‘ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ବଦନାମ କରିବା ଜାନୁଆରୀ ୨୬ ଆନ୍ଦୋଳନର ଉଦ୍ଦେଶ୍ୟ’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଦେଶର ନାଁକୁ ବଦନାମ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। ସେଥିପାଇଁ ଜାନୁଆରୀ ୨୬ରେ ଚାଷୀ ଆନ୍ଦୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହା କୌଣସି ହଠାତ୍ ଯୋଜନା ନଥିଲା। ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଦିଲ୍ଲୀରେ ଚାଷୀଙ୍କ ହିଂସା ମାମଲାରେ ପୁଲିସ ଚାର୍ଜଶିଟ୍ ଦାୟର କରି ଏସବୁ କଥା କହିଛି। ଚାର୍ଜଶିଟ ଅନୁଯାୟୀ ଆନ୍ଦୋଳନରତ ଚାଷୀ ଐତିହ୍ୟ ସ୍ଥଳୀ ଲାଲକିଲ୍ଲାକୁ ଘେରାଉ କରି ସେଠାରେ ଆନ୍ଦୋଳନ […]

rakesh-tikaiat

rakesh-tikaiat

Subhransu Sekhar
  • Published: Thursday, 27 May 2021
  • Updated: 27 May 2021, 01:42 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଦେଶର ନାଁକୁ ବଦନାମ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। ସେଥିପାଇଁ ଜାନୁଆରୀ ୨୬ରେ ଚାଷୀ ଆନ୍ଦୋଳନ କରିବାକୁ ଲକ୍ଷ୍ୟ ରଖିଥିଲେ। ଏହା କୌଣସି ହଠାତ୍ ଯୋଜନା ନଥିଲା। ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଦିଲ୍ଲୀରେ ଚାଷୀଙ୍କ ହିଂସା ମାମଲାରେ ପୁଲିସ ଚାର୍ଜଶିଟ୍ ଦାୟର କରି ଏସବୁ କଥା କହିଛି। ଚାର୍ଜଶିଟ ଅନୁଯାୟୀ ଆନ୍ଦୋଳନରତ ଚାଷୀ ଐତିହ୍ୟ ସ୍ଥଳୀ ଲାଲକିଲ୍ଲାକୁ ଘେରାଉ କରି ସେଠାରେ ଆନ୍ଦୋଳନ କରିବାକୁ ଉଦ୍ଧେଶ୍ୟ ରଖିଥିଲେ। ତେଣୁ ସେମାନେ ଲାଲକିଲ୍ଲା ଆଡକୁ ଟ୍ରାକ୍ଟର ଚଳାଇ ଜୋର ଜବରଦସ୍ତି ଆସିଥିଲେ।

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବହୁ ପୂର୍ବରୁ ସୁନିୟୋଜିତ ଭାବରେ ଟ୍ରାକ୍ଟର କିଣା ହୋଇଥିଲା ବୋଲି ଦିଲ୍ଲୀ ପୁଲିସ ଚାର୍ଜଶିଟରେ କହିଛି। ନଭେମ୍ୱରରେ ଚାଷୀ ମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଡିସେମ୍ୱରରେ ହରିଆଣା ଏବଂ ପଞ୍ଜାବରେ ଅଧିକରୁ ଅଧିକ ଟ୍ରାକ୍ଟର ବିକ୍ରି ହୋଇଥିବା ପୁଲିସ କହିଛି। ଯାହାକି ୨୦୧୯ ଡିସେମ୍ୱର ତୁଳନାରେ ୯୫ ପ୍ରତିଶତ ଅଧିକ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୁଲିସ ମୋଟ୍ ୩,୨୩୨ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଛି। କିଭଳି ଲାଲ କିଲ୍ଲାରେ ହିଂସା ପାଇଁ ଷଡଯନ୍ତ୍ର ହୋଇଥିଲା ଏହି ଚାର୍ଜଶିଟରେ ବିସ୍ତୁତ ଭାବରେ ଉଲ୍ଲେଖ କରାଯାଇଛି। ମେ ୨୨ରେ ଦାଖଲ ହୋଇଥିବା ଏହି ଚାର୍ଜସିଟରେ ଦିଲ୍ଲୀ ପୁଲିସ କହିଛି ଯେ କୃଷି ଆଇନକୁ ବିରୋଧ କରି ଏହି ହିଂସା ଏକ ବଡ ଷଡଯନ୍ତ୍ର। ଦିଲ୍ଲୀ ଭିତରେ ପ୍ରବେଶ କରିବା ଚାଷୀଙ୍କ ଉଦ୍ଦେଶ୍ୟ ଥିଲା। ତେଣୁ ସେମାନେ ଲାଲ କିଲ୍ଲାରେ ଆନ୍ଦୋଳନ କରିବାକୁ ଯୋଜନା କରିଥିଲେ।

