ଅତି ଭୟଙ୍କର ରୂପ ନେଇ ମାଡ଼ି ଚାଲିଛି ବାତ୍ୟା: ରାତି ୧୦ରୁ ୧୧ ମଧ୍ୟରେ ଲ୍ୟାଣ୍ଡଫଲ, ଉପୁଡ଼ିଲା ଗଛ

ନୂଆଦିଲ୍ଲୀ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ବଳ ଜୁଟାଇବାରେ ଲାଗିଛି। ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତଉକତେ ଯାଉଥିବା ବେଳେ ମୁମ୍ବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଗୋଆ ଠାରୁ ଗୁଜରାଟ ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଆଜି ଦିନ […]

Cyclone-1

Hemant Lenka
  • Published: Monday, 17 May 2021
  • , Updated: 17 May 2021, 01:32 PM IST

ନୂଆଦିଲ୍ଲୀ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ବଳ ଜୁଟାଇବାରେ ଲାଗିଛି। ଏବେ ଏହା ଅତି ଭୟୟଙ୍କର ବାତ୍ୟାର ରୂପ ଧାରଣ କରି ଗୁଜରାଟ ଅଭିମୁଖେ ମାଡ଼ି ଚାଲିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଣ୍ଟାପ୍ରତି ବେଗ ୨୧୦ କିମି ରହିଛି। ଗୁଜରାଟ ଅଭିମୁଖେ ତଉକତେ ଯାଉଥିବା ବେଳେ ମୁମ୍ବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଗୋଆ ଠାରୁ ଗୁଜରାଟ ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଆଜି ଦିନ ୩.୪୪ରେ ମୁମ୍ବାଇରେ ସମୁଦ୍ର ଜୁଆର ପ୍ରାୟ ୩.୯୪ ମିଟିର ଉଚ୍ଚ ଉଠିବ ବୋଲି ଭାରତୀୟ ପାଣିପାଗ ସତର୍କ କରାଇଛି।


ବିଭାଗର ସୂଚନା ଅନୁଯାୟୀ, ପୂର୍ବରୁ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଥିବା ତଉକତେ ଗତ ୬ ଘଣ୍ଟା ହେଲା ଅତି ଭୟଙ୍କର ବାତ୍ୟାର ରୂପ ନେଇ ୧୫ କିମି ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଏହା ମୁମ୍ବାଇ ଠାରୁ ୧୪୫ କିମି, ଡିଉଠାରୁ ୧୬୫ କିମି ଓ ଗୁଜରାଟର ଭେରଭାଲ ଠାରୁ ୨୫୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି। ତଉକତେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।

ରାତି ୧୦ଟାରୁ ୧୧ଟା ମଧ୍ୟରେ ତଉକତେ ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏବେ ଅତି ଭୟଙ୍କର ରୂପ ଧାରଣ କରିଥିବା ତଉକତେ ସ୍ଥଳ ଭାଗକୁ ଆସିବା କ୍ଷଣି ଅତି ଭୀଷଣ ବାତ୍ୟାରରେ ପରିଣତ ହୋଇଯିବ। ତେଣୁ ପବନର ଘଣ୍ଟାପ୍ରତି ବେଗ ୨୧୦ କିମିରୁ ସର୍ବାଧିକ ୧୮୫ କିମି ରହିବ। କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ରହୁଥିବା ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।


ଅନ୍ୟପକ୍ଷରେ ତଉକତେ ପ୍ରଭାବରେ ମୁମ୍ବାଇର ସ୍ଥିତ ବେହାଲ ହୋଇଛି। ରାଇଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ଜନିତ ଅଘଟଣରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଉପକୂଳ ଅଞ୍ଚଳରେ ଥିବା ପ୍ରାୟ ୮,୩୮୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି’ ଲିଙ୍କକୁ ବାତ୍ୟା ପାଇଁ ବନ୍ଦ କରିଦିଆଯାଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଥିବା ବେଳେ ବିଦ୍ୟୁତ ସରବରାହ ଠପ ହୋଇଯାଇଛି। କିଛି ସ୍ଥାନରେ ଘର ଓ ଦୋକାନ ଭାଙ୍ଗି ଯାଇଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଯିବା ଆସିବାରେ ପ୍ରବଳ ସମସ୍ୟା ଦେଖିବାକୁ ମିଳିଛି। ସ୍ଥିତିକୁ ଦେଖି ଲୋକମାନଙ୍କୁ ଘର ମଧ୍ୟରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

Related story