ଯୋଗୀ ଖୋଜୁଛନ୍ତି ନେଗେଟିଭ୍ ସାର୍ଟିଫିକେଟ୍!

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା ଏବଂ ଆର୍ଥିକ ସ୍ଥିତି ସୁଦୃଢ କରିବା ଏବେ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ। ଯଦି କରୋନାର ବିତ୍ପାତର ବଢ଼ିବ ତାହେଲେ ଆଗାମୀ ଦିନରେ ପୁଣିଥରେ ଲକଡାଉନ୍ ଜାରି ରହିବ। ଲୋକେ ଆର୍ଥିକ ସମସ୍ୟାରେ ପଡ଼ିବେ। ତେଣୁ ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ସରକାର ବହୁ ସତର୍କତାର ସହିତ ହାତେ ମାରି ଚାଖଣ୍ଡେ ଚାଲୁଛନ୍ତି। ଏବେ ଦୁଇ ବିଜେପି ଶାସିତ ରାଜ୍ୟ ଆସାମ ଏବଂ ଉତ୍ତର ପ୍ରଦେଶ କରୋନା […]

Yogi

Yogi

Subhransu Sekhar
  • Published: Sunday, 18 July 2021
  • Updated: 18 July 2021, 08:45 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା ଏବଂ ଆର୍ଥିକ ସ୍ଥିତି ସୁଦୃଢ କରିବା ଏବେ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ। ଯଦି କରୋନାର ବିତ୍ପାତର ବଢ଼ିବ ତାହେଲେ ଆଗାମୀ ଦିନରେ ପୁଣିଥରେ ଲକଡାଉନ୍ ଜାରି ରହିବ। ଲୋକେ ଆର୍ଥିକ ସମସ୍ୟାରେ ପଡ଼ିବେ। ତେଣୁ ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ସରକାର ବହୁ ସତର୍କତାର ସହିତ ହାତେ ମାରି ଚାଖଣ୍ଡେ ଚାଲୁଛନ୍ତି। ଏବେ ଦୁଇ ବିଜେପି ଶାସିତ ରାଜ୍ୟ ଆସାମ ଏବଂ ଉତ୍ତର ପ୍ରଦେଶ କରୋନା ମୁକାବିଲା ପାଇଁ ନୂଆ ନୀତି ଆପଣାଇଛନ୍ତି। ଯେଉଁମାନେ ଏହି ଦୁଇ ରାଜ୍ୟରେ ପ୍ରବେଶ କରିବେ ସେମାନେ କରୋନା ନେଗେଟିଭ୍ ପ୍ରମାଣତ ପତ୍ର ଦେଖାଇବା ଜରୁରୀ। ଏଭଳି ହେଲେ ରାଜ୍ୟ ରାଜ୍ୟ ମଧ୍ୟରେ ଯାତାୟତ ଜାରି ରହିପାରିବ ଆଉ କରୋନା ଭୟ ମଧ୍ୟ କମିବ।

ୟୁପିର ଯୋଗୀ ସରକାର କହିଛନ୍ତି, ଯେଉଁରାଜ୍ୟରେ କରୋନାର ପଜିଟିଭିଟି ହାର ୦.୩ ପ୍ରତିଶତରୁ ଅଧିକ ଥିବ। ସେହି ରାଜ୍ୟର ଲୋକେ ୟୁପି ଆସିଲେ କରୋନା ନେଗେଟିଭ୍ ରିପୋର୍ଟ ଦେଖାଇବା ଦରକାର। ଏହାବାଦ୍ ଯଦି ଜଣେ ଦୁଇଟି ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇବେ ତାହେଲେ ସେ ମଧ୍ୟ ରାଜ୍ୟ ଭିତରେ ପ୍ରବେଶ କରିପାରିବେ। ତେବେ କୋଭିଡ ଟେଷ୍ଟ ରିପୋର୍ଟ ୪ ଦିନରୁ ଅଧିକ ପୁରୁଣା ହେଲା ଗ୍ରହଣ କରାଯିବନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ସଡ଼କ, ଆକାଶ ମାର୍ଗରେ ଆସିଲେ ଏହି ନିୟମ ଲାଗୁ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସଂକ୍ରାନ୍ତରେ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ ଏପରି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି। ଉଭୟ ବସ ଷ୍ଟାଣ୍ଡ, ରେଲଓ୍ୱେ ଷ୍ଟେସନ ଏବଂ ବିମାନ ବନ୍ଦରରେ ଆଣ୍ଟିଜେନ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ଯୋଗୀ କହିଛନ୍ତି। ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଥିବା ବେଳେ ଯୋଗୀ ସରକାରଙ୍କ ଏପରି ପଦକ୍ଷେପ ଆଗକୁ ଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି କୁହାଯାଉଛି। ଆଜି ୟୁପି ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ମୋଟ୍ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆସାମ ସରକାର ବି ସମାନ ନିୟମ ଲାଗୁ କରିଛନ୍ତି। ଆସାମ ସରକାରର ଜଣେ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ କିଛି ଦିନ ହେବ କରୋନା ତଳମୁହାଁ ହୋଇଛି। ହେଲେ ଏହି ସମୟରେ ସବୁ କିଛି ଅନଲକ୍ କରାଯାଇଛି। ହେଲେ ଟେଷ୍ଟ ସଂଖ୍ୟା ପୂର୍ବଭଳି କଡ଼ାକଡି ରହିବ। ତେଣୁ ଯିଏ ରାଜ୍ୟରେ ପ୍ରବେଶ କରିବେ ସେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଦେଖାଇବାକୁ ବାଧ୍ୟ ସେହିପରି ଟିକା ନେଇଥିଲେ ପ୍ରବେଶ କରିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story