ଜାନୁଆରୀ ଶେଷରେ ପିକ୍‌ ଦେଖାଇବ ତୃତୀୟ ୱେଭ, ୪ରୁ ୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବେ!

ନୂଆଦିଲ୍ଲୀ: ମହାମାରୀ କରୋନା ତୃତୀୟ ଲହର ଜନିତ ସଂକ୍ରମଣ ଏବେ ଦେଶରେ ଘାଇଁଘାଇଁ ହୋଇ ମାଡ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ୭ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ପ୍ରାୟ ୧୦ ଗୁଣ ବଢ଼ିଲାଣି। ଓମିକ୍ରନ ଭାରିଏଣ୍ଟ ଯୋଗୁ କରୋନା କେସ୍‌ ୧ରୁ ୨ ଦିନ ଭିତରେ ଦୁଇ ଗୁଣ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ଶେଷ ଭାଗରେ କରୋନା ତୃତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। […]

Corona1

Hemant Lenka
  • Published: Friday, 07 January 2022
  • , Updated: 07 January 2022, 04:15 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ତୃତୀୟ ଲହର ଜନିତ ସଂକ୍ରମଣ ଏବେ ଦେଶରେ ଘାଇଁଘାଇଁ ହୋଇ ମାଡ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ୭ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ପ୍ରାୟ ୧୦ ଗୁଣ ବଢ଼ିଲାଣି। ଓମିକ୍ରନ ଭାରିଏଣ୍ଟ ଯୋଗୁ କରୋନା କେସ୍‌ ୧ରୁ ୨ ଦିନ ଭିତରେ ଦୁଇ ଗୁଣ ହେଉଛି।

ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ଶେଷ ଭାଗରେ କରୋନା ତୃତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ପିକ୍‌ ବେଳେ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷ ମଧ୍ୟରେ ରହିବ। ପ୍ରାଥମିକ ଅବସ୍ଥାରେ ମୁମ୍ବାଇ ଓ ଦିଲ୍ଲୀରେ ଏହାର ପିକ୍‌ ରହିବ। ଧୀରେଧୀରେ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣର ବିସ୍ଫୋରଣ ଦେଖିବାକୁ ମିଳିବ ବୋଲି ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ଆଜି ଆକଳନ କରିଛନ୍ତି। ତାଙ୍କ କହିବା ଅନୁସାରେ, ମାର୍ଚ୍ଚ ସୁଦ୍ଧା କରୋନା ତୃତୀୟ ୱେଭ ସଂପୂର୍ଣ୍ଣ ଶେଷ ହୋଇ ସାରିଥିବ।

ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ଦୈନିକ ସଂକ୍ରମଣ ପିକ୍‌ ସମୟରେ ୩୦ରୁ ୫୦ ହଜାର ଛୁଇଁବ। ପୂରା ଦେଶରେ ପିକ୍‌ ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମରୁ ଦେଖିବାକୁ ମିଳିବ। ଏହି ସମୟରେ ଦୈନିକ ସଂକ୍ରମଣ ୪ରୁ ୮ ଲକ୍ଷ ମଧ୍ୟରେ ରହିବ। ସଂକ୍ରମଣ ବଢ଼ିବାକୁ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଏହା ଅଧିକ ଚାପ ସୃଷ୍ଟି କରିନ ପାରେ।

ଯଦି ଲକଡାଉନ ଲାଗୁ ହେବ। ତା’ହେଲେ ମାର୍ଚ୍ଚ ସୁଦ୍ଧା ସଂକ୍ରମଣ ହ୍ରାସ ପାଇବା ଆରମ୍ଭ ହେବ। ମାର୍ଚ୍ଚ ଶେଷ ସୁଦ୍ଧା ଦୈନିକ ସଂକ୍ରମଣ ୧୦ରୁ ୨୦ ହଜାର ମଧ୍ୟରେ ରହିପାରେ। ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ସଂକ୍ରମଣ ବଢ଼ାଉଥିଲେ ମଧ୍ୟ ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହେଉନାହାନ୍ତି। ପିକ୍ ବେଳେ ମଧ୍ୟ ବହୁତ କମ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି।

ଏହାପୂର୍ବରୁ ଆଇଏଚ୍ଏମର ନିର୍ଦ୍ଦେଶକ ଡା କ୍ରିଷ୍ଟୋଫର ମୁରାୟ କହିଥିଲେ ଯେ ଓମିକ୍ରନ ଜନିତ ସଂକ୍ରମଣ ଡେଲ୍ଟା ଭାରିଏଣ୍ଟ ଭଳି ଘାତକ ହେଉ ନାହିଁ। କିନ୍ତୁ ଏହାର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଡେଲ୍ଟା ଭଳି ସ୍ଥିତି ସୃଷ୍ଟି କରିପାରେ। ଏହାର ଅର୍ଥ ଡେଲ୍ଟା ଭାରିଏଣ୍ଟ ବେଳେ ଯେଉଁଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା, ଠିକ ଅନୁରୂପ ଭାବେ ଓମିକ୍ରନ ଭାରିଏଣ୍ଟ ସଂଖ୍ୟା ବୃଦ୍ଧି କରିବ।

ଏପରି କି ସଂକ୍ରମିତଙ୍କ ସଂଖ୍ୟା ଡେଲ୍ଟା ତୁଳନାରେ ଓମିକ୍ରନ ବେଳେ ଅଧିକ ରହିପାରେ। ଟିକାକରଣ ଦ୍ୱାରା ଓମିକ୍ରନରେ ସଂକ୍ରମିତ ହେବା ପରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି। ତଥାପି ଏହା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ। ଜାନୁଆରୀ ମଧ୍ୟ ଭାଗରେ ହିଁ ଓମିକ୍ରନ ବିଶ୍ୱର ବିଭିନ୍ନ ସ୍ଥାନରେ ପିକରେ ପହଞ୍ଚିବ। ଏହାଦ୍ୱାରା ସମଗ୍ର ବିଶ୍ୱରେ ଦୈନିକ ୩୫ ମିଲିୟନ ଲୋକ ସଂକ୍ରମିତ ହୋଇପାରନ୍ତି। ଏହା ଏପ୍ରିଲ ମାସରେ ପିକ୍ରେ ପହଞ୍ଚିଥିବା ଡେଲ୍ଟା ଜନିତ ସଂକ୍ରମଣ ତୁଳନାରେ ୩ ଗୁଣ ଅଧିକ। ଭାରତ କଥା ବିଚାରକୁ ନେଲେ, ଜାନୁଆରୀ ଶେଷ ଭାଗ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଓମିକ୍ରନ ତା’ର ସର୍ବୋଚ୍ଚ ଗତି ଦେଖାଇବ ବୋଲି ସେ ଆକଳନ କରିଥିଲେ।

Related story