ଜଳୁଛି ଉତ୍ତର, ଭିଜିବ ଦକ୍ଷିଣ: ତତଲା ତାୱାରେ ଦିଲ୍ଲୀ    

ନୂଆଦିଲ୍ଲୀ:  କେଉଁଠି ନିଆଁ ବର୍ଷା ପୁଣି କେଉଁଠି ପାଣି ବର୍ଷା। କିଏ ଗରମରେ ସିଝୁଛି ପୁଣି କିଏ ପାଣିରେ ଭିଜିବ । ଭୀଷଣ ଗରମରେ ଦେଶର ଉତ୍ତର ଭାଗ ଜଳୁଥିବା ବେଳେ ଦକ୍ଷିଣକୁ ରହିଛି ବର୍ଷା ଆଲର୍ଟ। ଅତ୍ୟଧିକ ତାମାମାତ୍ରା ଯୋଗୁ ତତଲା ତାୱାରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ। ଗତ କିଛି ଦିନ ହେଲା ଭୀଷଣ ଗରମ ଓ ଗୁଳୁଗୁଳି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି।  ଉତ୍ତର ଭାରତରେ ହିଟୱେଭ ଜାରି ରହିଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ […]

heatwave

Tapas Behera
  • Published: Monday, 16 May 2022
  • , Updated: 16 May 2022, 11:20 AM IST

ନୂଆଦିଲ୍ଲୀ:  କେଉଁଠି ନିଆଁ ବର୍ଷା ପୁଣି କେଉଁଠି ପାଣି ବର୍ଷା। କିଏ ଗରମରେ ସିଝୁଛି ପୁଣି କିଏ ପାଣିରେ ଭିଜିବ । ଭୀଷଣ ଗରମରେ ଦେଶର ଉତ୍ତର ଭାଗ ଜଳୁଥିବା ବେଳେ ଦକ୍ଷିଣକୁ ରହିଛି ବର୍ଷା ଆଲର୍ଟ। ଅତ୍ୟଧିକ ତାମାମାତ୍ରା ଯୋଗୁ ତତଲା ତାୱାରେ ପରିଣତ ହୋଇଛି ରାଜଧାନୀ ଦିଲ୍ଲୀ। ଗତ କିଛି ଦିନ ହେଲା ଭୀଷଣ ଗରମ ଓ ଗୁଳୁଗୁଳି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି।  ଉତ୍ତର ଭାରତରେ ହିଟୱେଭ ଜାରି ରହିଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ  ସର୍ବାଧିକ ୪୯ ଡିଗ୍ରୀ ସେଲସିୟସ ତାମାମାତ୍ରା ରେକର୍ଡ଼ କରାଯାଇଛି। ଅନ୍ୟପଟେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୫ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।

ଅନ୍ୟପଟେ ଗରମରେ ସିଝୁଛି ଉତ୍ତରଭାରତ। ଗତକାଲି ଦିଲ୍ଲୀର ସଫଦରଜଙ୍ଗରେ ୪୫.୫ ଡିଗ୍ରୀ ସେଲସିୟସ, ଉତ୍ତରପୂର୍ବ ଦିଲ୍ଲୀ ମୁଙ୍ଗେସପୁର  ଓ ନଜାଫଗଡ଼ ଯଥାକ୍ରମେ  ୪୯.୨ ଡିଗ୍ରୀ ଓ ୪୯.୧ ଡିଗ୍ରୀ ସେସସିୟସ୍‌  ତାପମାତ୍ରା ରେକର୍ଡ଼ କରାଯାଇଛି। ଚଳିତ ବର୍ଷ ସଫଦରଜଙ୍ଗ ଅଞ୍ଚଳରେରେ ଅତ୍ୟଧିକ  ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ବୁନ୍ଦେଲଖଣ୍ଡ ଅଞ୍ଚଳର ୪୯ ଡିଗ୍ରୀ ସହେଲସିୟସ ତାପମାତ୍ର ରେକର୍ଡ଼ କରାଯାଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ମେ’ ମାସରେ ଏହି ତାପାମାତ୍ରା ହେଉଛି ସର୍ବାଧିକ ।  ପୂର୍ବରୁ ୧୯୯୪ ମେ’ ୩୧ ତାରିଖରେ ବାନ୍ଦା ଇଲାକାରେ ସର୍ବାଧିକ ୪୮.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଥିଲା ।

ପାଣିପାଗ ବିଭାଗ କହିବା ଅନୁଯାୟୀ ପଶ୍ଚିମା ଝଡ଼, ଧୂଳି ଝଡ଼ ଏବଂ କାଳବୈଶାଖିର ପ୍ରଭାବ ଯୋଗୁ  ଏଭଳି ସ୍ଥିତି ଉପୁଜିଛି।  ବିଶେଷ କରି ଦେଷର ଉତ୍ତରାଞ୍ଚଳ ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ସ୍ଥିତି ଅସମ୍ଭାଳ ରହିଛି । ତେବେ ଦକ୍ଷିଣ ଉପଦୀପ ଅଞ୍ଚଳରେ ଅଧିକ ବର୍ଷା ହେବା ନେଇ ଆକଳନ କରିଛି  ପାଣିପାଗ ବିଭାଗ। କେରଳ ଓ ଲକ୍ସରଦୀପ ଅଞ୍ଚଳକୁ ଅଧିକ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେରଳର ଏର୍ଣ୍ଣାକୁଲାମା, ଇଡ୍ଡୁକି, ତ୍ରିସୁର, ମଲାପୁରମ ଏବଂ  କୋଜିକୋଡେ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

Related story