ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ, ମୋକିମଙ୍କ ବ୍ୟତୀତ ଆଉ କିଏ?

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଲାଗି ମତଦାନ ଶେଷ ହୋଇଛି।  ଦେଶର ସବୁଠାରୁ ମର୍ଯ୍ୟାଦାଜନକ ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଦେଶର ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ଆଜି ଦିନ ତମାମ ଭୋଟ ଦାନରେ ଅନେକ ରୋଚକ ଘଟଣା ଘଟିଛି। କେତେକ ସ୍ଥାନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ […]

mokim

mokim

Tapas Behera
  • Published: Monday, 18 July 2022
  • Updated: 18 July 2022, 08:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଲାଗି ମତଦାନ ଶେଷ ହୋଇଛି।  ଦେଶର ସବୁଠାରୁ ମର୍ଯ୍ୟାଦାଜନକ ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଦେଶର ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ଆଜି ଦିନ ତମାମ ଭୋଟ ଦାନରେ ଅନେକ ରୋଚକ ଘଟଣା ଘଟିଛି। କେତେକ ସ୍ଥାନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ ହୋଇଥିବା ବେଳେ ଆଉ କେଉଁ ନେତା ଭୋଟ ଦାନରୁ ବିରତି ରହିଛନ୍ତି। କ୍ରସ ଭୋଟିଂରେ ଆଜି ପ୍ରଥମେ ଚର୍ଚ୍ଚାରେ ଥିଲା ଓଡ଼ିଶା। ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ପାଇଁ ବିରୋଧୀ କଂଗ୍ରେସ ପକ୍ଷରୁ ହାଇକମାଣ୍ଡଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ ଅମାନ୍ୟ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ।

ସେ କ୍ରସ ଭୋଟିଂ କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ମହମ୍ମଦ ମୋକିମ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ପାର୍ଟି ନୁହେଁ, ମାଟି ବଡ଼। ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ତାଙ୍କ ପରେ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଏନସିପି ବିଧାୟକ କନ୍ଧଲ ଜାଡ଼େଜା। ସେ ମଧ୍ୟ କ୍ରସ ଭୋଟିଂ କରି ଯଶୱନ୍ତ ସିହ୍ନାଙ୍କୁ ଭୋଟ ନଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି। ତାଙ୍କ ଦଳ କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶଓନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲା। ସେହିପରି ବିଜେପିର କଟର ବିରୋଧୀ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଶାହଜିଲ ଇସଲାମ ମଧ୍ୟ କ୍ରସ ଭୋଟିଂ କରିଛନ୍ତି। ନିଜ ଦଳୀୟ ସମର୍ଥିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବଦଳରେ ଏନଡିଏର ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଶାହଜିଲ ଇସଲାମ ବରେଲ୍ୟା ଭୋଜିପୁରା ଆସନରୁ ବିଧାୟକ ଅଛନ୍ତି।

ଦଳ ଯଶୱନ୍ତଙ୍କୁ ସମର୍ଥନ ଦେଇଥିବା ବେଳେ ଦଳୀୟ ନେତା କିନ୍ତୁ ଓଲଟା ବୟାନ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଯଶୱନ୍ତ ସିହ୍ନାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯିଏ ଆମ ନେତାଜୀଙ୍କୁ(ମୁଲାୟମ ସିଂହ ଯାଦବଙ୍କୁ) ଆଇଏସଆଇ ଏଜେଣ୍ଟ ବୋଲି କହିଛନ୍ତି। ଆମେ ତାଙ୍କୁ ସମର୍ଥନ କରିପାରିବୁ ନାହିଁ। ଏହା ପରେ ସମାଜବାଦୀ ପାର୍ଟି ବିଧାୟକ ଶାହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story