ରାକେଶ ଟିକାୟତଙ୍କ ଆଖିରେ ଲୁହ ଦେଖି ରହିପାରିଲିନି: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଲାଲକିଲ୍ଲାରେ ହୋଇଥିବା ହିଂସା ଯୋଜନାବଦ୍ଧ, ଜାଣିଶୁଣି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ଏହା କହିଛନ୍ତି। ଲାଲକିଲ୍ଲାରେ ଯିଏ ପତାକା ଉଡ଼ାଇଛି ସେ ବିଜେପି କର୍ମୀ କହି କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କିଷାନ ମହାପଞ୍ଚାୟତରେ ଯୋଗଦେବା ପାଇଁ ୟୁପିର ମରେଠକୁ ଆସିଥିଲେ କେଜ୍ରିଓ୍ୱାଲ। ଏହି ଅବସରରେ ଲାଲକିଲ୍ଲା ହିଂସା ଯୋଜନାବଦ୍ଧ ବୋଲି କହିଛନ୍ତି। ମେରୁଟ ବାଇପାସରେ ଥିବା ସଂସ୍କୃତି ରିସୋର୍ଟରେ ଏହି ମହାପଞ୍ଚାୟତର […]

rakesh tikaiat kejriwal

Subhransu Sekhar
  • Published: Sunday, 28 February 2021
  • , Updated: 28 February 2021, 05:53 PM IST

ନୂଆଦିଲ୍ଲୀ: ଲାଲକିଲ୍ଲାରେ ହୋଇଥିବା ହିଂସା ଯୋଜନାବଦ୍ଧ, ଜାଣିଶୁଣି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିଓ୍ୱାଲ ଏହା କହିଛନ୍ତି। ଲାଲକିଲ୍ଲାରେ ଯିଏ ପତାକା ଉଡ଼ାଇଛି ସେ ବିଜେପି କର୍ମୀ କହି କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କିଷାନ ମହାପଞ୍ଚାୟତରେ ଯୋଗଦେବା ପାଇଁ ୟୁପିର ମରେଠକୁ ଆସିଥିଲେ କେଜ୍ରିଓ୍ୱାଲ। ଏହି ଅବସରରେ ଲାଲକିଲ୍ଲା ହିଂସା ଯୋଜନାବଦ୍ଧ ବୋଲି କହିଛନ୍ତି। ମେରୁଟ ବାଇପାସରେ ଥିବା ସଂସ୍କୃତି ରିସୋର୍ଟରେ ଏହି ମହାପଞ୍ଚାୟତର ଆୟୋଜନ ହୋଇଥିଲା। ଏହି ସଭାରେ ଆପ୍ ସାଂସଦ ସଞ୍ଚୟ ସିଂହ ଉପସ୍ଥିତ ଥିଲେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏହି ଅବସରରେ କେନ୍ଦ୍ରର ତିନି କୃଷି ଆଇନକୁ ଡେଥ୍ ଓ୍ୱାରେଣ୍ଟ ବୋଲି କହିଥିଲେ। ମୋଦି ତାଙ୍କର ପୁଞ୍ଜିପତି ବନ୍ଧୁ ମାନଙ୍କୁ ଫାଇଦା ଦେବାକୁ ଯାଇ ଏଭଳି ଆଇନ୍ ଆଣିଛନ୍ତି। ଯାହାକି ଚାଷୀ ବିରୋଧୀ ବୋଲି ସେ କହିଛନ୍ତି। ଚାଷୀ ନେତା ରାକେଶ ଟିକାୟତ କାନ୍ଦୁଥିବା ଦେଖିବା ପରେ ସେ ସହିପାରିନଥିଲେ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଜି ତାଙ୍କ ଦେଶର ଚାଷୀ ବହୁତ ଯନ୍ତ୍ରଣା ସହୁଛନ୍ତି। ୯୫ ଦିନ ଧରି ପ୍ରବଳ ଥଣ୍ଡା ସମୟରେ ଚାଷୀମାନେ ଦିଲ୍ଲୀ ସୀମାରେ ବସିଛନ୍ତି। ୨୫୦ ରୁ ଅଧିକ କୃଷକ ‘ସହିଦ’ ହୋଇଛନ୍ତି। ଗତ ୭୦ ବର୍ଷ ମଧ୍ୟରେ ଦେଶର ଚାଷୀ କେବଳ ପ୍ରତାରଣା ଦେଖିଛନ୍ତି ବୋଲି ଦେଖିଛନ୍ତି।

ଏହି ରାଲିରେ କେଜ୍ରିଓ୍ୱାଲ ସାମିଲ୍ ହେବା ୨୦୨୨ରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବୋଲି ବିବେଚନା କରାଯାଉଛି। ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ମଧ୍ୟ ୟୁପି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜଣାପଡ଼ିଛି।

ଚାଷୀ ଆନ୍ଦୋଳନରେ ଯୋଗଦେବା ପୂର୍ବରୁ କେଜ୍ରିୱାଲ ନିଜେ ଚାଷୀଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ତିନି କୃଷି ଆଇନ ସମ୍ପର୍କରେ ଆଲୋଚନା ହୋଇଥିଲା। ଫେବୃଆରୀ ୨୧ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Related story