ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ଅବଧି ବଢ଼ିଲା  

ମୁମ୍ବାଇ: ମୁମ୍ବାଇର ପତ୍ର ଚଲ୍ ଦୁର୍ନୀତ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ପହିଲାରେ ସାଂସଦ ରାଉତଙ୍କୁ ଗିରଫ କରିଥିଲା । ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ […]

sanjay-Raut

  • Published: Monday, 22 August 2022
  • , Updated: 22 August 2022, 06:19 PM IST

ମୁମ୍ବାଇ: ମୁମ୍ବାଇର ପତ୍ର ଚଲ୍ ଦୁର୍ନୀତ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଗଷ୍ଟ ପହିଲାରେ ସାଂସଦ ରାଉତଙ୍କୁ ଗିରଫ କରିଥିଲା । ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆଜି ତାଙ୍କର ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସଞ୍ଜୟ ରାଉତ ଏବେ ଅଥର୍ର୍ ରୋଡ୍ ଜେଲରେ ଅଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି କହିଥିଲା ଯେ, ସଞ୍ଜୟ ରାଉତ ଆଲିବାଗରେ ୩ କୋଟି ଟଙ୍କା ବିନିମୟରେ ୧୦ଟି ଫ୍ଲାଟ କିଣିଛନ୍ତି । ଏହି ଅର୍ଥ ସେ ପ୍ରବୀଣ ରାଉତଙ୍କ ଠାରୁ ନେଇଥିଲେ । ପ୍ରବୀଣ ତାଙ୍କ ପାଇଁ ଫ୍ରଣ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ଏବଂ ପ୍ରତି ମାସରେ ତାଙ୍କୁ ୧ ଲକ୍ଷରୁ ଅଧିକ କ୍ୟାସ୍ ପଠାଉଥିଲେ । ଅବଶ୍ୟ ଏହା ଜଣାପଡିବା ପରେ ସଞ୍ଜୟଙ୍କ ବିରୋଧରେ ଇଡିର ପରବର୍ତ୍ତୀ ପଦକ୍ଷେପ ବାବଦରେ ଏଯାଏଁ କିଛି ଜଣାପଡିନାହିଁ ।ପ୍ରବୀଣ ରାଉତ ଗୁରୁ ଆଶିଷ କନଷ୍ଟ୍ରକ୍ସନର ନିର୍ଦ୍ଦେଶକ ଓ ଏହି ଦୁର୍ନୀତି ମାମଲାର ମୁଖ୍ୟ କାର୍ପଟଦାର । ଏହି ଦୁର୍ନୀତି ମାମଲାରେ ଇଡି ଦୁଇଟି ପର୍ଯ୍ୟାୟରେ ଯାଞ୍ଚ ଆରମ୍ଭ କରିଛି। ଗତ ଅଗଷ୍ଟ ୧ ତାରିଖରେ ସଞ୍ଜୟଙ୍କୁ ଗିରଫ କରାଯାଇଥିଲା। ପରେ ସେ ଇଡିର ରିମାଣ୍ଡରେ ଥିଲେ। ତେବେ ପରେ ଇଡି ପକ୍ଷରୁ ଆଉ ସଞ୍ଜୟଙ୍କ ରିମାଣ୍ଡ ଆବେଦନ କରାଯାଇ ନଥିଲା ।

କିନ୍ତୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେବାକୁ ଇଡି ଦାବି କରିଥିଲା। ଇଡି ତାର ଦଲିଲରେ  କହିଥିଳା ଯେ, ସଞ୍ଜୟ ରାଉତ ଜଣେ ପ୍ରବାଭଶାଳୀ ବ୍ୟକ୍ତି । ସେ ସାକ୍ଷୀମାନଙ୍କୁ ଧମକାଇ ପାରନ୍ତି। ଏଥିସହ ସେ ପ୍ରମାଣ ନଷ୍ଟ କରିବାର କ୍ଷମତା ତାଙ୍କ ପାଖରେ ରହିଛି । ତେଣୁ ସଞ୍ଜୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ  ଇଡି ଦାବି କରଥିଲା। । ଏହା ପରେ ଅଦାଲତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ।

Related story