ମୋଦି ଓ ଶାହଙ୍କୁ ପ୍ରଶଂସା କଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସବୁବେଳେ କେନ୍ଦ୍ର ସରକାର ଓ ବିଜେପି ନେତାଙ୍କୁ ସମାଲୋଚନା କରନ୍ତି କେଜ୍ରିଓ୍ୱାଲ। କିନ୍ତୁ କୋଭିଡ୍ ମୁକାବିଲା ବେଳେ ମୋଦି ଓ ଶାହା ଯେଉଁଭଳି ସହଯୋଗ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ବୋଲି ବିଧାନସଭାରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିସହିତ କରୋନା ଲଢ଼େଇରେ ସାମିଲ ହୋଇଥିବା ଡାକ୍ତର, ନର୍ସ ଏବଂ […]

kejriwal

Subhransu Sekhar
  • Published: Wednesday, 10 March 2021
  • , Updated: 10 March 2021, 05:15 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସବୁବେଳେ କେନ୍ଦ୍ର ସରକାର ଓ ବିଜେପି ନେତାଙ୍କୁ ସମାଲୋଚନା କରନ୍ତି କେଜ୍ରିଓ୍ୱାଲ। କିନ୍ତୁ କୋଭିଡ୍ ମୁକାବିଲା ବେଳେ ମୋଦି ଓ ଶାହା ଯେଉଁଭଳି ସହଯୋଗ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ବୋଲି ବିଧାନସଭାରେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିସହିତ କରୋନା ଲଢ଼େଇରେ ସାମିଲ ହୋଇଥିବା ଡାକ୍ତର, ନର୍ସ ଏବଂ ବୈଜ୍ଞାନିକଙ୍କୁ ମଧ୍ୟ କେଜ୍ରିଓ୍ୱାଲ ପ୍ରଶଂସା କରିଛନ୍ତି।

କେଜ୍ରିଓ୍ୱାଲ ବିଧାନସଭାରେ କହିଛନ୍ତି, ବର୍ଷେ ହେବ ସାରା ଦୁନିଆ କୋଭିଡ ସହିତ ଲଢ଼େଇ କରୁଛି। ନିଶ୍ଚିତ ଭାବରେ ଏହାକୁ ସାମ୍ନା କରିବା ସମସ୍ତଙ୍କ ପାଇଁ କାଠିକର ଥିଲା। ହେଲେ ଏହି ସମୟରେ ଦିଲ୍ଲୀ ସରକାରକୁ ସହଯୋଗ କରିଛନ୍ତି ସମସ୍ତେ। ଦିଲ୍ଲୀବାସୀ, ବିଜେପି ନେତା, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ସରକାର ବିଭିନ୍ନ ସମୟରେ ଆବଶ୍ୟକ ଅନୁଯାୟୀ ସହଯୋଗ କରିଛନ୍ତି।

ମହାମାରୀ ବେଳେ ସବୁଠୁ ଅଧିକ ଡାକ୍ତରମାନେ କାମ କରିଛନ୍ତି। ଡାକ୍ତରମାନେ ଦିନ ରାତି କାମ କରି ରୋଗୀଙ୍କ ସେବା କରିଛନ୍ତି। ଏଥିପାଇଁ କେଜ୍ରିଓ୍ୱାଲ ସମସ୍ତ ଡାକ୍ତର ଏବଂ ନର୍ସଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।

କେଜ୍ରିଓ୍ୱାଲ କହିଛନ୍ତି ସେ ଟିକା ନେଇଛନ୍ତି। ସୁରକ୍ଷିତ ଅଛନ୍ତି। ସମସ୍ତେ ଟିକା ନେବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି। ଭାରତ ଆଜି ଦୁଇଟି ଟିକା ସାରା ବିଶ୍ୱକୁ ଯୋଗାଉଛି। ଏହା ପ୍ରଶଂସା ଯୋଗ୍ୟ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି।

Related story