ଉଦ୍ଧବ ସେନାଙ୍କୁ ସିନ୍ଦେଙ୍କ ଖୋଲା ଚ୍ୟାଲେଞ୍ଜ: ଯୋଗାଯୋଗରେ ଥିବା ବିଧାୟକଙ୍କ ନାଁ କୁହ

ଗୌହାଟୀ: ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ସାଜିଥିବା ଏକନାଥ ସିନ୍ଦେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ୟାମ୍ପକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଦ୍ରୋହ ଘୋଷଣା କରି ଗୌହାଟୀରେ ଥିବା ୪୦ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ଉଦ୍ଧବ ସେନାର ଅନେକ ନେତାଙ୍କ ଯୋଗାଯୋଗରେ ରହିଥିବା ସଞ୍ଜୟ ରାଉତ ଦାବି କରି ଆସୁଛନ୍ତି। ହେଲେ କୌଣସି ବିଧାୟକ ଉଦ୍ଧବ ସେନାର ନେତାମାନଙ୍କ ଯୋଗାଯୋଗରେ ନଥିବା ଶ୍ରୀ ସିନ୍ଦେ ଆଜି କହିଛନ୍ତି। ଏଥିସହ ତାଙ୍କ ଗୋଷ୍ଠୀର କେଉଁ ସବୁ […]

Shinde1

Hemant Lenka
  • Published: Tuesday, 28 June 2022
  • , Updated: 28 June 2022, 03:51 PM IST

ଗୌହାଟୀ: ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ସାଜିଥିବା ଏକନାଥ ସିନ୍ଦେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ୟାମ୍ପକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଦ୍ରୋହ ଘୋଷଣା କରି ଗୌହାଟୀରେ ଥିବା ୪୦ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ଉଦ୍ଧବ ସେନାର ଅନେକ ନେତାଙ୍କ ଯୋଗାଯୋଗରେ ରହିଥିବା ସଞ୍ଜୟ ରାଉତ ଦାବି କରି ଆସୁଛନ୍ତି।

ହେଲେ କୌଣସି ବିଧାୟକ ଉଦ୍ଧବ ସେନାର ନେତାମାନଙ୍କ ଯୋଗାଯୋଗରେ ନଥିବା ଶ୍ରୀ ସିନ୍ଦେ ଆଜି କହିଛନ୍ତି। ଏଥିସହ ତାଙ୍କ ଗୋଷ୍ଠୀର କେଉଁ ସବୁ ବିଧାୟକ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଚାଲୁଥିବା ଶିବସେନାର ନେତାମାନଙ୍କ ଯୋଗାଯୋଗରେ ଅଛନ୍ତି, ସେମାନଙ୍କ ନାଁ ଘୋଷଣା କରିବା ପାଇଁ ସେ ଆହ୍ୱାନ କରିଛନ୍ତି।

ଗୌହାଟୀର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକମାନେ ଡେରା ପକାଇଛନ୍ତି, ସେଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ସିନ୍ଦେ କହିଛନ୍ତି, “ମୁଁ ଖୁବଶୀଘ୍ର ମୁମ୍ବାଇ ଯିବି। ଏଠାକୁ ସମସ୍ତ ବିଧାୟକ ନିଜ ଇଚ୍ଛାରେ ଆସିଛନ୍ତି। ସେମାନେ ହିନ୍ଦୁତ୍ୱକୁ ଆଗକୁ ନେବା ପାଇଁ ଏକାଠି ହୋଇଛନ୍ତି। ଆମ ଗୋଷ୍ଠୀର କୌଣସି ବିଧାୟକ କାହା ସହ ଯୋଗାଯୋଗରେ ନାହାନ୍ତି। ଯଦି କେହି ୨୦ ଜଣ ବିଧାୟକ ତାଙ୍କ ଯୋଗାଯୋଗରେ ଅଛନ୍ତି ବୋଲି ଦାବି କରୁଛନ୍ତି, ତା’ହେଲେ ସେମାନଙ୍କ ନାଁ ଦାବି କରୁଥିବା ବ୍ୟକ୍ତିମାନେ ସାର୍ବଜନୀନ କରନ୍ତୁ।”

ଗତ ବୁଧବାର ଠାରୁ ଗୌହାଟୀର ୫ଷ୍ଟାର ହୋଟେଲରେ ରହିଥିବା ସିନ୍ଦେ ତାଙ୍କ ସମର୍ଥନରେ ୫୦ ଜଣ ବିଧାୟକ ରହିଥିବା ମଧ୍ୟ ଦାବି କରିଛନ୍ତି। ହେଲେ ଏହାକୁ ଉଦ୍ଧବ ସେନା ମାନିବାକୁ ପ୍ରସ୍ତୁତ ନାହାନ୍ତି। ବିଦ୍ରୋହ ଘୋଷଣା କରିଥିବା ଅଧିକାଂଶ ବିଧାୟକ ମହାରାଷ୍ଟ୍ର ଫେରିବା ପରେ ପ୍ରକୃତ ଶିବ ସୈନିକଙ୍କୁ ସମର୍ଥନ କରିବେ ବୋଲି ଦଳର କିଛି ବରିଷ୍ଠ ନେତା କହିଛନ୍ତି।

Related story