ନିଜର ସ୍ୱତନ୍ତ୍ର ସ୍କୁଲ ଏଡୁକେସନ ବୋର୍ଡ ଗଠନ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟଗୁଡ଼ିକ ଭଳି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ମଧ୍ୟ ନିଜସ୍ୱ ସ୍କୁଲ ଏଡୁକେସନ ବୋର୍ଡ ଗଠନ କରାଯିବ। ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀ ବୋର୍ଡ ଅଫ ସ୍କୁଲ ଏଡୁକେସନ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଧ୍ୟ ଅନୁମୋଦନ ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଏକ ହଜାର ସରକାରୀ ସ୍କୁଲ ଓ ୧୭ଶହ ଘରୋଇ ସ୍କୁଲ ରହିଛି। ସମସ୍ତ ସରକାରୀ ସ୍କୁଲ ଓ ଅଧିକାଂଶ ଘରୋଇ ସ୍କୁଲ ସିବିଏସ୍‌ଇ ଦ୍ୱାରା […]

Delhi

Hemant Lenka
  • Published: Saturday, 06 March 2021
  • , Updated: 06 March 2021, 06:46 PM IST

ନୂଆଦିଲ୍ଲୀ: ଅନ୍ୟ ରାଜ୍ୟଗୁଡ଼ିକ ଭଳି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ମଧ୍ୟ ନିଜସ୍ୱ ସ୍କୁଲ ଏଡୁକେସନ ବୋର୍ଡ ଗଠନ କରାଯିବ। ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀ ବୋର୍ଡ ଅଫ ସ୍କୁଲ ଏଡୁକେସନ ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଧ୍ୟ ଅନୁମୋଦନ ଦେଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ଏକ ହଜାର ସରକାରୀ ସ୍କୁଲ ଓ ୧୭ଶହ ଘରୋଇ ସ୍କୁଲ ରହିଛି। ସମସ୍ତ ସରକାରୀ ସ୍କୁଲ ଓ ଅଧିକାଂଶ ଘରୋଇ ସ୍କୁଲ ସିବିଏସ୍‌ଇ ଦ୍ୱାରା ଅନୁବନ୍ଧିତ। ନୂଆ ଏଡୁକେସନ ବୋର୍ଡ ଗଠନ ହେବା ପରେ ୨୦ରୁ ୨୫ଟି ସରକାରୀ ସ୍କୁଲକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ। ସେହିପରି ସେମାନଙ୍କର ସିବିଏସ୍‌ଇ ଆଫିଲେସନ୍‌କୁ ବାତିଲ କରାଯିବ।

ସ୍କୁଲ ଗୁଡ଼ିକୁ ରାଜ୍ୟ ବୋର୍ଡ ଅଧୀନକୁ ଆଣିବା ପୂର୍ବରୁ ପ୍ରିନ୍ସିପାଲ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରାଯିବ। ଆମର ଆଶା ୪ରୁ ୫ ବର୍ଷ ମଧ୍ୟରେ ସବୁ ସ୍କୁଲ ରାଜ୍ୟର ବୋର୍ଡ ଅଧୀନକୁ ସ୍ୱତ୍ତଃସ୍ଫୁତ ଭାବେ ଆସିବେ ବୋଲି କେଜ୍ରିୱାଲ କହିଛନ୍ତି।

ଗତବର୍ଷ ଜୁଲାଇରେ ଦିଲ୍ଲୀ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨ ଜଣିଆ ପ୍ୟାନେଲ ଗଠନ କରିଥିଲେ। ରାଜ୍ୟ ଏଡୁକେସ ବୋର୍ଡ ଗଠନ ପାଇଁ ଏହି ଫ୍ୟାନେଲ ୱାର୍କଫ୍ରେମ ପ୍ରସ୍ତୁତ କରିଛନ୍ତି।

Related story