ଚଳନ୍ତା ଇ-ସ୍କୁଟର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡେଲିଭରୀ ବୟ

ଲକ୍ଷ୍ନୌ: ଚାହୁଁ ଚାହୁଁ ଜଳିଗଲା ଇ-ସ୍କୁଟର। ଚଳନ୍ତା ଇ-ସ୍କୁଟର୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ। ବିଗ୍ ବାସ୍କେଟ୍‌ର ଜଣେ ଡେଲିଭରୀ ବୟ ନିଜ ଇ-ସ୍କୁଟର୍‌ରେ କିଛି ସାମଗ୍ରୀ ଡେଲିଭରୀ କରିବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ। ଏତିକି ବେଳେ ହଠାତ୍ ତାଙ୍କ ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍କୁଟର୍‌ରୁ ସଙ୍ଗେ ସଙ୍ଗେ ଡେଇଁପଡିଥିଲେ ଡେଲିଭରୀ ବୟ। ନିଜ ଜୀବନ ବଞ୍ଚାଇଥିଲେ। ପରେ […]

electric-scooter-got-fire

Madhupriya Mistry
  • Published: Wednesday, 26 October 2022
  • , Updated: 26 October 2022, 03:35 PM IST

ଲକ୍ଷ୍ନୌ: ଚାହୁଁ ଚାହୁଁ ଜଳିଗଲା ଇ-ସ୍କୁଟର। ଚଳନ୍ତା ଇ-ସ୍କୁଟର୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ଡେଲିଭରୀ ବୟ। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ନଏଡାର ସେକ୍ଟର-୭୩ରେ।

ବିଗ୍ ବାସ୍କେଟ୍‌ର ଜଣେ ଡେଲିଭରୀ ବୟ ନିଜ ଇ-ସ୍କୁଟର୍‌ରେ କିଛି ସାମଗ୍ରୀ ଡେଲିଭରୀ କରିବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ। ଏତିକି ବେଳେ ହଠାତ୍ ତାଙ୍କ ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍କୁଟର୍‌ରୁ ସଙ୍ଗେ ସଙ୍ଗେ ଡେଇଁପଡିଥିଲେ ଡେଲିଭରୀ ବୟ। ନିଜ ଜୀବନ ବଞ୍ଚାଇଥିଲେ।

ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ନିଆଁ ଲଭିବାବେଳକୁ ସ୍କୁଟର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ଇଲେକ୍‌ଟ୍ରୋନିକ୍ ସ୍କୁଟର୍‌ଟି ବିଗ୍ ବାସ୍କେଟ୍‌ର ଡେଲିଭରୀ ବୟ ଚନ୍ଦ୍ର ପ୍ରକାଶଙ୍କର ଥିଲା ବୋଲି ଜଣାପଡିଛି।

ତେବେ ତାଙ୍କ ଇ-ସ୍କୁଟର୍‌ରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story