୩୧ରୁ ୫୦ ବୟସର ବ୍ୟକ୍ତିଙ୍କ ପାଇଁ କାଳ ହେଉଛି କରୋନା!

ଅମରାବତୀ: କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି । ଏହି ଲହରରେ ସଂକ୍ରମିତଙ୍କ ସଂଖ୍ୟା ତ ବଢ଼ୁଛି, କିନ୍ତୁ ମୃତ୍ୟୁ ମାମଲା ଅଧିକ ଟେନସନ୍ ଦେଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନାରେ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତିଦିନ ଦେଶରେ ୪ହଜାରରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟୁଛି। ତେବେ ଆନ୍ଧ୍ର ପ୍ରଦେଶରେ କରୋନାର ଦ୍ୱିତୀୟ ଲହରରେ ୩୧ରୁ ୫୦ ବର୍ଷ ବୟସ ଲୋକଙ୍କର ଅଧିକ ମୃତ୍ୟୁ ହେଉଛି। ଅନ୍ୟପକ୍ଷରେ ଶିଶୁ […]

covid-death

Ranjit Kumar Jena
  • Published: Sunday, 23 May 2021
  • , Updated: 23 May 2021, 09:21 PM IST

ଅମରାବତୀ: କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି । ଏହି ଲହରରେ ସଂକ୍ରମିତଙ୍କ ସଂଖ୍ୟା ତ ବଢ଼ୁଛି, କିନ୍ତୁ ମୃତ୍ୟୁ ମାମଲା ଅଧିକ ଟେନସନ୍ ଦେଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନାରେ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତିଦିନ ଦେଶରେ ୪ହଜାରରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟୁଛି। ତେବେ ଆନ୍ଧ୍ର ପ୍ରଦେଶରେ କରୋନାର ଦ୍ୱିତୀୟ ଲହରରେ ୩୧ରୁ ୫୦ ବର୍ଷ ବୟସ ଲୋକଙ୍କର ଅଧିକ ମୃତ୍ୟୁ ହେଉଛି। ଅନ୍ୟପକ୍ଷରେ ଶିଶୁ ଓ ୬୦ ବର୍ଷରୁ ଅଧିକ ବୟସ ଲୋକଙ୍କର ମୃତ୍ୟୁ ହାର ଅପେକ୍ଷାକୃତ କମ୍ ରହିଛି।

ରାଜ୍ୟରେ ଏହି ମହାମାରୀ ୧୦ହଜାରରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି । ଏହି ମହାମାରୀର ପ୍ରଥମ ମୃତ୍ୟୁ ଏପ୍ରିଲ୍ ୩, ୨୦୨୦ରେ ହୋଇଥିଲା । ଏହି ମହାମାରୀ ବ୍ୟାପିବା ପରଠାରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୃତ୍ୟୁ ହାର ୦.୬୫ ପ୍ରତିଶତ ରହିଛି । ଯେଉଁ ଲୋକଙ୍କର ମୃତ୍ୟୁ ହାଇଛି, ସେଥିରେ ୩୪.୨୪ ପ୍ରତିଶତ ମହିଳା ଓ ୬୫.୬୭ ପ୍ରତିଶତ ପୁରୁଷ ରହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ମୃତ୍ୟୁ ଅଡିଟ୍ ମୁତାବକ, ରାଜ୍ୟରେ ପ୍ରଥମ ଓ ଦ୍ୱିତୀୟ ଲହରରେ ମୃତକ ପ୍ରତିଶତ ଓ ମୃତ୍ୟୁ ହାର ପାଖାପାଖି ସମାନ ରହିଛି। ସହରାଞ୍ଚଳରେ ପାଖାପାଖି ୫୦.୦୪ ଓ ୪୯.୦୬ ପ୍ରତିଶତ ମୃତ୍ୟୁ ହୋଇଛି। ଦେଶରେ କୋଭିଡ୍‌-୧୯ କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟାରେ ଆନ୍ଧ୍ର ପ୍ରଦେଶ ୧୯ ନମ୍ବର ସ୍ଥାନରେ ରହିଛି । ଗତ ବର୍ଷ ପ୍ରଥମ ଲହର ତୁଳନାରେ ଚଳିତ ବର୍ଷ ଦ୍ୱିତୀୟ ଲହରରେ ୪୧ରୁ ୫୦ ବର୍ଷର ବୟସ ବର୍ଗରେ ମୃତ୍ୟୁ ହାର ୫.୯୬ରୁ ବଢ଼ି ୨୧.୦୬ ପ୍ରତିଶତ ହୋଇଛି। ଏହି ବୟସରେ ସଂକ୍ରମଣ ଦର ୦.୧୫ ପ୍ରତିଶତ ଘଟିଛି ।

ପ୍ରଥମ ଲହର ତୁଳନାରେ ଚଳିତ ବର୍ଷ ଦ୍ୱିତୀୟ ଲହରରେ ୩୧ରୁ ୪୦ ବର୍ଷର ବୟସ ବର୍ଗରେ ମୃତ୍ୟୁହାର ୫.୧୯ରୁ ୧୧.୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବୟସ ବର୍ଗରେ ସଂକ୍ରମଣ ହାର ମଧ୍ୟ ୧.୧୬ ପ୍ରତିଶତ ବଢ଼ିଛି। ଏହିପରି ଭାବେ ୫୧ରୁ ୬୦ ବର୍ଷ ବୟସ ବର୍ଗରେ ମୃତ୍ୟୁ ହାର ୨.୦୪ ପ୍ରତିଶତ ବଢ଼ିଥିବା ବେଳେ ସଂକ୍ରମଣ ହାର ୧.୯୫ ପ୍ରତିଶତ ହ୍ରାସ ପାଇଛି।

ତେବେ ଯେଉଁ ରୋଗୀଙ୍କ ବୟସ ୬୧ରୁ ୭୦ ବର୍ଷ ଥିଲା, ସେମାନଙ୍କ ମୃତ୍ୟୁ ହାର ୫.୧୯ରୁ ବୃଦ୍ଧି ପାଇ ୧୧.୧୩ ପ୍ରତିଶତ ହୋଇଥିବା ବେଳେ ସଂକ୍ରମଣ ହାର ୧.୧୬ ବଢ଼ିଛି । ରାଜ୍ୟରେ ୭୧ରୁ ୮୦ ବର୍ଷର ରୋଗୀଙ୍କ ମୃତ୍ୟୁ ହାର ୪.୯ ପ୍ରତିଶତ ହ୍ରାସ ପାଇ ୧୧.୪୧ ପ୍ରତିଶତ ହୋଇଛି। ସେହିପରି ସଂକ୍ରମଣ ହାର ମଧ୍ୟ ୦.୭୧ ପ୍ରତିଶତ ହ୍ରାସ ପାଇଛି।

Related story