'ଓମିକ୍ରନ୍‌' କରାଉଛି ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଭାରତରେ ମଧ୍ୟ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬୩ ରେ ପହଞ୍ଚିଛି। ଏନେଇ ଦିଲ୍ଲୀ ସରକାର ଏବେ ଚିନ୍ତାରେ ପଡିଛନ୍ତି। ଏହାରି ଭିତରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ […]

Omicron

Omicron

Madhupriya Mistry
  • Published: Thursday, 30 December 2021
  • Updated: 30 December 2021, 01:58 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଭାରତରେ ମଧ୍ୟ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬୩ ରେ ପହଞ୍ଚିଛି। ଏନେଇ ଦିଲ୍ଲୀ ସରକାର ଏବେ ଚିନ୍ତାରେ ପଡିଛନ୍ତି। ଏହାରି ଭିତରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଚମକାଇଲା ଭଳି ବୟାନ ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଆରମ୍ଭ ହୋଇଛି ଓମିକ୍ରନର ଗୋଷ୍ଠୀ ସଂକ୍ରମଣ।  ଏବେ ଯେଉଁ ଲୋକମାନେ ବାହାର ଦେଶକୁ ଯାତ୍ରା କରି ନାହାଁନ୍ତି ସେମାନଙ୍କ ଠାରେ ବି ଓମିକ୍ରନ ସଂକ୍ରମଣ ଦେଖିବାକୁ ମିଳିଛି। ଏହାର ଅର୍ଥ ଧିରେ ଧିରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା କଥା ସେ କହିଛନ୍ତି । ଏହାସହ ଏପର୍ଯ୍ୟନ୍ତ କୌଣସି ଓମିକ୍ରନ ସଂକ୍ରମିତ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟା ଆବଶ୍ୟକତା ପଡି ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲାର ୪୬%ରେ ଓମିକ୍ରନ୍‌ ଭାରିଏଣ୍ଟ୍‌ ଥିବା କଥା ସଦ୍ୟତମ ‘ଜିନୋମ୍‌ ସିକ୍ୱେନ୍ସିଂ ରିପୋର୍ଟ’ରୁ ଜଣାପଡ଼ିଛି। ଦିଲ୍ଲୀରେ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ଆସିଥିବା ୧୧୫ଟି ନମୂନାରୁ ୪୬ଟି ନମୂନା ଓମିକ୍ରନ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଛି। ଉକ୍ତ ୧୧୫ଜଣ ଆକ୍ରାନ୍ତଙ୍କ ଠାରେ କୌଣିସ ଲକ୍ଷଣ ଦେଖାଯାଉ ନ ଥିଲେ ବି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ସେ କହିଛନ୍ତି।

ବୁଧବାର ଦିନ ଦିଲ୍ଲୀରେ ୯୨୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ‘ୟେଲୋ ଆଲର୍ଟ’ ବଳରେ ସରକାର ଜାରି ଥିବା କଟକଣା ବଳବତ୍ତର ରଖିଥିଲେ ବି ଏହି ସଂକ୍ରମଣ ସଂଖ୍ୟା ମେ' ୩୦ ପର ଠାରୁ ସର୍ବାଧିକ ଏବଂ ପୂର୍ବରୁ ହେଉଥିବା ଦୈନିକ ସଂକ୍ରମଣ ଠାରୁ ୮୬% ଅଧିକ।

ଏପର୍ଯ୍ୟନ୍ତ ସାରା ଦେଶରେ ୯୬୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି କ୍ରମରେ ଦିଲ୍ଲୀ ସବୁଠାରୁ ଆଗରେ ରହିଛି । ଦିଲ୍ଲୀରେ ୨୬୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୫୨, ଗୁଜୁରାଟରେ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରେଡେଡ ଆକ୍ସନ ରେସ୍ପନ୍ସ ପ୍ଲାନ (ଜିଆରଏପି) ଲାଗୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos