ଓମିକ୍ରନ ଓ ଡେଲ୍ଟାକୁ ମାତ ଦେବ କୋଭାକ୍ସିନର ବୁଷ୍ଟର ଡୋଜ୍‌!

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ପାଇଁ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଏଥିଯୋଗୁ ସଂକ୍ରମିତ ହେଉଛନ୍ତି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ବୁଷ୍ଟର ଡୋଜ୍‌ କରୋନାର ଉଭୟ ଓମିକ୍ରନ ଓ ଡେଲ୍ଟା ଭାରିଏଣ୍ଟ ବିରୋଧରେ ଫଳପ୍ରଦ। ଓମିକ୍ରନ ଓ ଡେଲ୍ଟା ଭାରିଏଣ୍ଟ କୋଭାକ୍ସିନର ବୁଷ୍ଟର ଡୋଜ୍ ନେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ […]

Covaxin

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 07:29 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ପାଇଁ ସାରା ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଏଥିଯୋଗୁ ସଂକ୍ରମିତ ହେଉଛନ୍ତି। ଏସବୁ ଭିତରେ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ବୁଷ୍ଟର ଡୋଜ୍‌ କରୋନାର ଉଭୟ ଓମିକ୍ରନ ଓ ଡେଲ୍ଟା ଭାରିଏଣ୍ଟ ବିରୋଧରେ ଫଳପ୍ରଦ।

ଓମିକ୍ରନ ଓ ଡେଲ୍ଟା ଭାରିଏଣ୍ଟ କୋଭାକ୍ସିନର ବୁଷ୍ଟର ଡୋଜ୍ ନେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରିବ ନାହିଁ ବୋଲି ଏହାକୁ ତିଆରି କରିଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ ଦାବି କରିଛି।

କମ୍ପାନୀ କହିଛି ଯେ ଡେଲ୍ଟା ଭାରିଏଣ୍ଟକୁ କୋଭାକ୍ସିନର ବୁଷ୍ଟର ଡୋଜ୍ ମାତ୍ ଦେଇ ପାରୁଥିବା ୧୦୦% ସେରମ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ସେହିପରି ଓମିକ୍ରନ ଭାରିଏଣ୍ଟକୁ ବୁଷ୍ଟର ଡୋଜ୍ ମାତ ଦେଇ ପାରୁଥିବା ୯୦% ସେରମ ନମୁନା ପରୀକ୍ଷାରୁ ଜଣାପଡ଼ିଛି।

ବୁଷ୍ଟର ଡୋଜ୍‌ର ସଫଳତା ସମ୍ପର୍କରେ Emory Universityରେ ପରୀକ୍ଷା କରାଯାଇଥିଲା। ଏହି ସମୟରେ କୋଭାକ୍ସିନର ୨ଟି ଯାକ ଡୋଜ୍‌ ନେଇଥିବା ଲୋକମାନଙ୍କୁ ୬ ମାସ ପରେ ବୁଷ୍ଟର ଡୋଜ୍‌ ଦିଆଯାଇଥିଲା। ଏହି ବୁଷ୍ଟର ଡୋଜ୍‌ ବେଶ ସଫଳତାର ସହ ଓମିକ୍ରନ ଓ ଡେଲ୍ଟା ଭାରିଏଟକୁ ମାତ ଦେଇ ପାରୁଥିବା ଜଣାପଡ଼ିଛି।


ଏହାପୂର୍ବରୁ ହୋଇଥିବା ପରୀକ୍ଷାରେ କୋଭାକ୍ସିନ କରୋନା ଭାଇରସର ଆଲ୍ଫା, ବିଟା, ଜେଟା ଓ କାପ୍ପା ଭାରିଏଣ୍ଟକୁ ମାତ ଦେଇ ପାରୁଥିବା ସ୍ପଷ୍ଟ ହୋଇଥିଲା। ବର୍ତ୍ତମାନ ଆସିଥିବା ତଥ୍ୟ ଅନୁଯାୟୀ, କୋଭାକ୍ସିନର ତୃତୀୟ ଡୋଜ୍‌ ଜଣେ ହିତାଧିକାରୀଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଦେଇ ପାରିବ ବୋଲି କମ୍ପାନୀ କହିଛି।

ଶନିବାର କମ୍ପାନୀ କହିଥିଲା ଯେ କୋଭାକ୍ସିନର ବୁଷ୍ଟର ଡୋଜର ପରୀକ୍ଷଣ ବେଳେ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ। ଏହା ଭାଇରସ ବିରୋଧରେ ଦୀର୍ଘକାଳୀନ ସୁରକ୍ଷା ଦେବାକୁ ସକ୍ଷମ ହେଉଛି। ପରୀକ୍ଷା ସମୟରେ ବୁଷ୍ଟର୍ ଡୋଜ ନେବା ପରେ ଲୋକଙ୍କ ଶରୀରରେ ପୂର୍ବାପେକ୍ଷା ୫ ଗୁଣା ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି। ଲୋକଙ୍କ ଶରୀରରେ CD4 ଓ CD8 କୋଷ ଗୁଡ଼ିକ ଅଭିବୃଦ୍ଧି ହେଉଛି। ଏହି କୋଷ ଭାଇରସ ବିରୋଧରେ ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ।

Related story