୨୪ ଘଣ୍ଟାରେ ୩,୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୯୪ଟି  କୋଭିଡ୍‌ ମାମଲା ସାମ୍ନାକୁ ଆସିଛି। ଯାହା ଶନିବାରଠାରୁ ୧୭ ପ୍ରତିଶତ ଅଧିକ ରହିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜଣକର ମୃତ୍ୟୁ ଘଟିଛି। ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖରେ ୨୧୭୬ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଥିବା ଚିହ୍ନଟ ହୋଇଛି। ଯାହା ୫୦ ପ୍ରତିଶତ ଅଧିକ ଥିଲା। ମେ’ ୨୨ଠାରୁ ଏହି ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା […]

Omicron in Delhi

Tapas Behera
  • Published: Sunday, 02 January 2022
  • , Updated: 02 January 2022, 07:07 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୯୪ଟି  କୋଭିଡ୍‌ ମାମଲା ସାମ୍ନାକୁ ଆସିଛି। ଯାହା ଶନିବାରଠାରୁ ୧୭ ପ୍ରତିଶତ ଅଧିକ ରହିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜଣକର ମୃତ୍ୟୁ ଘଟିଛି। ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖରେ ୨୧୭୬ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଥିବା ଚିହ୍ନଟ ହୋଇଛି।

ଯାହା ୫୦ ପ୍ରତିଶତ ଅଧିକ ଥିଲା। ମେ’ ୨୨ଠାରୁ ଏହି ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏଥିରେ ଆତଙ୍କିତ ନହେବାକୁ କହିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। କାରଣ ଦ୍ୱିତୀୟ ଲହରୀ ତୁଳନାରେ ଏଥର ଭୂତାଣୁ ପ୍ରଭାବ ବୁହୁ କମ୍ ରହିଛି। ହସପିଟାଲରେ ଭିଡ଼ କମ ରହୁଛି।

ଅନ୍ୟପଟେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଶେଷ କରି ଦିଲ୍ଲୀ , ମୁମ୍ବାଇ, ବେଙ୍ଗାଲୋର ଏବଂ କୋଲକାତାରେ ସଂକ୍ରମଣ ବୃଦ୍ଧି ହୋଇଛି। ରାଜ୍ୟମାନେ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରିବା ସହ ସ୍ୱତନ୍ତ୍ର ଟିମ୍‌ ଗଠନ କରିବାପାଇଁ କେନ୍ଦ୍ର ସରକାର କହିଥିବା ବେଳେ ରାଜ୍ୟମାନେ ନିଜ ନିଜ ପରିସ୍ଥିତିକୁ ଦେଖି ନୂଆ କଟକଣା ଲାଗୁ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କ ପାଖକୁ ଏନେଇ ଚିଠି ମଧ୍ୟ ଲେଖିଛନ୍ତି।

Related story