କରୋନା କଟକଣାକୁ ଫୁ', ଜାଲିକାଟ୍ଟୁରେ ଜମିଲା ଭିଡ, ଜଣେ ମୃତ

ହାଇଦ୍ରାବାଦ: ଦେଶରେ ଏବେ କରୋନାର ତୃତୀୟ ଲହର କଲବଲ କଲାଣି। ଏହି ମହାମାରୀକୁ ନେଇ ସମସ୍ତେ ଛାନିଆ। ଉପର ମୁହାଁ ରହିଛି ସଂକ୍ରମିତ ସଂଖ୍ୟା। କରୋନା ମୁକାବିଲା ପାଇଁ ସରକାର ଅନେକ କଟକଣା ଲାଗାଇଛନ୍ତି। ଲୋକଙ୍କ ଭିଡ ଉପରେ ବାରଣ ମଧ୍ୟ ଲଗାଯାଇଛି। ତେବେ ସରକାରଙ୍କ ଏହି କରୋନା କଟକଣା ଚୁଲିକି ଯାଇଛି। କଟକଣାକୁ ଫୁ’ କରି ଉଡାଇ ଦେଇଛନ୍ତି ଲୋକେ। ଆନ୍ଧ୍ରପ୍ରଦେଶରେ ଜୋରଦାରରେ ପାଳନ ହୋଇଛି ସେଠାକାର ପାରମ୍ପରିକ ଉତ୍ସବ ଜାଲିକାଟ୍ଟୁ। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ […]

Jallikattu

Jallikattu

Madhupriya Mistry
  • Published: Saturday, 15 January 2022
  • Updated: 15 January 2022, 04:29 PM IST

Sports

Latest News

ହାଇଦ୍ରାବାଦ: ଦେଶରେ ଏବେ କରୋନାର ତୃତୀୟ ଲହର କଲବଲ କଲାଣି। ଏହି ମହାମାରୀକୁ ନେଇ ସମସ୍ତେ ଛାନିଆ। ଉପର ମୁହାଁ ରହିଛି ସଂକ୍ରମିତ ସଂଖ୍ୟା। କରୋନା ମୁକାବିଲା ପାଇଁ ସରକାର ଅନେକ କଟକଣା ଲାଗାଇଛନ୍ତି। ଲୋକଙ୍କ ଭିଡ ଉପରେ ବାରଣ ମଧ୍ୟ ଲଗାଯାଇଛି। ତେବେ ସରକାରଙ୍କ ଏହି କରୋନା କଟକଣା ଚୁଲିକି ଯାଇଛି। କଟକଣାକୁ ଫୁ' କରି ଉଡାଇ ଦେଇଛନ୍ତି ଲୋକେ। ଆନ୍ଧ୍ରପ୍ରଦେଶରେ ଜୋରଦାରରେ ପାଳନ ହୋଇଛି ସେଠାକାର ପାରମ୍ପରିକ ଉତ୍ସବ ଜାଲିକାଟ୍ଟୁ।

ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଶନିବାର ମଧ୍ୟ ଜାଲିକାଟ୍ଟୁ ଉତ୍ସବ ପାଳିତ ହୋଇଛି। ଏଥିରେ କରୋନାକୁ ଖାତିର ନକରି ହଜାର ହଜାର ଲୋକ ସାମିଲ ହୋଇଥିଲେ। ଚିତ୍ତୁର ଜିଲ୍ଲାର ରାମଚନ୍ଦ୍ରପୁରମ୍ ମଣ୍ଡପରେ ଜାଲିକାଟ୍ଟୁ ଅନୁଷ୍ଠିତ ହୋଇଥିଲା। ଏହାକୁ ସେଠାକାର ସ୍ଥାନୀୟ ଭାଷାରେ ଗୋପା ମିଲାରୁ ପାଣ୍ଡୁଗା ତଥା ପାସୁଭୁଲା ପାଣ୍ଡୁଗା କୁହାଯାଏ।

ଏହି ଖେଳରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ହିଁ ସେମାନଙ୍କ ମୁହଁରେ ମାସ୍କ ଥିଲା। ଖୋଲାଖୋଲି ଭାବେ କରୋନା କଟକଣାକୁ ଉଲ୍ଲଙ୍ଘନ କରିଥିଲେ ଲୋକେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/ANI/status/1482027187570352128?s=20

