ସ୍ତ୍ରୀ-ଝିଅକୁ ଘରେ ବନ୍ଦୀ ରଖି ନିଜକୁ ଗୁଳି କଲେ ସିଆରପିଏଫ ଯବାନ

ଜୋଧପୁର: ଜଣେ ସିଆରପିଏଫ ଯବାନ ଘଟାଇଛନ୍ତି ଅଭାବନୀୟ ଘଟଣା। ନିଜ ପରିବାର ସଦସ୍ୟଙ୍କୁ ବନ୍ଦୀ ରଖିବା ସେ ନିଜେ ମଧ୍ୟ ସେହି ଘରେ ରହି ଭିତରପଟୁ ତାଲାପକାଇ ଦେଇଥିଲେ। ତେବେ ସୋମବାର ଯବାନ ଜଣକ ନିଜ ସର୍ଭିସ ରାଇଫଲରୁ  ନିଜକୁ ଗୁଳି କରିଛନ୍ତି।  ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି।  ମୃତ ଯବାନ ଜଣକ ହେଉଛନ୍ତି ନରେଶ ଜାଟ। ରାଜସ୍ଥାନ ପାଲି ଜିଲ୍ଲାର ନରେଶଙ୍କ ଘର। ସମ୍ପୃକ୍ତ ଯବାନଙ୍କ ପାଖରେ […]

gun

Tapas Behera
  • Published: Monday, 11 July 2022
  • , Updated: 11 July 2022, 03:52 PM IST

ଜୋଧପୁର: ଜଣେ ସିଆରପିଏଫ ଯବାନ ଘଟାଇଛନ୍ତି ଅଭାବନୀୟ ଘଟଣା। ନିଜ ପରିବାର ସଦସ୍ୟଙ୍କୁ ବନ୍ଦୀ ରଖିବା ସେ ନିଜେ ମଧ୍ୟ ସେହି ଘରେ ରହି ଭିତରପଟୁ ତାଲାପକାଇ ଦେଇଥିଲେ। ତେବେ ସୋମବାର ଯବାନ ଜଣକ ନିଜ ସର୍ଭିସ ରାଇଫଲରୁ  ନିଜକୁ ଗୁଳି କରିଛନ୍ତି।  ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁରରେ ଏହି ଅଭାବନୀୟ ଘଟଣା ଘଟିଛି।  ମୃତ ଯବାନ ଜଣକ ହେଉଛନ୍ତି ନରେଶ ଜାଟ। ରାଜସ୍ଥାନ ପାଲି ଜିଲ୍ଲାର ନରେଶଙ୍କ ଘର। ସମ୍ପୃକ୍ତ ଯବାନଙ୍କ ପାଖରେ ୪୦ ରାଉଣ୍ଡ ବିଶିଷ୍ଟ  ଇନ୍‌ସାସ ରାଇଫଲ ଥିଲା।  ରବିବାର ସେହି ରାଇଫଲରୁ ୮ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲଲେ। ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ସେ ଏହି ଗୁଳି ଚଳାନା କରିଥିଲେ। ପ୍ରାୟ ୧୮ ଘଣ୍ଟା ଧରି ନିଜ ପରିବାରକୁ ଘରେ ବନ୍ଦୀ କରି ରଖିଥିଲେ। ଏହା ପରେ ସେ ନିଜକୁ ଗୁଳିମାଡ଼ କରିଛନ୍ତି। ସ୍ଥାନୀୟ ପୁଲିସ କମିଶନର ରବିଦତ୍ତ ଏହି ସୂଚନା ଦେଇଛନ୍ତି।

ସିଆରପିଏଫ ଟ୍ରେନିଂ ସେଣ୍ଟରରରେ ଯବାନ ଜଣକ ନିୟୋଜିତ ଥିଲେ। ରବିବାର ପ୍ରାୟ ୫ଟା ବେଳେ ନିଜ ସର୍ଭିସ କ୍ୱାଟରରେ  ସ୍ତ୍ରୀ ଏବଂ ଝିଅକୁ ବନ୍ଦୀ ରଖିଥିଲେ।  କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ନରେଶ ଅସନ୍ତୁଷ୍ଟ ଥିଲେ। ସେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ।

ତେବେ ପୁଲିସ ସତର୍କତାର ସହ ମା’ ଝିଅଙ୍କୁ ଘରୁ ଭିତରୁ ଉଦ୍ଧାର କରିଛି। ସେହିପରି  ନରେଶଙ୍କ ମୃତ ଦେହକୁ ମଧ୍ୟ ଉଦ୍ଧାର କରିଛି। ଘଟଣା ଘଟିବା ପୂର୍ବରୁ ନରେଶଙ୍କ ବାପା ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। ହେଲେ ନରେଶଙ୍କ ଫୋନ୍ ସୁଇଚଅଫ ଥିବା ସେ କହିଛନ୍ତି।  ଘଟଣା ଘଟିବାର ୧୮ ଘଣ୍ଟା ପରେ ସମ୍ପୂର୍ଣ୍ଣ ଖବର ସାମ୍ନାକୁ ଆସିଥିଲା।

Related story