ରାଜଧାନୀରେ ଘାଣ୍ଟିଲାଣି କରୋନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୯୨୩ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ଏହି ସଂଖ୍ୟା ଥିଲା ୪୯୬। ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ କରୋନାର ମହାପ୍ରଭାବ ଦେଖିବାକୁ ମିଳିଛି। ଏହା  ପୂର୍ବରୁ ମେ ୨୯ରେ ୯୫୬ଟି ମାମଲା ଆସିଥିଲା। ମଙ୍ଗଳବାର ତୁଳନାରେ ନୂତନ ମାମଲାରେ ୮୬ ପ୍ରତିଶତ ବୃଦ୍ଧି ପାଇଛି। ଏଠାରେ ପଜିଟିଭିଟିହାର ମଧ୍ୟ ୧% ଅତିକ୍ରମ କରିଛି। ଯାହା ମେ’ ୨୮ପରେ ସର୍ବାଧିକ । ମେ […]

delhi-1--1

Tapas Behera
  • Published: Wednesday, 29 December 2021
  • , Updated: 29 December 2021, 09:11 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୯୨୩ଟି ନୂଆ କୋଭିଡ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ଏହି ସଂଖ୍ୟା ଥିଲା ୪୯୬। ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ କରୋନାର ମହାପ୍ରଭାବ ଦେଖିବାକୁ ମିଳିଛି। ଏହା  ପୂର୍ବରୁ ମେ ୨୯ରେ ୯୫୬ଟି ମାମଲା ଆସିଥିଲା। ମଙ୍ଗଳବାର ତୁଳନାରେ ନୂତନ ମାମଲାରେ ୮୬ ପ୍ରତିଶତ ବୃଦ୍ଧି ପାଇଛି।

ଏଠାରେ ପଜିଟିଭିଟିହାର ମଧ୍ୟ ୧% ଅତିକ୍ରମ କରିଛି। ଯାହା ମେ’ ୨୮ପରେ ସର୍ବାଧିକ । ମେ ୨୮ରେ ପଜିଟିଭିଟି ହାର  ହାର ୧.୫୮ ପ୍ରତିଶତ ଥିଲା। କିନ୍ତୁ ଅଶ୍ୱସ୍ତିକର ବିଷୟ ହେଉଛି ଜଣେ ବି କୋଭିଡ୍‌ ରୋଗୀଙ୍କର ମୃତ୍ୟୁ ଘଟି ନାହିଁ। ରାଜଧାନୀରେ ଆକ୍ଟିଭ କେସ୍ ୨୦୦୦ରୁ  ୨୧୯୧କୁ  ବୃଦ୍ଧି ଘଟିଛି ।  ଯାହାକି ପ୍ରାୟ ୬ ମାସ ମଧ୍ୟରେ ସର୍ବାଧିକ।  ଏହାପୂର୍ବରୁ ଜୁନ୍ ୧୯ରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୭୨ ଥିଲା। ତେବେ ରାଜଧାନୀରେ ଗୋଟିଏ ଦିନରେ କରୋନା ସଂଖ୍ୟାରେ ୮୬ ପ୍ରତିଶତ ବୃଦ୍ଧି ଘଟିଛି।

ସେପଟେ ବୁଧବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ଗତ ୨୪ଘଣ୍ଟାରେ ୯୧୯୫ଟି ନୂଆ ମାମଲା ସାମ୍ନାକୁ ଆସିଛି।  ମଙ୍ଗଳବାର ଅପେକ୍ଷା ଏହି ସଂଖ୍ୟା ୪୪.୬ ପ୍ରତିଶତ ଅଧିକ ରହିଛି। ଦେଶବ୍ୟାପି ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୪୩.୧୫ କୋଟି ଟିକା ଦିଆଯାଇଛି। ଭାରତରେ ଆକ୍ଟିଭ ମାମଲା ବର୍ତ୍ତମାନ ୭୭,୦୦୨

ରହିଛି । ତେବେ ରିକଭରି ହାର ବର୍ତ୍ତମାନ ୯୮.୪୦ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ୭୩୪୭ ଲୋକ  ସୁସ୍ଥ ହୋଇଛନ୍ତି। ଆରୋଗ୍ୟଙ୍କ ସଂଖ୍ୟା ୩୪୨୫୧୯୨୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୦୨ ଜଣଙ୍କର ମୃତ୍ୟୁ ଘଟିଛି।  ତେବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟ ସଂଖ୍ୟା ୪,୮୦,୫୯୨କୁ  ବୃଦ୍ଧି ପାଇଛି।

Related story