କରୋନାର ନୂଆ ଷ୍ଟ୍ରେନକୁ ମାତ୍ ଦେବ କୋଭାକ୍ସିନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ […]

Covaxin

Covaxin

Subhransu Sekhar
  • Published: Sunday, 16 May 2021
  • Updated: 16 May 2021, 06:08 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।

ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍। କମ୍ପାନୀ କହିଛି କରୋନାର ନୂଆ ଷ୍ଟ୍ରେନ୍ B.1.617 ଏବଂ B.1.1.7 ବିରୋଧରେ କୋଭାକ୍ସିନ ପ୍ରଭାବୀ। ଏହି ଦୁଇ ଭେରିଆଣ୍ଟ ଭାରତ ଏବଂ ବ୍ରିଟେନରେ ଦେଖିବାକୁ ମିଳିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି-ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମିଳିତ ସହଯୋଗରେ ଭରତ ବାୟୋଟେକ୍ ଏହି ଦୁଇଟି ଭେରିଆଣ୍ଟ ବିରୋଧରେ କୋଭାକ୍ସିନ କେତେ ପ୍ରଭାବୀ ସେ ନେଇ ଗବେଷଣା କରିଥିଲା। ଭାରତରେ ଜରୁରୀକାଳୀନ ଟିକା ଭାବରେ ଅନୁମୋଦିତ ହୋଇଥିବା ତିନି ଟିକା ମଧ୍ୟରୁ କୋଭାକ୍ସିନ ଅନ୍ୟତମ। ଏହା ବ୍ୟତୀତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କୋଭଶିଲ୍ଡ ଏବଂ ରୁଷିଆର ସ୍ପୁଟନିକ ଭି ଦେଶରେ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ପାଇଛି।

ଏ ପର୍ଯ୍ୟନ୍ତ ଦେଶରେ ୧୮ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କରୋନା ଟିକାକରଣ ମେ ୧ରୁ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଥିଲା। ଭାରତରେ କୋଭାକ୍ସିନ ଟିକାର ଚାହିଦା ମଧ୍ୟ ବଢ଼ିଛି। ଏବେ ଏହି ଟିକା ଆହୁରି ଅଧିକ କିଭଳି ଉତ୍ପାଦନ ହେବ ସେ ନେଇ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଭାରତ ବାୟୋଟେକ ବାଙ୍ଗାଲୋରରେ କମ୍ପାନୀର ଆଉ ଏକ ଶାଖା ଖୋଲିବାକୁ ଯାଉଛି। ଯେଉଁଠି କୋଭାକ୍ସିନ ଟିକା ତିଆରି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos