୨୦୨୧ ମଧ୍ୟଭାଗ ପୂର୍ବରୁ କରୋନା ଟିକା ବହୁଳ ଭାବେ ମିଳିବନି!

ବର୍ଲିନ: ସମଗ୍ର ବିଶ୍ୱର ବୈଜ୍ଞାନିକ ଓ ଡାକ୍ତରମାନେ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆମେରିକା ଆଉ ୧୫ ଦିନ ମଧ୍ୟରେ ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ମଧ୍ୟ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା କରୋନାକୁ ମାତ୍‌ ଦେବାର କ୍ଷମତା ରଖିଥିବା ଟିକା ବାହାର କରିବ ବୋଲି କହିଛନ୍ତି। ଜର୍ମାନୀର ୩ଟି ବାଓଟେକ୍‌ କମ୍ପାନୀ ମଧ୍ୟ ଦ୍ରୁତଗତିରେ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ ଦେଶର ରିସର୍ଚ୍ଚ ମନ୍ତ୍ରୀ ଅଞ୍ଜା […]

da

da

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 04:04 PM IST

Sports

Latest News

ବର୍ଲିନ: ସମଗ୍ର ବିଶ୍ୱର ବୈଜ୍ଞାନିକ ଓ ଡାକ୍ତରମାନେ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆମେରିକା ଆଉ ୧୫ ଦିନ ମଧ୍ୟରେ ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ମଧ୍ୟ ଅକ୍ଟୋବର କିମ୍ବା ନଭେମ୍ବର ସୁଦ୍ଧା କରୋନାକୁ ମାତ୍‌ ଦେବାର କ୍ଷମତା ରଖିଥିବା ଟିକା ବାହାର କରିବ ବୋଲି କହିଛନ୍ତି।

ଜର୍ମାନୀର ୩ଟି ବାଓଟେକ୍‌ କମ୍ପାନୀ ମଧ୍ୟ ଦ୍ରୁତଗତିରେ କରୋନା ଟିକା ବାହାର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ ଦେଶର ରିସର୍ଚ୍ଚ ମନ୍ତ୍ରୀ ଅଞ୍ଜା କାରଲିସଜେକ ଆଜି କରୋନା ଟିକା ଉପରେ ବଡ଼ ବୟାନ ଦେଇଛନ୍ତି। ୨୦୨୧ ମଧ୍ୟ ଭାଗ ପୂର୍ବରୁ କରୋନା ଟିକା ବହୁଳ ଭାବେ ମାର୍କେଟରେ ମିଳିବାର ଆଶା ବହୁତ କମ ବୋଲି ସେ କହିଛନ୍ତି।

ୟୁରୋପର ସବୁଠାରୁ ବଡ଼ ବିତ୍ତଶାଳୀ ରାଷ୍ଟ୍ର ଜର୍ମାନୀରେ କରୋନା ସଂକ୍ରମଣ କିଛି ଦିନ ଧରି କମିବା ପରେ ଏବେ ପୁଣି ଉପର ମୁହାଁ ହୋଇଛି। ଏପରି କି ଜର୍ମାନୀର ଆରକେଆଇ କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ମଧ୍ୟ କରିଛି। ଏବେ ଅଞ୍ଜା କହିଛନ୍ତି, “ଆମେ କେବେ ହେଲେ କୌଣସି ଚମତ୍କାର ହୋଇଯିବ ବୋଲି ବିଶ୍ୱାସ କରିବା କଥା ନୁହେଁ। ଲୋକମାନେ କରୋନା ସଂକ୍ରମଣକୁ ନିଜକୁ ଦୂରେଇ ରଖିବା ପାଇଁ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟୀ ରଖନ୍ତୁ। ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଟିକା ଯଦି ଚଳିତ ବର୍ଷ ବାହାରିବ, ତା’ହେଲେ କିଛି ବି ଫରକ ପଡ଼ିବ ନାହିଁ।

କାରଣ ଏହା ବହୁଳ ଭାବେ ଲୋକଙ୍କ ପାଖରେ ପହଞ୍ଚିବା ବେଳକୁ ୨୦୨୧ ମଧ୍ୟ ଭାଗ ହୋଇଯିବ। ଏହା ପୂର୍ବରୁ କେବେ ହେଲେ କରୋନା ଟିକା ବିପୁଳ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ନାହିଁ।

ଜର୍ମାନୀର ୩ଟି କମ୍ପାନୀ କରୋନା ଟିକା ବାହାର କରିବାରେ ଲାଗିଛନ୍ତି। ଏଥିପାଇଁ ସରକାର ସମସ୍ତ ପ୍ରକାରର ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଟିକା ବାହାରିଲେ ମଧ୍ୟ ଏହା ତୁରନ୍ତ ସମସ୍ତଙ୍କ ପାଖରେ ଯେ ପହଞ୍ଚି ଯିବ, ତାହା ଭାବିବା ଭୁଲ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story