କୋଭିଡ ବିପଦ ଟଳି ନଥିବା କହି ରାଜ୍ୟଗୁଡ଼ିକୁ ସତର୍କ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟକୁ ସତର୍କ କରାଇଛନ୍ତି। କରୋନାର ବିପଦ ଏଯାଏ ଟଳିନାହିଁ ଓ ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋଦି କହିଛନ୍ତି। ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ସହ ଆଲୋଚନା ବେଳେ ମୋଦି କହିଛନ୍ତି ଯେ କରୋନା ବିପଦ ସତ୍ତ୍ୱେ […]

PM-Modi

Hemant Lenka
  • Published: Wednesday, 27 April 2022
  • , Updated: 27 April 2022, 06:40 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟକୁ ସତର୍କ କରାଇଛନ୍ତି। କରୋନାର ବିପଦ ଏଯାଏ ଟଳିନାହିଁ ଓ ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ମୋଦି କହିଛନ୍ତି।

ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ସହ ଆଲୋଚନା ବେଳେ ମୋଦି କହିଛନ୍ତି ଯେ କରୋନା ବିପଦ ସତ୍ତ୍ୱେ ଭାରତ ଏବେ ଭଲ ସ୍ଥିତିରେ ରହିଛି। ୟୁରୋପରେ ଓମିକ୍ରନ ଓ ଏହାର ସବ ଭାରିଏଣ୍ଟଗୁଡ଼ିକ କେମିତି ଆତଙ୍କ ସୃଷ୍ଟି କରିଥିଲେ, ସେକଥା ଆମେ ଦେଖିଛେ। ବିଗତ କିଛି ମାସ ହେଲେ ବିଭିନ୍ନ ଦେଶରେ ସଂକ୍ରମଣ ବଢ଼ିଛି। ସବ ଭାରିଏଣ୍ଟଗୁଡ଼ିକ ପାଇଁ ସଂକ୍ରମଣ ବଢ଼ୁଛି। ତଥାପି ଅନେକ ଦେଶଗୁଡ଼ିକ ତୁଳନାରେ ଭାରତର ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି।

କିଛି ମାସ ତଳେ କୋଭିଡ ଆମକୁ ଅନେକ କିଛି ଶିଖାଇଛି। ଆମେ ଆତଙ୍କିତ ହୋଇ ନଥିଲୁ ଓ ଲଢ଼େଇ କରିଛୁ। ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଅକ୍ସିଜେନ ସପ୍ଲାଏକୁ ତ୍ୱରାନ୍ୱିତ କରିପାରିଛୁ। କରୋନାର ତୃତୀୟ ୱେଭ ବେଳେ କୌଣସି ରାଜ୍ୟର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ନଥିଲା।

ଆମ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆମକୁ ଅନେକ ସହଯୋଗ କରିଛି। ଏଯାଏ ୯୬% ଲୋକ କରୋନାର ଟିକାର ପ୍ରଥମ ଡୋଜ୍‌ ନେଇ ସାରିଥିବା ବେଳେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୮୫% ହିତାଧିକାରୀ  ଦୁଇଟି ଯାକ ଡୋଜ୍‌ ନେଇଛନ୍ତି।

ଆମକୁ ଏକାଠି ହୋଇ ବେଶ ସକ୍ରିୟ ଭାବେ କରୋନା ସହ ଲଢ଼େଇ କରିବାକୁ ପଡ଼ିବ। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦେବାକୁ ହେବ। ସମସ୍ତ ବହୁବିଧି ରୋଗୀଙ୍କ ଆରଟିପିସିଆର ଟେଷ୍ଟ ଓ ସମସ୍ତ ପଜିଟିଭ ନମୁନାକୁ ଜେନୋମ ସିକ୍ୱେନ୍ସିଂ କରିବାକୁ ପଡ଼ିବ। ଦେଶର ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଛନ୍ତି।

Related story