ମୃତ ମହିଳା ନେଇଛନ୍ତି କରୋନା ଟିକାର ଦ୍ୱିତୀୟ ଡୋଜ୍‌

ଲକ୍ଷ୍ନୌ: ଦେଶରେ ଚାଲିଥିବା କରୋନା ବିରୋଧୀ ଟିକାକରଣକୁ ନେଇ ଗୋଟିଏ ପରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଅନ୍ୟ କିଛି ସେଲେବ୍ରିଟିଙ୍କ ନାଁରେ ଟିକାକରଣ କରାଯାଇଥିବା କଥା ଆପଣ ଶୁଣିଥିଲେ। ଅନେକ ସମୟରେ ଟିକାର ଡୋଜ୍‌ ନେଇ ନଥିବା ଲୋକଙ୍କୁ ମଧ୍ୟ ଟିକା ନେଇଥିବା ମେସେଜ ଆସୁଛି। ହେଲେ ଏବେ ଉତ୍ତର ପ୍ରଦେଶର ଝାନସୀରେ ଜଣେ ମୃତ ମହିଳା କରୋନା ଟିକାର ଦ୍ୱିତୀୟ […]

Vaccine

Hemant Lenka
  • Published: Tuesday, 14 December 2021
  • , Updated: 14 December 2021, 01:24 PM IST

ଲକ୍ଷ୍ନୌ: ଦେଶରେ ଚାଲିଥିବା କରୋନା ବିରୋଧୀ ଟିକାକରଣକୁ ନେଇ ଗୋଟିଏ ପରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଅନ୍ୟ କିଛି ସେଲେବ୍ରିଟିଙ୍କ ନାଁରେ ଟିକାକରଣ କରାଯାଇଥିବା କଥା ଆପଣ ଶୁଣିଥିଲେ। ଅନେକ ସମୟରେ ଟିକାର ଡୋଜ୍‌ ନେଇ ନଥିବା ଲୋକଙ୍କୁ ମଧ୍ୟ ଟିକା ନେଇଥିବା ମେସେଜ ଆସୁଛି। ହେଲେ ଏବେ ଉତ୍ତର ପ୍ରଦେଶର ଝାନସୀରେ ଜଣେ ମୃତ ମହିଳା କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ମେସେଜ ପରିବାର ଲୋକଙ୍କ ପାଖକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ୬୭ ବର୍ଷୀୟ ବୃଦ୍ଧା ୨୦୨୧ ମସିହା ଏପ୍ରିଲ ମାସରେ କରୋନାର ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କ ପୁଅ ବ୍ୟବହାର କରୁଥିବା ମୋବାଇଲକୁ ଡିସେମ୍ବର ୯ରେ ଗୋଟିଏ ମେସେଜ ଆସିଥିଲା।

ଯେଉଁଥିରେ ମହିଳା ଜଣଙ୍କ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ସଫଳତାର ନେଇଥିବା କୁହାଯାଇଛି। ଏହାକୁ ଦେଖି ମହିଳାଙ୍କ ପୁଅ ଆଶ୍ଚର୍ଯ୍ୟ ଚିକିତ ହୋଇଥିଲେ। ସେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ।

ରାଜଘାଟ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏପରି ମେସେଜ ମୃତ ମହିଳାଙ୍କ ପୁଅଙ୍କ ପାଖକୁ ଆସିଛି। ଏହି ଠାରେ ହିଁ ମୃତ ମହିଳା ଜଣଙ୍କ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ତାଙ୍କର ଦେହାନ୍ତ ପରେ ସେ କେମିତି ଏଠାରେ ଟିକାର ଦ୍ୱିତୀୟ ଡୋଜ୍‌ ନେଲେ ବୋଲି ଏବେ ଚାରିଆଡ଼େ ପ୍ରଶ୍ନ ଉଠିବାରେ ଲାଗିଛି।

ଘଟଣାକୁ ଡିଆଇଓ ରବି ଶଙ୍କର ବେଶ ଗୁରୁତ୍ୱର ସହ ନେଇଛନ୍ତି। ଏଥିସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା ତ୍ରପ୍ତୀ ପାରଶର ଓ ଏଏନଏମ ଜ୍ଞାନ ଦେବୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେ କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଜବାବ ପାଇବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

Related story