ଚାର୍ଜଶିଟ୍ ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ଏଥିପାଇଁ ଗଣତନ୍ତ୍ର ଦିବସକୁ ଭଲ ଦିନ ବୋଲି ବାଛିଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଲାଲ କିଲ୍ଲାରେ ସାହିବଙ୍କ ପତାକା ଉତ୍ତୋଳନ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ବଦନାମ କରିବା। ପୁଲିସ ଦାବି କରିଛି ଯେ ଏଥିପାଇଁ ଟ୍ରାକ୍ଟର କିଣାଯାଇଥିଲା। ଯାହାକି ଯୋଜନାବଦ୍ଧ ଥିଲା। ଦିଲ୍ଲୀର ଟ୍ରାକ୍ଟର ପ୍ୟାରେଡ କରିବା ପାଇଁ ଏହି ସବୁ ଟ୍ରାକ୍ଟରକୁ ସ୍ୱତନ୍ତ୍ର ଭାବେ କିଣାଯାଇଥିଲା। ଏହି ଗଣତନ୍ତ୍ର ଦିବସରେ ପ୍ରାୟ ୫୦୦ ପୁଲିସ ଆହତ ହୋଇଥିଲେ।

ପୁଲିସ ହରିଆଣା ଏବଂ ପଞ୍ଜାବରେ ଟ୍ରାକ୍ଟର ବିକ୍ରିର ତଥ୍ୟ ଆଣି ଏହି ଚାର୍ଜଶିଟରେ ଉପସ୍ଥାପିତ କରିଛି। ଯେଉଁଥିରେ ପଞ୍ଜାବରେ ୨୦୧୯ ତୁଳନାରେ ନଭେମ୍ବର ୨୦୨୦ରେ ଟ୍ରାକ୍ଟର ବିକ୍ରି ୪୩.୫୩ ପ୍ରତିଶତ ବୃଦ୍ଧି ପାଇଛି।

ଚଳିତ ବର୍ଷ ଜାନୁଆରୀରେ ଗତବର୍ଷ ତୁଳନାରେ ଟ୍ରାକ୍ଟର ୮୫.୧୩% ଅଧିକ ବିକ୍ରି ହୋଇଛି। ନଭେମ୍ବର ଏବଂ ଡିସେମ୍ବର ୨୦୨୦ ମାସ ତୁଳନାରେ ହରିଆଣାରେ ବିକ୍ରି ୩୧.୮୧% ଏବଂ ୫୦.୩୨% ଅଧିକ ଥିଲା।  ଜାନୁଆରୀ ୨୦୨୧ରେ, ଜାନୁଆରୀ ୨୦୨୦ ତୁଳନାରେ ହରିଆଣାରେ ଟ୍ରାକ୍ଟର ବିକ୍ରି ୪୮% ବୃଦ୍ଧି ପାଇଛି। ଏହି ଷଡଯନ୍ତ୍ର ରଚିବାରେ ବହୁ ପରିମାଣରେ ଅର୍ଥ ବ୍ୟବହାର ହୋଇଛି ବୋଲି ଚାର୍ଜଶିଟରେ କୁହାଯାଇଛି।

ଚାର୍ଜଶିଟରେ ଦିଲ୍ଲୀ ପୁଲିସ ଅଭିଯୁକ୍ତ ଇକବାଲ ସିଂର ବୟାନ ଉଲ୍ଲେଖ କରିଛି। ଯେଉଁଥିରେ ଶିଖ୍ ଫର ଜଷ୍ଟିସ୍ ଗୋଷ୍ଠୀ ତାଙ୍କୁ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବାରେ ସଫଳ ହେଲେ ତାଙ୍କୁ ନଗଦ ପୁରସ୍କାର ଦେବାକୁ ପ୍ରତିଶୃତି ଦେଇଥିଲା ବୋଲି ଇକବାଲ କହିଛି। ପାଖାପାଖି ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଏକ ଅଡିଓ ରେକର୍ଡ ପୁଲିସ ଜବତ କରିଛି ବୋଲି କୁହିଛି।

ପୁଲିସ କହିଛି ଯେ ଅଭିଯୁକ୍ତ ଦୀପ ସିଦ୍ଧୁ ଜଣେ ପ୍ରଭାବଶାଳୀ ପ୍ରବର୍ତ୍ତକ ଭଳି କାମ କରିଥିଲେ। ପୁଲିସର ସୂଚନାନୁସାରେ, ସିଦ୍ଧୁ ଅନେକ ଭିଡିଓରେ କହିଥଲେ ଯେ ସେମାନେ ଲାଲ କିଲ୍ଲାରେ ପ୍ରବେଶ କରିବେ। ପୁଲିସ କହିଛି ଯେ ଗିରଫ ଅଭିଯୁକ୍ତ ତଥା ଅନ୍ୟ ସଦସ୍ୟମାନେ ସାଧାରଣ ଉଦ୍ଦେଶ୍ୟରେ ଦଙ୍ଗା କରିଥିଲେ, ସାଧାରଣ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ, ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ଐତିହ୍ୟ ଭଙ୍ଗାରୁଜା କରିଥିଲେ ଯାହାକି ସରକାରଙ୍କୁ କ୍ଷତି ପହଞ୍ଚାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story