ରାଜନୀତି ମଇଦାନରେ ଜିତିଲେ କ୍ରିକେଟର୍ ମନୋଜ ତିୱାରୀ, ହାରିଲେ ଅଶୋକ ଦିଣ୍ଡା

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ରାଜନୀତିରେ ଦମଦାର ଶୁଭାରମ୍ଭ କରିଛନ୍ତି । ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ମନୋଜ ତିୱାରୀ ଟିଏମସି ପକ୍ଷରୁ ଶିବପୁର ଆସନରୁ ବିଜୟ ହାସଲ କରିଛନ୍ତି । ସେ ବିଜେପିର ଡା. ରତିନ୍ ଚକ୍ରବର୍ତ୍ତୀଙ୍କୁ ହରାଇଛନ୍ତି । ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଡା. ଚକ୍ରବର୍ତ୍ତୀ ହାୱଡାରୁ ମେୟର ମଧ୍ୟ ରହିସାରିଛନ୍ତି । ତେବେ ଭାରତର ପୂର୍ବତନ ପେସ୍ ବୋଲର ଅଶୋକ ଦିଣ୍ଡାଙ୍କ ରାଜନୀତିକ […]

manoj-tiwary

Ranjit Kumar Jena
  • Published: Sunday, 02 May 2021
  • , Updated: 02 May 2021, 11:02 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ ରାଜନୀତିରେ ଦମଦାର ଶୁଭାରମ୍ଭ କରିଛନ୍ତି । ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ମନୋଜ ତିୱାରୀ ଟିଏମସି ପକ୍ଷରୁ ଶିବପୁର ଆସନରୁ ବିଜୟ ହାସଲ କରିଛନ୍ତି । ସେ ବିଜେପିର ଡା. ରତିନ୍ ଚକ୍ରବର୍ତ୍ତୀଙ୍କୁ ହରାଇଛନ୍ତି । ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଡା. ଚକ୍ରବର୍ତ୍ତୀ ହାୱଡାରୁ ମେୟର ମଧ୍ୟ ରହିସାରିଛନ୍ତି । ତେବେ ଭାରତର ପୂର୍ବତନ ପେସ୍ ବୋଲର ଅଶୋକ ଦିଣ୍ଡାଙ୍କ ରାଜନୀତିକ କ୍ୟାରିୟରର ଶୁଭାରମ୍ଭ ନୈରାଶ୍ୟଜନକ ହୋଇଛି । କାରଣ ଦିଣ୍ଡା ନିର୍ବାଚନରେ ପରାଜୟର ମୁହଁ ଦେଖିଛନ୍ତି । ଦିଣ୍ଡା ମୋୟନାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ।

ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଟିଏମସି ନୂଆ ଚେହେରା ଭାବେ ମନୋଜଙ୍କୁ ହାୱଡାର ଶିବପୁର ଆସନ ପାଇଁ ମଇଦାନକୁ ଓହ୍ଲାଇଥିଲା । ଏହି ଆସନ ପାଇଁ ବାମ ପନ୍ଥୀର ପ୍ରାର୍ଥୀ ଭାବେ ଜଗନ୍ନାଥ ଭଟ୍ଟାଚାର୍ଯ୍ୟ ମଇଦାନକୁ ଓହ୍ଲାଇଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଆସନରୁ ତିନିଥର ଟିଏମସି ବିଧାୟକ ରହିଥିବା ଜାତୁ ଲାହିରି ବିଧାନସଭା ନିର୍ବାଚନରେ ଟିକେଟ୍ ନପାଇବାରୁ ପାର୍ଟି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ । ୮୪ ବର୍ଷୀୟ ଲାହିରି ୧୯୯୧ ଓ ୧୯୯୬ରେ କଂଗ୍ରେସ ପ୍ରାର୍ଥୀ ଭାବେ ଏହି ଆସନରୁ ବିଜୟୀ ହୋଇଥିଲେ ।

ସୂଚନାଯୋଗ୍ୟ, ମନୋଜ ଭାରତ ପକ୍ଷରୁ ୧୨ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଦିନିକିଆ କ୍ୟାରିୟରରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହାୟତାରେ ୨୮୭ ରନ୍ କରିଛନ୍ତି । ସେହିପରି ଟି-୨୦ରେ ସେ ମାତ୍ର ୧୫ ରନ୍ କରିଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ୍ ରାଇଡର୍ସର ପ୍ରତିନିଧିତ୍ୱ କରିଛନ୍ତି । ମନୋଜ ୧୨୫ ପ୍ରଥମଶ୍ରେଣୀ ମ୍ୟାଚରେ ୮୯୬୫ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୩୭ ଅର୍ଦ୍ଧଶତକ ସାମିଲ୍ ରହିଛି । ସେ ଘରୋଇ କ୍ରିକେଟରେ ବେଙ୍ଗଲ ଟିମର କ୍ୟାପଟେନ୍ ମଧ୍ୟ ରହିଥିଲେ ।

Related story