କମୁଛି ସଂକ୍ରମଣ, ତଥାପି ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଘୋଷଣା କରିଛନ୍ତି । ସିଏମ୍ କେଜ୍ରିୱାଲ କହିଛନ୍ତି, ଯଦି କରୋନା ମାମଲା କମୁଛି, ତାହେଲେ ମେ’ ୩୧ ତାରିଖରୁ […]

delhi-lock-down

Ranjit Kumar Jena
  • Published: Sunday, 23 May 2021
  • , Updated: 23 May 2021, 12:47 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଘୋଷଣା କରିଛନ୍ତି ।

ସିଏମ୍ କେଜ୍ରିୱାଲ କହିଛନ୍ତି, ଯଦି କରୋନା ମାମଲା କମୁଛି, ତାହେଲେ ମେ’ ୩୧ ତାରିଖରୁ ଧିରେ ଧିରେ କିଛି ଗତିବିଧି ସହ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁଦ୍ଧ ଏବେ ବାକି ଅଛି ଏବଂ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ମୁଁ କିଛି ଲୋକଙ୍କୁ ପଚାରିଲି ଯେ କ’ଣ କରାଯିବ । ସମସ୍ତେ ଏକ ସ୍ୱରରେ କହିଲେ ଯେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବଢ଼ାଇ ଦିଆଯାଉ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏପ୍ରିଲରେ ଯେତେବେଳେ ସାରା ଦେଶରେ ଦ୍ୱିତୀୟ ଲହର ପ୍ରବେଶ କଲା, ସେହି ସମୟରେ ଦିଲ୍ଲୀ ପ୍ରଥମ ରାଜ୍ୟ ଭାବେ ଅନୁଭୂତ କଲା ଯେ ଏହି ମହାମାରୀ ବହୁତ ବିପଜ୍ଜନକ ଏବଂ ସର୍ବପ୍ରଥମେ ଲକଡାଉନ୍ ଲାଗୁ କରିଥିଲା । ସେତେବେଳେ ଲାଗୁଥିଲା ଯେ ଏହି ଲହର କେତେ ଦିନ ଚାଲିବ, କିନ୍ତୁ ମାସକ ଭିତରେ ଆପଣ ସମସ୍ତଙ୍କ ଅନୁଶାସନ କାରଣରୁ କରୋନା ଲହର ଦୁର୍ବଳ ହୋଇଛି । ଏବେ ଆମକୁ ଲାଗୁଛି ଯେ ଆମେ ଏହା ଉପରେ ନିୟନ୍ତ୍ରଣ କରିପାରିବୁ ବୋଲି ସିଏମ୍ କେଜ୍ରିୱାଲ କହିଛନ୍ତି ।

ଏପ୍ରିଲ ମାସରେ ଦିଲ୍ଲୀରେ ସଂକ୍ରମଣ ହାର ୩୬ ପ୍ରତିଶତ ଥିଲା, କିନ୍ତୁ ଗତ ୨୪ ଘଣ୍ଟାରେ ଏହି ହାର ୨.୫ ପ୍ରତିଶତ ତଳକୁ ଖସି ଆସିଛି । ଏହାର ଅର୍ଥାତ୍ ଦିଲ୍ଲୀରେ ସଂକ୍ରମଣ ହାର ବହୁତ କମିଛି । ଏପ୍ରିଲ୍ ମାସରେ ଏକ ସମୟରେ ୨୪ ଘଣ୍ଟାରେ ଦିଲ୍ଲୀରେ ୨୮ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଥିଲା । କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୧୬୦୦ ମାମଲା ଦେଖିବାକୁ ମିଳିଛି ।

Related story