ମଙ୍ଗଳସୂତ୍ରକୁ ନେଇ ବିବାଦ, ଫେରାଇନେଲେ ବିଜ୍ଞାପନ

ମୁମ୍ବାଇ: ମଙ୍ଗଳସୂତ୍ରକୁ ନେଇ ବିବାଦ ବଢ଼ିବାପାରେ ବିଜ୍ଞାପନ ଉପରେ ଲଗାଇଲେ ରୋକ। ନିଜ ବିଜ୍ଞାପନକୁ ଫେରାଇନେଲେ ପ୍ରସିଦ୍ଧ ଫ୍ୟାଶନ ଓ ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ। ଏଥିସହ ସୋଶାଲ ମିଡିଆ ସାଇଟ୍‌ରୁ ମଧ୍ୟ ତାଙ୍କ ବିଜ୍ଞାପନର ପୋଷ୍ଟର ଆଉ ହୋର୍ଡିଂକୁ ହଟାଇ ଦେଇଛନ୍ତି। ନିକଟରେ ସବ୍ୟସାଚୀ ତାଙ୍କର ‘ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାର’ ନାମକ ଏକ ନୂଆ ଜୁଏଲାରୀ କଲେକସନ୍‌ ଲଞ୍ଚ କରିଥିଲେ। ଏଥିରେ ବେକରେ ମଙ୍ଗଳସୂତ୍ର ପକାଇ କିଛି ମଡେଲ ଲିଙ୍ଗରି ପିନ୍ଧିଥିବା ନଜର ଆସିଥିଲେ। ଏହାକୁ […]

Sabyasachi add

Madhupriya Mistry
  • Published: Monday, 01 November 2021
  • , Updated: 01 November 2021, 03:55 PM IST

ମୁମ୍ବାଇ: ମଙ୍ଗଳସୂତ୍ରକୁ ନେଇ ବିବାଦ ବଢ଼ିବାପାରେ ବିଜ୍ଞାପନ ଉପରେ ଲଗାଇଲେ ରୋକ। ନିଜ ବିଜ୍ଞାପନକୁ ଫେରାଇନେଲେ ପ୍ରସିଦ୍ଧ ଫ୍ୟାଶନ ଓ ଜୁଏଲାରୀ ଡିଜାଇନର୍‌ ସବ୍ୟସାଚୀ ମୁଖାର୍ଜୀ। ଏଥିସହ ସୋଶାଲ ମିଡିଆ ସାଇଟ୍‌ରୁ ମଧ୍ୟ ତାଙ୍କ ବିଜ୍ଞାପନର ପୋଷ୍ଟର ଆଉ ହୋର୍ଡିଂକୁ ହଟାଇ ଦେଇଛନ୍ତି।

ନିକଟରେ ସବ୍ୟସାଚୀ ତାଙ୍କର 'ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାର' ନାମକ ଏକ ନୂଆ ଜୁଏଲାରୀ କଲେକସନ୍‌ ଲଞ୍ଚ କରିଥିଲେ। ଏଥିରେ ବେକରେ ମଙ୍ଗଳସୂତ୍ର ପକାଇ କିଛି ମଡେଲ ଲିଙ୍ଗରି ପିନ୍ଧିଥିବା ନଜର ଆସିଥିଲେ। ଏହାକୁ ନେଇ ଅନେକ ୟୁଜର୍ସ ଆପତ୍ତି ଉଠାଇଥିଲେ। ସୋଶାଲ ମିଡିଆରେ ସବ୍ୟସାଚୀଙ୍କ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ଉଠିଥିଲା। ଏହା ଭାରତୀୟ ସଂସ୍କୃତିକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା।

ଏପରିକି ଏହି ବିଜ୍ଞାପନ ବିବାଦ ମଧ୍ୟପ୍ରଦେଶର ଗୃହମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ୨୪ ଘଣ୍ଟା ଭିତରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ସବ୍ୟସାଚୀଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ବାଧ୍ୟ ହୋଇ ଡିଜାଇନର ସବ୍ୟସାଚୀ ରବିବାର ନିଜ ବିଜ୍ଞାପନ ହଟାଇଛନ୍ତି।

ବିଜ୍ଞାପନକୁ ଫେରାଇ ନେବା ସହ ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, 'ବିଜ୍ଞାପନ ଜରିଆରେ ଯଦି ସମାଜର କିଛି ବ୍ୟକ୍ତିଙ୍କୁ ଆଘାତ ପହଞ୍ଚିଥାଏ ତେବେ ତା' ପାଇଁ ଦୁଃଖିତ। ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଲୋଚନାରେ ମଙ୍ଗଲସୁତ୍ର ଅଭିଯାନର ଉଦ୍ଦେଶ୍ୟ ହେଉଛି ଅନ୍ତର୍ଭୂକ୍ତୀକରଣ ଏବଂ ସଶକ୍ତିକରଣ ଉପରେ ଆଲୋଚନା କରିବା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା। କିନ୍ତୁ ଏହି କାରଣରୁ ଆମ ସମାଜର ଏକ ଅଂଶକୁ ଯନ୍ତ୍ରଣା ପହଞ୍ଚିଥିବାରୁ ଆମେ ଗଭୀର ଦୁଃଖିତ। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ।'

ସବ୍ୟସାଚୀଙ୍କ ନୂଆ ଜୁଏଲାରୀ କଲେକସନ୍‌ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ନିଆଁ ଲାଗିଯାଇଥିଲା। ଚାରିଆଡୁ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏପରିକି ବିଜେପିର କିଛି ନେତାମାନେ ମଧ୍ୟ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ସମାଲୋଚନା ମଧ୍ୟ କରିଥିଲେ।

Related story