ସେପଟେ ତାମିଲନାଡୁରେ ମଧ୍ୟ ଜାଲିକାଟ୍ଟୁ ଉତ୍ସବ ଆୟୋଜିତ ହୋଇଛି। ତାମିଲନାଡୁର ମଦୁରାଇରେ ଅନୁଷ୍ଠିତ ହୋଇଥିବା ଜାଲିକାଟ୍ଟୁ ଉତ୍ସବରେ ଜଣେ ୧୮ ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି।  ଜାଲିକାଟ୍ଟୁ ପ୍ରତିଯୋଗିତା ସମୟରେ ଏକ କ୍ରୋଧିତ ଷଣ୍ଢ  ୧୮ ବର୍ଷର ଜଣେ ଯୁବକକୁ ଶିଙ୍ଗରେ ଭୁଷି ହତ୍ୟା କରିଥିବା ଜଣାପଡିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାମିଲନାଡୁ ମଦୁରାଇର ଆଭାନିୟାପୁରମ୍ ଅଞ୍ଚଳରେ ଜାଲିକାଟ୍ଟୁ ପ୍ରତିଯୋଗିତା ସମୟରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅତି କମରେ ୮୦ଜଣ ଆହତ ହୋଇଥିଲେ। ପୋଙ୍ଗଲ ସମୟରେ ଷଣ୍ଢ ନିୟନ୍ତ୍ରଣର ଏହି ଲୋକପ୍ରିୟ ଖେଳରେ ପ୍ରତିଯୋଗୀ ଏବଂ ଷଣ୍ଢ ମାଲିକଙ୍କ ସମେତ ପ୍ରାୟ ୮୦ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସେଠାରେ ଏହି ଜାଲିକାଟ୍ଟୁ ଉତ୍ସବ ପାଳନ କରାଯାଇଥିଲା। ପୁଲିସ ମୁତାବକ, ଆହତଙ୍କ ମଧ୍ୟରେ ୨୪ ଷଣ୍ଢ ମାଲିକ ସାମିଲ ଅଛନ୍ତି। ସେହିପରି ଏହି ପ୍ରତିଯୋଗିତା ବେଳେ ୩୮ ଷଣ୍ଢ ନିୟନ୍ତ୍ରଣକାରୀ ଓ ୧୮ ଜଣ ଦର୍ଶକ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ମୁତାବକ ତାମଲନାଡୁ ସରକାର କରୋନା ଗାଇଡଲାଇନ୍‌ ଅନୁଯାୟୀ ଏହି ଜାଲିକାଟ୍ଟୁ ଉତ୍ସବ ପାଳନକୁ ଅନୁମତି ଦେଇଥିଲେ। ଯେଉଁମାନେ ଖେଳରେ ଭାଗ ନେବେ ସେମାନେ କରୋନା ଟିକାର ଦୁଇଟି ଡୋଜ୍‌ ନେଇସାରିଥିବା ଏବଂ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ବାଧ୍ୟ ବୋଲି କୁହାଯାଇଥିଲା।

ଜାଲିକାଟ୍ଟୁ ମାଟୁ ପୋଙ୍ଗାଲର ଏକ ଅଂଶ, ଯାହା ପୋଙ୍ଗଲର ତୃତୀୟ ଦିନରେ ଖେଳାଯାଏ। ତାମିଲରେ ମାଟୁ ଅର୍ଥ ବଳଦ ବା ଷଣ୍ଢ। ପୋଙ୍ଗଲର ତୃତୀୟ ଦିନରେ ଗୋରୁମାନଙ୍କୁ ପୂଜା କରାଯାଏ। ଏହି ନିୟମ ଅନୁଯାୟୀ ଜାଲିକାଟ୍ଟୁରେ ଷଣ୍ଢମାନଙ୍କ ଖେଳ ଆୟୋଜିତ କରାଯାଏ। ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହି ଖେଳ ଆୟୋଜିତ ହୁଏ।

https://twitter.com/ANI/status/1482181968804868099?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos