ମିଳିଲାନି ବେଡ୍, ଅକ୍ସିଜେନ୍ ଲଗାଇ ଧାରଣାରେ ବସିଥିବା କରୋନା ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତର କରୋନା ମାମଲା ବୃଦ୍ଧି ପାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ଏହି ରାଜ୍ୟରୁ ଏମିତି ଏକ ଖବର ଆସିଛି, ଯାହାକୁ ଖୁବ୍ ନିନ୍ଦା କରାଯାଉଛି। ରାଜ୍ୟର ନାସିକ ସହରରେ ବେଡ୍‌ ନମିଳିବା କାରଣରୁ ଜଣେ ରୋଗୀ ଅକ୍ସିଜେନ୍ ମାସ୍କ ସହ ଧାରଣାରେ ବସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ସମୟ ପରେ ଉକ୍ତ ରୋଗୀଙ୍କର ମୃତ୍ୟୁ ଘଟିଛି। ବୁଧବାର ୩୮ ବର୍ଷୀୟ ବାବାସାହେବ କୋଲେ ନାମକ ଜଣେ କୋଭିଡ୍‌-୧୯ […]

covid-patient

covid-patient

Ranjit Kumar Jena
  • Published: Thursday, 01 April 2021
  • Updated: 01 April 2021, 09:32 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଲଗାତର କରୋନା ମାମଲା ବୃଦ୍ଧି ପାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏବେ ଏହି ରାଜ୍ୟରୁ ଏମିତି ଏକ ଖବର ଆସିଛି, ଯାହାକୁ ଖୁବ୍ ନିନ୍ଦା କରାଯାଉଛି। ରାଜ୍ୟର ନାସିକ ସହରରେ ବେଡ୍‌ ନମିଳିବା କାରଣରୁ ଜଣେ ରୋଗୀ ଅକ୍ସିଜେନ୍ ମାସ୍କ ସହ ଧାରଣାରେ ବସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ସମୟ ପରେ ଉକ୍ତ ରୋଗୀଙ୍କର ମୃତ୍ୟୁ ଘଟିଛି।

ବୁଧବାର ୩୮ ବର୍ଷୀୟ ବାବାସାହେବ କୋଲେ ନାମକ ଜଣେ କୋଭିଡ୍‌-୧୯ ପଜିଡିଭ୍ ବ୍ୟକ୍ତି ନାସିକ ସ୍ଥିତ ସରକାରୀ ହସ୍ପିଟାଲ ଯାଇଥିଲେ। ତେବେ ସେଠାରେ ବେଡ୍ ନମିଳିବାରୁ ସେ ମ୍ୟୁନିସିପାଲ୍‌ କର୍ପୋରେସନ୍ ଆଗରେ ଅକ୍ସିଜେନ୍ ମାସ୍କ ପିନ୍ଧି ଧାରଣାରେ ବସିଥିଲେ। ତେବେ ଧାରଣାର ଘଣ୍ଟାଏ ପରେ କର୍ପୋରେସନର ଏକ ଆମ୍ବୁଲାନ୍ସ ତାଙ୍କୁ ମ୍ୟୁନିସିପାଲ୍‌ ହସ୍ପିଟାଲକୁ ନେଇଥିଲା। କିନ୍ତୁ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ତାଙ୍କର ଅକ୍ସିଜେନ୍ ସ୍ତର ୪୦ ପ୍ରତିଶତରେ ପହଞ୍ଚିଯାଇଥିଲା। ଏହା ପରେ ବିଳମ୍ବିତ ରାତି ପାଖାପାଖି ଗୋଟାଏ ବେଳେ ହସ୍ପିଟାଲରେ ସେ ଆଖି ବୁଜିଥିଲେ। ତେବେ ବ୍ୟକ୍ତି ଜଣଙ୍କୁ ଧାରଣାରେ ବସିବା ପାଇଁ କିଏ ଉସୁକାଇଥିଲା, ତା'ର ତଦନ୍ତ କରୁଛି ପୁଲିସ୍ ଓ କର୍ପୋରେସନ୍।

ସ୍ଥାନୀୟ ସାମ୍ବାଦିକଙ୍କୁ ରୋଗୀଙ୍କ ପତ୍ନୀ କହିଛନ୍ତି, 'ଦୁଇ-ତିନି ଦିନ ତଳେ ତାଙ୍କ ସ୍ୱାମୀଙ୍କୁ 'ବିଟକୋ' ହସ୍ପିଟାଲ୍ ନିଆଯାଇଥିଲା। ସେଠାରୁ ତାଙ୍କୁ ଆଉ ହସ୍ପିଟାଲ ଏବଂ ପରେ ସରକାରୀ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମେଡିକାଲ୍ କଲେଜରେ ବେଡ୍ ନଥିବା ସେଠାକାର କର୍ମଚାରୀ କହିଥିଲେ। ଆମେ ଏକାଧିକ ହସ୍ପିଟାଲକୁ ଯାଇଥିଲେ ହେଁ, କେଉଁଠାରେ ଆମକୁ ଆଡମିଶନ୍ ମିଳିନଥିଲା। ଏହା ପରେ ଆମେ ସିଭିଲ୍‌ ହସ୍ପିଟାଲ୍ ଆସିଥିଲୁ ଏବଂ ସେଠାରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। କିନ୍ତୁ କେହି ବି ଆମ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ।'

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କିଛି ହସ୍ପିଟାଲରେ ବେଡର ଅଭାବ ଦେଖିବାକୁ ମିଳିଛି। କିଛି ଦିନ ତଳେ ନାଗପୁରର ଏକ ହସ୍ପିଟାଲରେ ଗୋଟିଏ ବେଡରେ ଦୁଇଜଣ ରୋଗୀଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯେଉଁ ଫଟୋ ସାମ୍ନାକୁ ଆସିଥିଲା, ତାହା ନାଗପୁରର ସରକାରୀ ମେଡିକାଲ୍‌ କଲେଜ ହସ୍ପିଟାଲର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos