ଫିଟୁଛି ଗୁମର: ସିଟ୍‌ ବେଲଟ୍‌ ବାନ୍ଧି ନଥିଲେ ସାଇରସ୍‌ ମିସ୍ତ୍ରୀ, ଡ୍ରାଇଭର କରିଥିଲେ ଓଭରଟେକ୍‌

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ଆସିଛି।  ରବିବାର କାର ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରାଥମିକ  ତଦନ୍ତରୁ ସାଇରସ୍‌ ସିଟ୍‌ ବେଲଟ୍‌ ପିନ୍ଧି ନଥିବା ପୁଲିସ କହିଛି। ସେହିପରି ଗାଡ଼ି ଦ୍ରୁତଗତିରେ ଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା କୁହାଯାଉଛି। ଗତକାଲି ସାଇରସ ମିସ୍ତ୍ରୀ ଗୁଜରାଟର ଉଡୱାଡ଼ାରୁ ମମ୍ବାଇକୁ ଏକ ମର୍ସଡିଜ୍‌ କାରରେ ଆସୁଥିଲେ। କାରରେ ଅନ୍ୟ ୩ ଜଣ […]

sairous

sairous

Tapas Behera
  • Published: Monday, 05 September 2022
  • Updated: 05 September 2022, 01:27 PM IST

Sports

Latest News

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ଆସିଛି।  ରବିବାର କାର ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରାଥମିକ  ତଦନ୍ତରୁ ସାଇରସ୍‌ ସିଟ୍‌ ବେଲଟ୍‌ ପିନ୍ଧି ନଥିବା ପୁଲିସ କହିଛି। ସେହିପରି ଗାଡ଼ି ଦ୍ରୁତଗତିରେ ଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବା କୁହାଯାଉଛି। ଗତକାଲି ସାଇରସ ମିସ୍ତ୍ରୀ ଗୁଜରାଟର ଉଡୱାଡ଼ାରୁ ମମ୍ବାଇକୁ ଏକ ମର୍ସଡିଜ୍‌ କାରରେ ଆସୁଥିଲେ। କାରରେ ଅନ୍ୟ ୩ ଜଣ ଥିଲେ।  ତାଙ୍କ କାରଟି ଆଉ ଗୋଟିଏ ଗାଡ଼ିକୁ ଓଭରଟେକ କରୁଥିବା ବେଳେ ରୋଡ଼ ଡିଭାଇଡର ସହ ଯାଇ  ପିଟି ହୋଇଯାଇଥିଲା। ମୁମ୍ବାଇ ଅହମ୍ମଦାବାଦ ରାସ୍ତାରେ ଥିବା ପାଲଘର ଜିଲ୍ଲାରେ ଚାରୋଟି ନାକା ସୂର୍ଯ୍ୟ ନଦୀର ପୋଲ ଉପରେ ଗତକାଲି ଅଢ଼େଇଟା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଫରେନସିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣା ହୋଇଥିବା ମର୍ସିଡିଜ କାରକୁ ଜଣେ ପ୍ରସୂତି ବିଶେଷଜ୍ଞ ଡ.ଅନାହିତା ପାଣ୍ଡୋଲେ (୫୫) ଚଳାଉଥିଲେ । କାରରେ ଆଗ ସିଟରେ ବସିଥିଲେ ତାଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେ (୬୦) । ପଛ ସିଟରେ ବସିଥିଲେ ଡାରିଅସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲେ ଓ ସାଇରସ ମିସ୍ତ୍ରୀ । ଏହି ଦୁର୍ଘଟଣାରେ ଜାହାଙ୍ଗୀର ଓ ସାଇରସଙ୍କ ମୃତ୍ୟୁ ହୋଇଛି ।

ଉଭୟଙ୍କୁ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ମୃତ୍ୟୁ ହୋଇଥିଲା । କାରରେ ଥିବା ଡାକ୍ତର ଦମ୍ପତି ଗୁରୁତର ଅଛନ୍ତି। ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା।ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଷଷ୍ଠ ଚେୟାରମ୍ୟାନ ଥିଲେ। ହେଲେ ୨୦୧୬ ଅକ୍ଟୋବରରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story