ଗୋଦାମ ଘରେ ଭେଣ୍ଟିଲେଟର, ତୁରନ୍ତ ବ୍ୟବହାର କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ପିଏମ୍ କେୟାର ଫଣ୍ଡରୁ ବିଭିନ୍ନ ରାଜ୍ୟକୁ ଭେଣ୍ଟିଲେଟରର ଯୋଗାଇଥିଲେ। ହେଲେ ଅନେକ ରାଜ୍ୟ ଏହି ଭେଣ୍ଟିଲେଟରକୁ ବ୍ୟବହାର ନକରି ଗୋଦାମ ଘରେ ରଖିଥିବା ଦେଖିବାକୁ ମିଳିଛି। ରାଜସ୍ଥାନ ଏବଂ ପଞ୍ଜାବ ଦୁଇ କଂଗ୍ରେସ ଶାସିତ ରାଜ୍ୟରେ ଶହ ଶହ ଭେଣ୍ଟିଲେଟର ବ୍ୟବହାର ନହୋଇ ଏକ ଗୋଦାମ ଘରେ ପଡି ରହିଥିବା ଦେଖିବାକୁ ମିଳିଛି। ଉଭୟ ରାଜ୍ୟ ସରକାର କହିଥିଲେ ପିଏମ୍ କେୟାର ଫଣ୍ଡରେ ଆସିଥିବା ଏହି ଭେଣ୍ଟିଲେଟର ଅକାମୀ, କାମ କରୁନି […]

ventialator

ventialator

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 04:29 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ପିଏମ୍ କେୟାର ଫଣ୍ଡରୁ ବିଭିନ୍ନ ରାଜ୍ୟକୁ ଭେଣ୍ଟିଲେଟରର ଯୋଗାଇଥିଲେ। ହେଲେ ଅନେକ ରାଜ୍ୟ ଏହି ଭେଣ୍ଟିଲେଟରକୁ ବ୍ୟବହାର ନକରି ଗୋଦାମ ଘରେ ରଖିଥିବା ଦେଖିବାକୁ ମିଳିଛି। ରାଜସ୍ଥାନ ଏବଂ ପଞ୍ଜାବ ଦୁଇ କଂଗ୍ରେସ ଶାସିତ ରାଜ୍ୟରେ ଶହ ଶହ ଭେଣ୍ଟିଲେଟର ବ୍ୟବହାର ନହୋଇ ଏକ ଗୋଦାମ ଘରେ ପଡି ରହିଥିବା ଦେଖିବାକୁ ମିଳିଛି।

ଉଭୟ ରାଜ୍ୟ ସରକାର କହିଥିଲେ ପିଏମ୍ କେୟାର ଫଣ୍ଡରେ ଆସିଥିବା ଏହି ଭେଣ୍ଟିଲେଟର ଅକାମୀ, କାମ କରୁନି ବୋଲି କହିଥିଲେ। ତିନି ପଞ୍ଜାବ ସରକାରୀ ମେଡିକାଲ କଲେଜର ମୁଖ୍ୟ କହିଥିଲ ଯେ ପିଏମ କେୟାର ଫଣ୍ଡ ମାଧ୍ୟମରେ ମିଳିଥିବା ୩୨୦ ଭେଣ୍ଟିଲେଟର ମଧ୍ୟରୁ ଅତି କମରେ ୨୩୭ ଟି ତ୍ରୁଟିପୂର୍ଣ୍ଣ ରହିଛି। ଏହାକୁ ବ୍ୟବହାର କରିହେବନି।

ଏହାପରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜବାବ ରଖିଛି। ଅଭିଯୋଗରେ ସତ୍ୟତା ନାହିଁ। ଭେଣ୍ଟିଲେଟର କିଭଳି ରୋଗୀଙ୍କ ସେବାରେ ଲାଗିପାରିବ ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଭେଣ୍ଟିଲେଟରକୁ ନେଇ ଆସୁଥିବା ଅଭିଯୋଗକୁ ବିରୋଧ କରିଛନ୍ତି। ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟରରେ କୌଣସି ଭୁଲ୍ ନାହିଁ। ମନ୍ତ୍ରଣାଳୟ ଦାବି କରିଛି ଯେ ରାଜ୍ୟଗୁଡିକ ସେମାନଙ୍କର ଉପଯୋଗକୁ ଭୁଲ୍ ପରିଚାଳନା କରୁଛନ୍ତି ଯେଉଁଥି ପାଇଁ ମେସିନ ମାସ ମାସ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ି ରହୁଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି ଯେ ବ୍ୟବହାର ନହୋଇ ପଡ଼ିରହିଥିବା ଭେଣ୍ଟିଲେଟର ଗୁଡିକୁ କାମରେ ଲଗାଯିବା ଦରକାର।

ସେ କହିଛନ୍ତି, “ଭେଣ୍ଟିଲେଟର ବିତରଣ ଏବଂ ଏହାକୁ କାମରେ ଲଗାଇବା ମଧ୍ୟରେ ବଡ଼ ବ୍ୟବଧାନ ରହୁଥିବା ଜଣାପଡିଛି। ତେଣୁ ଗୋଦାମ ଘରେ ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟରକୁ ନରଖି ବ୍ୟବହାର କରାଯିବା ଦରକାର। ତେବେ ଭେଣ୍ଟିଲେଟର ସତରେ ଅକମୀ ନା ରାଜ୍ୟ ପରିଚାଳନା କରିବାରେ ଭୁଲ୍ ଥିବାରୁ ଭେଣ୍ଟିଲେଟର ଗୋଦାମ ଘରେ ପଡ଼ି ରହିଛି ତାହା ଏବେ ବଡ଼ ପ୍ରଶ୍ନ?

ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସଂପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ସମୟରେ ବିଭିନ୍ନ ରାଜ୍ୟ କେନ୍ଦ୍ର ପଠାଇଥିବା ଭେଣ୍ଟିଲେଟର ବ୍ୟବହାର ହେଉନଥିବା ନେଇ ଉପସ୍ଥିତ ଅଧିକାରୀ ପିଏମଙ୍କୁ କହିଥିଲେ। ଏହାପରେ ପିଏମ୍ କେୟାର ଫଣ୍ଡରୁ ଦିଆଯାଇଥବା ସ୍ୱାସ୍ଥ୍ୟ ଉପକରଣକୁ ଅଡିଟ୍ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କେନ୍ଦ୍ର ସରକାର ପଠାଇଥିବା ସ୍ୱାସ୍ଥ୍ୟ ଉପକରଣ ଠିକ୍ ଭାବରେ ବ୍ୟବହାର ହେଉଛି କି ନାହିଁ ଅଡିଟ୍ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story