩୫୯ରେ ପହଞ୍ଚିଛି। ଅନ୍ୟପଟେ ଓମିକ୍ରନ ଭ୍ୟାରିଆଣ୍ଟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶରେ ଦୈନିକ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସତର୍କ କଲେଣି।

Related story