ଜାନୁଆରୀ ୧ରୁ ୧୫ ଯାଏ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି

ନୂଆଦିଲ୍ଲୀ: ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ଶୀତ ଛୁଟି ରହିବ। ଅବଶ୍ୟ ଦିଲ୍ଲୀରେ ନର୍ସରୀ ଠାରୁ ଆରମ୍ଭ କରି ୫ମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଏବେବି ବନ୍ଦ ରହିଛି। ପୂର୍ବରୁ ପ୍ରଦୂଷଣଜନିତ କାରଣରୁ ଦିଲ୍ଲୀରେ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡୁଥିଲା। ହେଲେ ଏବେ କେବଳ ଥଣ୍ଡାର ରାଜୁତି ନୁହେଁ, ଓମିକ୍ରନ୍‌ର […]

School

Tapas Behera
  • Published: Monday, 27 December 2021
  • , Updated: 28 December 2021, 07:52 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ଶୀତ ଛୁଟି ରହିବ। ଅବଶ୍ୟ ଦିଲ୍ଲୀରେ ନର୍ସରୀ ଠାରୁ ଆରମ୍ଭ କରି ୫ମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଏବେବି ବନ୍ଦ ରହିଛି।

ପୂର୍ବରୁ ପ୍ରଦୂଷଣଜନିତ କାରଣରୁ ଦିଲ୍ଲୀରେ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ପଡୁଥିଲା। ହେଲେ ଏବେ କେବଳ ଥଣ୍ଡାର ରାଜୁତି ନୁହେଁ, ଓମିକ୍ରନ୍‌ର ପ୍ରକୋପ ମଧ୍ୟ ବଢ଼ୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ରାଜଧାନୀରେ ୩୩୧ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଛି। ପ୍ରାୟ ୬ ମାସ ପରେ ଚଳିତ ମାସରେ ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା। ଜୁନ୍ ୬ରୁ ଦିଲ୍ଲୀରେ ଏହା ସର୍ବାଧିକ ମାମଲା ରେକର୍ଡ଼ କରାଯାଇଛି। ସେହିପରି ପଜିଟିଭ ହାର ଜୁନ୍ ୨ରୁ ସର୍ବାଧିକ ରହିଛି। ଜୁନ୍ ୬ରେ ୩୩୧ ଟି ମାମଲା ରୁଜୁ ହୋଇଥିଲା । ଜୁନ୍ ୨ରେ ପଜିଟିଭିଟି ହାର ୦.୭୮ ଥିଲା।

Related story