ଦେଶରେ ୨୧୩କୁ ବୃଦ୍ଧି ପାଇଲା ଓମିକ୍ରନ୍‌ ମାମଲା, ଚିନ୍ତା ବଢ଼ାଇଲା ଦୁବାଇ ଫେରନ୍ତା

ନୂଆଦିଲ୍ଲୀ: ଭାରତରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି ଓମିକ୍ରନ୍‌ ମାମଲା। ଅଦ୍ୟାବଧି ଓମିକ୍ରନ୍ ମାମଲା ୨୧୩କୁ ବୃଦ୍ଧି ପାଇଥିବା ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ଆସିଛି। କରୋନାର ଏହି ନୂଆ ଭ୍ୟାରିଆଣ୍ଟର ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ୬୫ ରହିଛି। ତାପଛକୁ ୫୭ଟି ମାମଲା ସହ ଦିଲ୍ଲୀ ଦ୍ୱୀତିୟ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନରୁ ୯୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।  ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଭାରତରେ ଧିରେ ଧିରେ ବ୍ୟାପୁଥିବା […]

covid-case

Tapas Behera
  • Published: Wednesday, 22 December 2021
  • , Updated: 22 December 2021, 11:03 AM IST

ନୂଆଦିଲ୍ଲୀ: ଭାରତରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି ଓମିକ୍ରନ୍‌ ମାମଲା। ଅଦ୍ୟାବଧି ଓମିକ୍ରନ୍ ମାମଲା ୨୧୩କୁ ବୃଦ୍ଧି ପାଇଥିବା ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ଆସିଛି। କରୋନାର ଏହି ନୂଆ ଭ୍ୟାରିଆଣ୍ଟର ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ୬୫ ରହିଛି। ତାପଛକୁ ୫୭ଟି ମାମଲା ସହ ଦିଲ୍ଲୀ ଦ୍ୱୀତିୟ ସ୍ଥାନରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନରୁ ୯୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।  ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଭାରତରେ ଧିରେ ଧିରେ ବ୍ୟାପୁଥିବା ଓମିକ୍ରନ୍  ଭ୍ୟାରିଆଣ୍ଟ କେନ୍ଦ୍ରକୁ ଚିନ୍ତାରେ ପକାଇଛି। ଏଥିପାଇଁ ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଓମିକ୍ରନ୍ ଡେଲଟା ଅପେକ୍ଷା ୩ ଗୁଣ ଅଧିକ ସଂକ୍ରମିତ ବୋଲି କୁହାଯାଉଛି।

ତେଣୁ ଗ୍ରାମାଞ୍ଚଳ ଏବଂ ଜିଲ୍ଲାସ୍ତରରେ ଅଧିକ ସତର୍କ ଜରୁରୀ। ଆବଶ୍ୟକ ପଡ଼ିଲେ କଠୋର ନିଷ୍ପତ୍ତି ନେବାକୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ରାଜ୍ୟମାନଙ୍କୁ ଚିଠି ଲେଖି ଅବଗତ କାରିଛନ୍ତି। ବିଶେଷ କରି  ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ସରକାର ଅଧିକ ସାବଧାନ ରହିବାକୁ କୁହାଯାଇଛି । ସୋମବାର ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଅଧିକାଂଶ ଓମିକ୍ରନ୍ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରୀ ଦୁବାଇ ରହିଛି। ୨୨ ଟି ମାମଲାରୁ ୧୯ଟି ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରୀ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୟୁଏଇ / ଦୁବାଇରୁ ଆସିଥିବା ସର୍ବାଧିକ ୧୦ ରୋଗୀ, ବ୍ରିଟେନରୁ ୪, ଦକ୍ଷିଣ ଆଫ୍ରିକାରୁ ୨, ତାଞ୍ଜାନିଆରୁ ୨ ଏବଂ ଜିମ୍ବାୱେରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ୩ ଜଣ ବିଦେଣଯାତ୍ରା ବେଳେ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସି ଏହି ରୋଗରେ ଶିକାର ହୋଇଛନ୍ତି।

ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୩୧୭ଟି  ନୂଆ କୋଭିଡ୍ ମାମଲା ପଞ୍ଜିକୃତ ହୋଇଛି । ଯାହା ପୂର୍ବ ଦିନ ତୁଳନାରେ ୧୮.୬ ପ୍ରତିଶତ ଅଧିକ। ଏଥିସହ କୋଭିଡ ଜନିତ ସମୁଦାୟ କେସ୍‌  ୩,୪୭,୫୮,୪୮୧କୁ ଛୁଇଁଛି। ଦେଶରେ ଏବେ ଆକ୍ଟିଭ କେସ ୭୮,୧୯୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଦେଶରେ ମୃତ୍ୟୁ ସଂଖ୍ୟା ୪,୭୮,୩୨୫କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ମୋଟ ୫୭,୦୫,୦୩୯ ଜଣଙ୍କୁ କୋଭିଡ୍ ଡୋଜ୍ ଦିଆଯାଇଛି। ଏଥିସହ  ସମୁଦାୟ କୋଭିଡି ଟିକା ପ୍ରଦାନରେ ୧,୩୮,୯୫,୯୦,୬୭୦ ଛୁଇଁଛି।

Related story