ଜାଡ଼ରେ ଥରୁଛି ରାଜଧାନୀ, ପାରଦ ୬.୪ ଡିଗ୍ରୀକୁ ଖସିଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀକୁ ଖସି ଆସିଛି। ଚଳିତ ଋତୁରେ ଦିଲ୍ଲୀରେ ଏପରି ଥଣ୍ଡା ପ୍ରଥମଥର ପାଇଁ ଦେଖାଦେଇଛି। ବାୟୁ ପ୍ରଦୂଷଣ ଜନିତ ସ୍ଥିତି ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ଏପରି ଜାଡ଼ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ଥିବା ବେଳେ ଶନିବାର ଏହା ୮.୩ […]

lowest

Hemant Lenka
  • Published: Monday, 13 December 2021
  • , Updated: 13 December 2021, 11:57 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଅସହ୍ୟ ଜାଡ଼ ଅନୁଭୁତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀକୁ ଖସି ଆସିଛି। ଚଳିତ ଋତୁରେ ଦିଲ୍ଲୀରେ ଏପରି ଥଣ୍ଡା ପ୍ରଥମଥର ପାଇଁ ଦେଖାଦେଇଛି। ବାୟୁ ପ୍ରଦୂଷଣ ଜନିତ ସ୍ଥିତି ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ଏପରି ଜାଡ଼ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ଥିବା ବେଳେ ଶନିବାର ଏହା ୮.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।  ରବିବାର ବାୟୁମଣ୍ଡଳର ଆଦ୍ରତା ୯୫% ରହିଥିଲା। ସେହିପରି ସର୍ବାଧିକ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।  ଦିଲ୍ଲୀରେ ଆକାଶ ମେଘୁଆ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏଥିସହ ରାଜଧାନୀରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ଥିବା ବିଭାଗ କହିଛି।

ଅନ୍ୟପକ୍ଷରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ ଦିଲ୍ଲୀରେ ଅତ୍ୟନ୍ତ ଖରାପ। ବର୍ତ୍ତମାନ ଦିଲ୍ଲୀର ଏକ୍ୟୁଆଇ ୨୫୫ ରହିଛି। ଯାହା ଖରାପ ବର୍ଗରେ ଆସୁଛି। ସେହିପରି ପଡ଼ୋଶୀ ଫରିଦାବାଦରେ ଏକ୍ୟୁଆଇ ୨୨୮, ଗାଜିଆବାଦରେ ୨୭୪, ଗୁରୁଗ୍ରାମରେ ୨୦୦ ଓ ନୋଏଡାରେ ଏକ୍ୟୁଆଇ ୨୧୩ ରହିଛି।

Related story