ବାରମ୍ବାର ଗର୍ଭ ନଷ୍ଟ କରୁଥିଲା ପ୍ରେମିକ, ଜୀବନ ହାରିଲେ ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକର ନିର୍ଯାତନା ଅସହ୍ୟ ହେଲା। ଆଉ ଜୀବନ ହାରିଲେ ପ୍ରେମିକା। ଗର୍ଭପାତ କରିବା ପାଇଁ ୧୪ ଥର ଚାପପୟୋଗ କରିବା ପରେ ଶେଷରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଦକ୍ଷିଣଦିଲ୍ଲୀର ଜଟିପୁର ଇଲାକାରେ ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତ ଜୁଲାଇ ୫ରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ଘରୁ ପୁଲିସ ଏକ ସୁଇସାଇଡ୍‌ ନୋଯ ଜବତ କରିଛି। ସେଥିରେ ଯୁବତୀ […]

iop

Tapas Behera
  • Published: Friday, 15 July 2022
  • , Updated: 15 July 2022, 10:40 AM IST

ନୂଆଦିଲ୍ଲୀ: ପ୍ରେମିକର ନିର୍ଯାତନା ଅସହ୍ୟ ହେଲା। ଆଉ ଜୀବନ ହାରିଲେ ପ୍ରେମିକା। ଗର୍ଭପାତ କରିବା ପାଇଁ ୧୪ ଥର ଚାପପୟୋଗ କରିବା ପରେ ଶେଷରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଦକ୍ଷିଣଦିଲ୍ଲୀର ଜଟିପୁର ଇଲାକାରେ ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତ ଜୁଲାଇ ୫ରେ ଏହି ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ଘରୁ ପୁଲିସ ଏକ ସୁଇସାଇଡ୍‌ ନୋଯ ଜବତ କରିଛି। ସେଥିରେ ଯୁବତୀ ଜଣକ ତାଙ୍କର ଜଣେ ପାର୍ଟନରଙ୍କ ସହ ସମ୍ପର୍କରେ ଥିଲେ। ଯିଏ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ସେ ବାରମ୍ବାର ଶାରିରୀକ ସମ୍ପର୍କ ରଖୁଥିଲେ।

ଏମିତି ସେ ବାରମ୍ବାର ଗର୍ଭବତୀ ହେବା ପରେ ୧୪ଥର ପର୍ଯ୍ୟନ୍ତ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ପରେ ତାଙ୍କ ପ୍ରେମିକ ବିବାହ କରିବାକୁ ମନା କରିଦେଇଥିଲେ। ଏଥିରେ ନିରାଶ ହୋଇ ପ୍ରେମିକା ଜଣକ ଆତ୍ମହତ୍ୟା ପଥ ବାଛି ନେଇଥିବା ଉଲ୍ଲେଖ ରହିଛି। ସମ୍ପୃକ୍ତ ଅଭିଯୁକ୍ତ ଯୁବକ ଜଣକ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି।  ତାଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ସୂଚନା ଅନୁଯାଇ ଗତ ଜୁଲାଇ ୫ରେ ପିସିଆର ଏକ କଲ ପାଇଥିଲା।  ଏହା ପରେ ପୁଲସିର ଏକ ଟିମ ଘଟଣାସ୍ଥଳକୁ ପଠାଯାଇଥିଲା। ସେଠାରେ ଯୁବତୀ ଜଣକ ଘର ଭିତରେ ଝୁଲୁଥବା ଜଣାପଡ଼ିଥିଲା। ପରେ  ଯୁବତୀ ଜଣଙ୍କୁ ଓହ୍ଲାଇ ଏମସ୍‌ ମେଡିକାଲକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦକ୍ଷିଣପୂର୍ବ ଡିସିପି ଇଶା ପାଣ୍ଡେ ଏହି ସୂଚନା ଦେଇଛନ୍ତି। ପୁଲିସ ଏକ ମୋବାଇଲ ଫୋନ୍‌ ଜବତ କରିଥିବା ବେଳେ ଯେଉଁ  ଷ୍ଟୋଲରେ ଠିଆ ହୋଇ ଆତ୍ମହତ୍ୟା  କରିଥିଲା ତାହା ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ମହିଳା ଜଣଙ୍କୁ ୩୨ ବର୍ଷ ହୋଇଥିବା  ବେଳେ ବିବାହିତ ମଧ୍ୟ। କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ୭-୮ ବର୍ଷ ହେବ ଅଲଗା ରହୁଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

Related story