କଂଗ୍ରେସ ମୁଖିଆ ପଦ ଅଫର ଖବରକୁ ଗୁଜବ କହିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର: କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ଅଫର ଖବରକୁ ଅସ୍ୱୀକାର କରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଦଳର ଅଧ୍ୟକ୍ଷ ପଦବୀ ଯଚାଯିବା କଥା କେବଳ ମୁଁ ଗଣମାଧ୍ୟମରୁ ଶୁଣୁଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦଳର ପଦସ୍ଥ ଅଧିକାରୀ ତାଙ୍କ ଉପରେ କର୍ତ୍ତବ୍ୟ ନ୍ୟସ୍ତ କରିଛନ୍ତି ସେସବୁର ଦାୟିତ୍ୱ  ର୍ନିବାହ କରୁଛି । ହାଇ କମାଣ୍ଡ୍ ମୋତେ କାମ ଦେଇଛନ୍ତି।  ଆଗାମୀ ର୍ନିବାଚନ ନିମନ୍ତେ ମୋତେ ଗୁଜରାଟର ନିରୀକ୍ଷକ ଦାୟିତ୍ତ୍ୱ […]

Ashok-gehelat

  • Published: Wednesday, 24 August 2022
  • , Updated: 24 August 2022, 10:40 PM IST

ଜୟପୁର: କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ଅଫର ଖବରକୁ ଅସ୍ୱୀକାର କରିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଦଳର ଅଧ୍ୟକ୍ଷ ପଦବୀ ଯଚାଯିବା କଥା କେବଳ ମୁଁ ଗଣମାଧ୍ୟମରୁ ଶୁଣୁଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦଳର ପଦସ୍ଥ ଅଧିକାରୀ ତାଙ୍କ ଉପରେ କର୍ତ୍ତବ୍ୟ ନ୍ୟସ୍ତ କରିଛନ୍ତି ସେସବୁର ଦାୟିତ୍ୱ  ର୍ନିବାହ କରୁଛି । ହାଇ କମାଣ୍ଡ୍ ମୋତେ କାମ ଦେଇଛନ୍ତି।  ଆଗାମୀ ର୍ନିବାଚନ ନିମନ୍ତେ ମୋତେ ଗୁଜରାଟର ନିରୀକ୍ଷକ ଦାୟିତ୍ତ୍ୱ ଦିଆଯାଇଛି । କିନ୍ତୁ ରାଜସ୍ଥାନ ପ୍ରତି ଥିବା ମୋ କର୍ତ୍ତବ୍ୟରେ ଉଣା କରୁନାହିଁ ବୋଲି ସେ କହିଛନ୍ତି। ଗେହଲଟ୍ ତାଙ୍କର କଂଗ୍ରେସ ଅଧ୍ୟକ୍ଷ ହେବା ନେଇ ଖବରକୁ ଗୁଜବ ବୋଲି କହିଛନ୍ତି।

ସେ ମଜାଳିଆ ଶୈଳୀରେ କହିଛନ୍ତି, ଯଦି ସୋନିଆ ମିଡିଆକୁ ଏମିତି କହିଛନ୍ତି, ତେବେ ତାଙ୍କର କିଛି କହିବାର ନାହିଁ। ଅଗଷ୍ଟ ୨୮ରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଏଥିରେ କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ତାରିଖ ସ୍ଥିର କରାଯିବ ବୋଲି ଗେହଲେଟ୍ କହିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଏବଂ କଂଗ୍ରେସର ପ୍ରତିଟି କର୍ମୀଙ୍କ ଆନ୍ତରିକ ଇଚ୍ଛା ଯେ, ରାହୁଲ ଗାନ୍ଧି କଂଗ୍ରେସର ନେତୃତ୍ଵ ନିଅନ୍ତୁ। ହେଲେ ରାହୁଲ ମାନିବାକୁ ପ୍ରସ୍ତୁତ ନାହାନ୍ତି। ତଥାପି ତାଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି। ତାଙ୍କର ଏହି ନା କଂଗ୍ରେସର ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କୁ ନିରାଶ କରୁଥିବା ଗେହଲେଟ୍ କହିଛନ୍ତି।

Related story