୯୦ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାତି

ନୂଆଦିଲ୍ଲୀ: ଚଳିତ ବର୍ଷ ପାଣିପାଗରେ ସାଂଘାତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ହୋଇ ଯାଇଥିବା ବେଳେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ହିଟୱେଭ ଅନୁଭୂତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ଦେଶର ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ଜୁଲାଇ ମାସରେ ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଆଜି ଜୁଲାଇ ମାସର ପ୍ରଥମ ଦିନରେ ଦିଲ୍ଲୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୯୦ ବର୍ଷ ମଧ୍ୟରେ ଜୁଲାଇରେ କେବେ ହେଲେ […]

Heat-wave

Hemant Lenka
  • Published: Thursday, 01 July 2021
  • , Updated: 01 July 2021, 09:49 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପାଣିପାଗରେ ସାଂଘାତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ହୋଇ ଯାଇଥିବା ବେଳେ ଉତ୍ତର ଭାରତର ରାଜ୍ୟଗୁଡ଼ିକ ହିଟୱେଭ ଅନୁଭୂତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ଦେଶର ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ଜୁଲାଇ ମାସରେ ୯୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।

ଆଜି ଜୁଲାଇ ମାସର ପ୍ରଥମ ଦିନରେ ଦିଲ୍ଲୀର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୯୦ ବର୍ଷ ମଧ୍ୟରେ ଜୁଲାଇରେ କେବେ ହେଲେ ଏଭଳି ତାପମାତ୍ରା ରେକର୍ଡ କରାଯାଇ ନଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିଛି। ୧୯୩୧ ମସିହା ଜୁଲାଇ ୧ରେ ରାଜଧାନୀର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ହେଲେ ଆଜି ଏହା ୪୩.୬ ଡିଗ୍ରୀରେ ପହଞ୍ଚି ୯୦ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି।

ଆସନ୍ତା ଦୁଇ ଦିନ ପାଇଁ ପଞ୍ଜାବ, ହରିଆଣା, ଦିଲ୍ଲୀ, ଉତ୍ତର ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ହିଟୱେଭ ଅନୁଭତ ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Related story