ସମାନ ନାଗରିକ ସଂହିତାକୁ ଗୁରୁତ୍ୱ ଦେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ (ସମାନ ନାଗରିକ ସଂହିତା) ଆବଶ୍ୟକତା ରହିଛି। ଗୋଟିଏ ଦେଶ ଗୋଟିଏ ଆଇନ ହେଲେ ବିବାହ ବିଚ୍ଛେଦ ଭଳି ମାମଲାର ଶୀଘ୍ର ସମାଧାନ ହୋଇପାରିବ। ଲୋକମାନେ ଏବେ ଜାତିରୁ ଉର୍ଦ୍ଦରେ ରହି ନିଜର ମାନସିକତା ରଖିଲେଣି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହାକୁ ନେଇ ଆଇନ ତିଆରି କରିବା ଦରକାର। ଆଧୁନିକ ଭାରତରେ ଜାତି ସମୀକରଣ ଶେଷ ହେଉଛି। ତେଣୁ ଧର୍ମ, ସମୁଦାୟ, ଜାତି ଏବଂ ପରମ୍ପରା ଯେଉଁସବୁ ବାଧକ ଥିଲା […]

Delhi-High-Court (1)

Delhi-High-Court (1)

Subhransu Sekhar
  • Published: Friday, 09 July 2021
  • Updated: 09 July 2021, 05:45 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ୟୁନିଫର୍ମ ସିଭିଲ କୋଡ (ସମାନ ନାଗରିକ ସଂହିତା) ଆବଶ୍ୟକତା ରହିଛି। ଗୋଟିଏ ଦେଶ ଗୋଟିଏ ଆଇନ ହେଲେ ବିବାହ ବିଚ୍ଛେଦ ଭଳି ମାମଲାର ଶୀଘ୍ର ସମାଧାନ ହୋଇପାରିବ। ଲୋକମାନେ ଏବେ ଜାତିରୁ ଉର୍ଦ୍ଦରେ ରହି ନିଜର ମାନସିକତା ରଖିଲେଣି। ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହାକୁ ନେଇ ଆଇନ ତିଆରି କରିବା ଦରକାର। ଆଧୁନିକ ଭାରତରେ ଜାତି ସମୀକରଣ ଶେଷ ହେଉଛି। ତେଣୁ ଧର୍ମ, ସମୁଦାୟ, ଜାତି ଏବଂ ପରମ୍ପରା ଯେଉଁସବୁ ବାଧକ ଥିଲା ତାହା ଏବେ ଧୀରେ ଧୀରେ ଶେଷ ହେଉଛି। ଯେହେତୁ ଲୋକଙ୍କର ମାନସିକତା ବଦଳୁଛି ତେଣୁ ନାଗରିକତା ସଂଘିତା ଆଇନ ଉପରେ ସରକାର ଗୁରୁତ୍ୱ ଦେବା ଦରକାର ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

ଏକ ହିନ୍ଦୁ ବିବାହ ଆଇନ୍, ୧୯୫୫କୁ ନେଇ ଜଡିତ ମାମଲାର ଶୁଣାଣି କରିବାକୁ ଯାଇ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ପ୍ରତିଭା ଏମ୍ ସିଂହ ଏହା କହିଛନ୍ତି। ମିଣା ସମୁଦାୟକୁ ନେଇ ଦୁଇ ପକ୍ଷଙ୍କ ମାମଲାର ଶୁଣାଣି କରିବା ବେଳେ ଉତ୍ପନ୍ନ ହୋଇଥିବା ଅସୁବିଧାକୁ ବିଚାର କରି କୋର୍ଟ ଏହା କହିଛନ୍ତି। ଅଲଗା ଅଲଗା ସମୁଦାୟ, ଜାତି ଏବଂ ଧର୍ମ ମଧ୍ୟରେ ବିବାହ ପରେ ଯଦି ବିବାଦ ଉପୁଜେ ତାହେଲେ ବିଚାର କରିବ ବେଳେ ବିଭିନ୍ନ ପ୍ରକାର ବିବାଦ ସମସ୍ୟା ହେଉଛି ବୋଲି ବିଚାରପତି କହିଛନ୍ତି।

ଜଷ୍ଟିସ୍ ସିଂ ଆହୁରି ମଧ୍ୟ କହିଛନ୍ତି, ଦେଶର ଏବେର ପିଢ଼ି ଅଲଗା ଅଲଗା ସମ୍ପ୍ରଦାୟ, ଜାତି ସହିତ ବିବାହ କରୁଛନ୍ତି। ହେଲେ ବ୍ୟକ୍ତିଗତ ନିୟମ, ବିଶେଷକରି ବିବାହ ଏବଂ ଛାଡପତ୍ର ମାମଲାରେ ବିବାଦ ଉପୁଜିଥିବାରୁ ବିବାହ ନକରିବାକ କହିହେବନି। ତେଣୁ ସରକାର ଗୋଟିଏ ଆଇନ୍ ଆଣିବା ଦରକାର। ଦିଲ୍ଲୀ ହାଇକୋର୍ଟର ବିଚାରପତି କହିଛନ୍ତି ଯେ ସମ୍ବିଧାନର ଧାରା ୪୪ ଅନୁଯାୟୀ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ଦରକାର।

ୟୁନିଫର୍ମ ସିଭିଲ୍ କୋଡର ଅର୍ଥ ଗୋଟିଏ ଧର୍ମର ଆଇନକୁ ଅନ୍ୟ ଧର୍ମ ଉପରେ ଲଦି ଦେବା ନୁହେଁ। ହେଲେ ସାଧରଣତଃ ରାଜନୀତିକ ମତଭେଦ ପାଇଁ ଏଭଳି ଏକ ଧାରଣା ସୃଷ୍ଟି ହୋଇଥିବାରୁ ଏହି ସିଭିଲ କୋଡ ପ୍ରସଙ୍ଗ ଉଠିବା ବେଳେ ବିଭିନ୍ନ ପ୍ରକାର ତର୍କକୁ ଜନ୍ମ ଦିଏ।

ଏହି ଆଇନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଦେଶର ଯେକୌଣସି ବ୍ୟକ୍ତି ସିଏ କୌଣସି ଧର୍ମ ଏବଂ ଜାତିର ହେଉଥାନ୍ତି ନା କାହିଁକି ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ, ଉତ୍ତରାଧିକାରୀ ପ୍ରସଙ୍ଗରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ରହିବ। ଏବେ କିନ୍ତୁ ବିଭିନ୍ନ ଧର୍ମ ଅନୁଯାୟୀ ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos