ଟିଏମସିର ସାୟୋନି ଘୋଷଙ୍କୁ ମିଳିଲା ଜାମିନ

ଅଗରତାଲା: ହତ୍ୟା ଉଦ୍ୟମ ମାମଲାରେ ରବିବାର ଗିରଫ ହୋଇଥିବା ତୃଣମୂଳ ୟୁଥ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଆଜି ଜାମିନ ମିଳିଛି। ପୁଲିସ୍‌ ତାଙ୍କୁ କାଲି ଗିରଫ କରିଥିବା ବେଳେ ଆଜି କୋର୍ଟରେ ହାଜର କରିଥିଲା। ଏହି ସମୟରେ ସେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ୨୦ ହଜାରର ବ୍ୟକ୍ତିଗତ ବଣ୍ଡ ବଦଳରେ ସାୟୋନିଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ଏ ସମ୍ପର୍କରେ ଟିଏମସିର ତ୍ରିପୁରା ସମ୍ପାଦକ କୁନାଲ ଘୋଷ ସୂଚନା ଦେଇଛନ୍ତି। […]

saayoni-ghosh

Hemant Lenka
  • Published: Monday, 22 November 2021
  • , Updated: 22 November 2021, 09:13 PM IST

ଅଗରତାଲା: ହତ୍ୟା ଉଦ୍ୟମ ମାମଲାରେ ରବିବାର ଗିରଫ ହୋଇଥିବା ତୃଣମୂଳ ୟୁଥ କଂଗ୍ରେସ ସଭାପତି ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କୁ ଆଜି ଜାମିନ ମିଳିଛି। ପୁଲିସ୍‌ ତାଙ୍କୁ କାଲି ଗିରଫ କରିଥିବା ବେଳେ ଆଜି କୋର୍ଟରେ ହାଜର କରିଥିଲା। ଏହି ସମୟରେ ସେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ୨୦ ହଜାରର ବ୍ୟକ୍ତିଗତ ବଣ୍ଡ ବଦଳରେ ସାୟୋନିଙ୍କୁ କୋର୍ଟ ଜାମିନ ଦେଇଛନ୍ତି।

ଏ ସମ୍ପର୍କରେ ଟିଏମସିର ତ୍ରିପୁରା ସମ୍ପାଦକ କୁନାଲ ଘୋଷ ସୂଚନା ଦେଇଛନ୍ତି। ସାୟୋନି ଘୋଷଙ୍କୁ ଜାମିନ ଦେଇଥିବାରୁ ସେ ଟିଏମସି ପକ୍ଷରୁ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମ ତ୍ରିପୁରା ଅତରିକ୍ତ ଏସ୍‌ପି ବିଜେ ରେଡ୍ଡୀ ରବିବାର କହିଥିଲେ ଯେ ପ୍ରାଥମିକ ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ସାୟୋନି ଘୋଷଙ୍କୁ ଗିରଫ କରାଯାଇଛି। ଆଇପିସିର ଧାରା ୩୦୭ ଓ ୧୫୩ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ହୋଇଛି।


ସୂଚନାଯୋଗ୍ୟ, ସାୟୋନି ଗୋଟିଏ ସଭାସ୍ଥଳରେ ଏକାଠି ହୋଇଥିବା ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରୁଥିଲେ। ଏନେଇ ଅଭିଯୋଗ ମିଳିବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ରବିବାର ଦିନ ପ୍ରାୟ ୧୧ଟା ବେଳେ ସାୟୋନି ରହୁଥିବା ହୋଟେଲରେ ମହିଳା ପୁଲିସ୍ ପହଞ୍ଚିବା ସହ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍‌ ତାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିଲା।

ଶନିବାର ସେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାୟୋନି ଗିରଫ ହେବା ପରେ ଟିଏମସି କର୍ମୀମାନେ ପୂର୍ବ ଅଗରତାଲା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ତେବେ ସେଠାରେ ୨୫ରୁ ଅଧିକ ବିଜେପି କର୍ମୀ ହେଲମେଟ ପିନ୍ଧି ପହଞ୍ଚିବା ସହ କାଠ ଫାଳିଆରେ ଟିଏମସି କର୍ମୀମାନଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍‌ ଷ୍ଟେସନ ଭିତରେ ହିଁ ଏସବୁ ଘଟଣା ଘଟିଥିଲା।

ଏଥିସହ ଟିଏମସିର ଆଉ କିଛି ନେତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ନେଇ ଆଜି ଟିଏମସି ସାଂସଦମାନେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆଗରେ ଧାରଣା ଦେଇଥିଲେ। ଏହାପରେ ସେ ସ୍ୱରାଷ୍ଟ୍ର ଅମିତ ଶାହଙ୍କ ଘରକୁ ଯାଇ ଏ ସମ୍ପର୍କରେ ଅଭିଯୋଗ ଜଣାଇଥିଲେ।

Related story