ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଦମ୍ ଦେଖାଇଲା କୋଭାକ୍ସିନ୍, ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଭ୍ୟାକସିନ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ମଙ୍ଗଳବାର ସାମ୍ନାକୁ ଆସିଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ‘କୋଭାକ୍ସିନ’ ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରେ କୁହାଯାଇଛି ଯେ ଡିଜିସିଆଇର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ଦ୍ୱାରା ଅନୁମୋଦିତ କରାଯାଇଥିବା ଫେଜ୍-୩ ଟ୍ରାଏଲ୍ ଡାଟା ମୁତାବକ କୋଭାକ୍ସିନ୍ କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ। ଭାରତ ବାୟୋଟେକ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ କମିଟିକୁ ଏହି ରିପୋର୍ଟ ହସ୍ତାନ୍ତର […]

covaxin

covaxin

Ranjit Kumar Jena
  • Published: Tuesday, 22 June 2021
  • Updated: 22 June 2021, 04:15 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଭ୍ୟାକସିନ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ମଙ୍ଗଳବାର ସାମ୍ନାକୁ ଆସିଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ ‘କୋଭାକ୍ସିନ’ ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରେ କୁହାଯାଇଛି ଯେ ଡିଜିସିଆଇର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ଦ୍ୱାରା ଅନୁମୋଦିତ କରାଯାଇଥିବା ଫେଜ୍-୩ ଟ୍ରାଏଲ୍ ଡାଟା ମୁତାବକ କୋଭାକ୍ସିନ୍ କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ।

ଭାରତ ବାୟୋଟେକ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ କମିଟିକୁ ଏହି ରିପୋର୍ଟ ହସ୍ତାନ୍ତର କରି ଦିଆଯାଇଛି। ତୃତୀୟ ପର୍ଯ୍ୟାୟର ଡାଟା ମିଳିବା ପରେ ଏସଇସି ମଙ୍ଗଳବାର ବୈଠକ କରିଥିଲା। ଫେଜ୍-୩ ଟ୍ରାଏଲ୍ ୨୫,୮୦୦ ଲୋକଙ୍କ ଉପରେ କରାଯାଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ଏହି ଭ୍ୟାକସିନ୍ କେତେ ପ୍ରଭାବଶାଳୀ ତାହା ଏହି ଟ୍ରାଏଲରେ ପରୀକ୍ଷଣ ହୋଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତ ବାୟୋଟେକର କୋଭିଡ୍ ଭ୍ୟାକସିନ୍ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI)ର ପ୍ରସ୍ତାବକୁ ସ୍ୱୀକାର କରିଛି ଏବଂ ଟିକାକୁ ମଞ୍ଜୁରୀ ଦେବା ସମ୍ବନ୍ଧିତ ଡକ୍ୟୁମେଣ୍ଟ ପ୍ରଦାନ କରିବା ପୂର୍ବରୁ ଜୁନ୍ ୨୩ ତାରିଖରେ ଡବ୍ଲୁଏଚଓ ସହ ବୈଠକ ହେବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଏହି ବୈଠକରେ ଉତ୍ପାଦର ସବିଶେଷ ସମୀକ୍ଷା କରାଯିବ ନାହିଁ, କିନ୍ତୁ ଟିକା ଉତ୍ପାଦନକାରୀଙ୍କ ନିକଟରେ ଟିକାର ଗୁଣବତ୍ତାକୁ ନେଇ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ପାଇଁ ସୁଯୋଗ ମିଳିବ। ସୂଚନାଯୋଗ୍ୟ, ଭାରତ ବାୟୋଟେକ୍ ଗତ ମାସରେ କହିଥିଲା ଯେ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ WHOରୁ ଅନୁମୋଦନ ମିଳିଯିବ।

ଭାରତରେ ବର୍ତ୍ତମାନ ଦୁଇଟି କରୋନା ଟିକା ଦ୍ୱାରା ଟିକାକରଣ ଅଭିଯାନ ଚାଲିଛି । ପ୍ରଥମଟି ହେଉଛି ଆଷ୍ଟ୍ରାଜେନେକାର କରୋନା ଟିକା, ଯାହାକୁ ସୀରମ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ନାମରେ ପ୍ରସ୍ତୁତ କରିଛି । ଦ୍ୱିତୀୟଟି ଭାରତ ବାୟୋଟେକର କୋଭାକ୍ସିନ୍ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଟିକା ।

କରୋନା ଯେଉଁ ସମୟରେ ପିକରେ ଥିଲା ଓ ଟିକାକରଣ ଅଭିଯାନକୁ ଶୀଘ୍ର ଆରମ୍ଭ କରିବାର ଥିଲା, ସେତେବେଳେ କୋଭିଶିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ସେତେବେଳେ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ବିନା କୋଭାକ୍ସିନକୁ ମଞ୍ଜୁରୀ ମିଳିବା ନେଇ ଅନେକ ବିବାଦ ହୋଇଥିଲା। ହେଲେ ଟିକାକରଣ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ କୋଭାକ୍ସିନରେ କେହିବି ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିନାହିଁ।

ଭାରତ ବାୟୋଟେକ କହିଛି ଯେ ସେମାନେ ଟିକାର ଚତୁର୍ଥ ଟ୍ରାଏଲ୍ ମଧ୍ୟ କରୁଛନ୍ତି। ବର୍ତ୍ତମାନ କୋଭାକ୍ସିନକୁ ଡବ୍ଲୁଏଚଓ ଦ୍ୱାରା ଜରୁରୀକାଳୀନ ବ୍ୟବହାର ଭ୍ୟାକସିନ୍ ତାଲିକାରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ପ୍ରୟାସ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story