ନୂଆଦିଲ୍ଲୀ: ରାଜସ୍ଥନ ଉଦୟପୁରରେ ହିନ୍ଦୁ ଦରଜି କହ୍ନେୟାଲାଲ ହତ୍ୟା ଘଟଣା ଏବେ ପୂରା ଦେଶକୁ ଦୋହଲାଇ ଦେଇଛି। ଚାରିଆଡୁ ଏହି ଘଟଣାକୁ ନିନ୍ଦା କରାଯାଉଛି। ଏହି ଘଟଣାକୁ ଖେଳ ଜଗତର କିଛି ବରିଷ୍ଠ ଖେଳାଳି ମଧ୍ୟ ନିନ୍ଦା କରିଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ଏହାକୁ ଲକ ଲଜ୍ଜାଜନକ ଘଟଣା କହିବା ସହ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଟ୍ୱିଟ କରି ଇରଫାନ୍ କହିଛନ୍ତି ଯେ, ‘ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ବାସ୍ତବରେ ମାନବିକତାର ହତ୍ୟା। ଏହା ମାନବିକତାକୁ ଆଘତ ପହଞ୍ଚାଇଛି।' ଇରଫାନଙ୍କ ଏହି ଟ୍ୱଟକୁ ସମର୍ଥନ ଜଣାଇଛନ୍ତି ହଜାର ହଜାର ୟୁଜର୍ସ। ଆଉ ଜଣେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ‘ଇରଫାନ୍ ସିଧାସଳଖ ଏହି କଥା ନିଜ ସମ୍ପ୍ରଦାୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ।'
https://twitter.com/IrfanPathan/status/1541787759316242434?s=20&t=UmbLHkBD-2bKCjZ9bK0FHw
ସୂଚନା ମୁତାବକ, ରାଜସ୍ଥାନ ଉଦୟପୁରରେ ଦିନ ଦ୍ୱିପହରରେ ଜଣେ ହିନ୍ଦୁ ଦରଜିଙ୍କୁ ତାଙ୍କ ଦୋକନରେ ପଶି ବିଭତ୍ସ ହତ୍ୟା କରିଛନ୍ତି ୩ ଜଣ ସଂଖ୍ୟାଲଘୁ ଯୁବକ। ସେମାନେ ଏହି ହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ଏଥିପାଇଁ ନିଜକୁ ଦାୟୀ ମଧ୍ୟ କରିଛନ୍ତି। ତେବେ ସେମାନଙ୍କୁ ଗିରଫ କରାଯିବା ପରେ ପୂରା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୁହାଯାଉଛି ମୃତ କହ୍ନେୟାଲାଲଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କ ବାପା ଅର୍ଥାତ୍ କହ୍ନେୟାଲାଲଙ୍କୁ ହତ୍ୟା କରାଯାଇଛି ।