ଚିନ୍ତା ବଢ଼ାଇଲା କରୋନା, ହସ୍ପିଟାଲରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଧୀରେଧୀରେ ବିଗିଡ଼ିବାକୁ ଯାଉଥିବାରୁ ଦିଲ୍ଲୀ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ଏଥିସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା କହିଛନ୍ତି, “ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପଜିଟିଭିଟି ରେଟ ନିୟମିତ ଉପର ମୁହାଁ […]

corona

  • Published: Tuesday, 16 August 2022
  • , Updated: 16 August 2022, 08:09 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସ୍ଥିତି ଧୀରେଧୀରେ ବିଗିଡ଼ିବାକୁ ଯାଉଥିବାରୁ ଦିଲ୍ଲୀ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ଏଥିସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀର ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା କହିଛନ୍ତି, “ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ପଜିଟିଭିଟି ରେଟ ନିୟମିତ ଉପର ମୁହାଁ ହେଉଥିବା ବେଳେ ପୁନଃ ସଂକ୍ରମଣ ମାମଲା ବଢ଼ୁଛି। ଆମକୁ ବୁଝିବାକୁ ହେବ ଯେ ମହାମାରୀର ପ୍ରଭାବ ଏଯାଏ ସରିନି। ମୁଁ ସମସ୍ତଙ୍କୁ କଡ଼କାଡ଼ି ଭାବେ କୋଭିଡ କଟକଣା ପାଳନ କରିବାକୁ ଅନୁରୋଧ କରୁଛି। ଆମେ ଆଦୌ ଅବହେଳା କରିବା ନାହିଁ।”

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା ସୁନୀଲା ଗର୍ଗ କହିଛନ୍ତି, ଦିଲ୍ଲୀର ଆରୋଗ୍ୟ ହାର ଭଲ ରହିଛି। କିନ୍ତୁ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସମୟରେ ପ୍ରାୟ ୫୦୦ ବେଡ୍‌ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସେହିପରି ୨୦ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ୬୫ ଜଣ ଆକ୍ରାନ୍ତ ଭେଣ୍ଟିଲେଟର୍‌ରେ ରହିଛନ୍ତି। ଆମକୁ ଆତଙ୍କିତ ହେବାର କୌଣସି କାରଣ ନାହିଁ। ବେଡ୍‌ ଠାରୁ ଆଇସିୟୁ ଓ ଭେଣ୍ଟିଲେଟର ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ରହିଛି। ହେଲେ ଆମକୁ ସତର୍କ ରହିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ଦିଲ୍ଲୀରେ ସୋମବାର ୧,୨୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଜିଟିଭିଟି ରେଟ୍‌ ୧୪.୫୭% ରହିଥିବା ବେଳେ ଦିନକରେ ୮ ଜଣଙ୍କ ଜୀବନ ନେଇଛି କରୋନା। ଏହାପୂର୍ବରୁ ସହରରେ ଦୈନିକ କ୍ରମାଗତ ୧୨ ଦିନ ଧରି ୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ରବିବାର ରାଜଧାନୀରେ ୨,୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଦିନକୁ ପୂର୍ବରୁ ୨୦୩୧ ଆକ୍ରାନ୍ତ ଓ ୯ ଜଣଙ୍କ ଜୀବନ ଯାଇଥିଲା।

Related story